Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଜପୁରରେ ୩୫ ତମ ଜାତୀୟ ବାଣିଜ୍ୟିକ ମେଳା ଉଦଘାଟିତ
ଆଜିର ଖବର

ଯାଜପୁରରେ ୩୫ ତମ ଜାତୀୟ ବାଣିଜ୍ୟିକ ମେଳା ଉଦଘାଟିତ

November 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଯାଜପୁର ଜିଲ୍ଲାର ବ୍ୟବସାୟିକ ସହର ହେଉଛି ଯାଜପୁର ରୋଡ। ସୋମବାର ସଂଧ୍ୟାରେ ସହର ନିକଟସ୍ଥ ବ୍ୟାସ ସରୋବର ପ୍ରଦର୍ଶନୀ ପଡିଆରେ ୩୫ ତମ ଜାତୀୟ ବାଣିଜ୍ୟିକ ମେଳା ବା ଟ୍ରେଡ ଫେୟାର ଉଦଘାଟିତ ହୋଇଯାଇଛି। ୧୧ ଦିନ ବ୍ୟାପୀ ଏହି ମେଳା ଚାଲିବ।

ମେଳା ପରିସରରେ ହସ୍ତଶିଳ୍ପ ଓ ହସ୍ତତନ୍ତର ପସରା ସାଂଗକୁ, ଘର କରଣା ସାମଗ୍ରୀ , ମୀନା ବଜାର ଓ ପ୍ରତ୍ୟେକ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନୋରଂଜନ କରିବ। ଭିଓ ୧- ପ୍ରତିବର୍ଷ ନଭେମ୍ବର ମାସରେ ଯାଜପୁର ରୋଡର ଜାତୀୟ ବାଣିଜ୍ୟିକ ମେଳା ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଆସିଛି।

ଚଳିତ ବର୍ଷ ଏହି ମେଳା ୩୫ ବର୍ଷରେ ପହଁଚିଛି। ଗତକାଲି ସଂଧ୍ୟାରେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନସ୍ଥ ବିକାଶ ଆୟୁକ୍ତ ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରମେନ୍ଦ୍ର ସିଂହ ସିହ୍ନା ଓ ହସ୍ତଶିଳ୍ପ ବିକାଶ ଅଧିକାରୀ ଶୁଭଜିତ କର୍ମକାର ଏହି ମେଳାର ଶୁଭ ଉଦଘାଟନ କରିଥିଲେ। ଚଳିତ ବର୍ଷର ମେଳା ଭାରତର ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟାଙ୍କୁ ଉଦେଶ୍ୟରେ ସର୍ମପିତ କରାଯାଇଛି।

ଏହି ଅବସରରେ ଆୟୋଜିତ ଉଦଘାଟନି ସଭାରେ ଚଳିତ ବର୍ଷ ମେଳାରେ ଖୋଲିଥିବା ହସ୍ତଶିଳ୍ପ ଓ ହସ୍ତତନ୍ତର ଷ୍ଟଲ ଓ ପ୍ରତ୍ୟେକ ସଂଧ୍ୟାର ସାସ୍କ୍‌ୃତିକ କାର୍ଯ୍ୟକ୍ରମ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ମେଳା ଆୟୋଜକ କମିଟିର ଚେୟାରମ୍ୟାନ ଜିତେନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଭାରତ ସରକାରଙ୍କ ବିକାଶ ଆୟୁକ୍ତ ହସ୍ତଶିଳ୍ପଙ୍କ ପକ୍ଷରୁ ହସ୍ତଶିଳ୍ପ ସାମଗ୍ରୀର ମୋଟ ୨୫ଟି ଷ୍ଟଲ ଖୋଲାଯାଇଛି। ପଶ୍ଚିମ ବଂଗ, ବିହାର ଓ ଓଡିଶାର ହସ୍ତଶିଳ୍ପୀ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକିବାର ସୁଯୋଗ ପାଇଛନ୍ତି। କେବଳ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ନୁହେଁ ମୀନା ବଜାର, ଫୁଡ ଷ୍ଟଲ ଓ ହରେକ ରକମର ଦୋଳି ଏହି ମେଳାର ପମୁଖ ଆକର୍ଷଣ ପାଲଟିଥାଏ।

ଏଥର ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ସହାୟତାରେ ଝାଡଖଣ୍ଡ ଓ ପୁରୁଲିଆର ଛଉନୃତ୍ୟ ସାଂଗକୁ ଲୋକେ ଭାରତ ନାଟ୍ୟମ ଦେଖିବାର ସୁଯୋଗ ପାଇବେ। ଗତକାଲି ଉଦଘାଟନୀ ସଂଧ୍ୟାରେ ସୁନାମଧନ୍ୟା ଓଡିଶୀ ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ସ୍ୱାଇଁ ଓ ତାଙ୍କ ଦଳର ଦଶବତାର ନୃତ୍ୟାଭିନୟ ଲୋକଙ୍କ ମନ କିଣି ନେଇଥିଲା।

BJP Ads
ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025

ଓଡ଼ିଶାରେ ବନ୍ଦେ ମାତରମ୍‌ର ୧୫୦ ବର୍ଷପୂର୍ତ୍ତି ପାଳନ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

November 7, 2025

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025
Jindal Ads
BJP Ads
Latest News

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025

ଓଡ଼ିଶାରେ ବନ୍ଦେ ମାତରମ୍‌ର ୧୫୦ ବର୍ଷପୂର୍ତ୍ତି ପାଳନ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

November 7, 2025

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଦଳର ପ୍ରାର୍ଥୀ ଅଧିକ ଦାଗୀ?: ଆଗରେ ଜନ ସୂରାଜ

November 7, 2025

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.