Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ରେଳ ଷ୍ଟେସନରେ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ
ଆଜିର ଖବର

ବାଲୁଗାଁ ରେଳ ଷ୍ଟେସନରେ ପରାମର୍ଶଦାତା କମିଟି ବୈଠକ, ଯାତ୍ରୀ ସମସ୍ୟା ଉପରେ ଗୁରୁତ୍ଵ

November 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ରେଳ ଷ୍ଟେସନର ପ୍ରଥମ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଆଜି ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଷ୍ଟେସନ ମାଷ୍ଟର ଶଙ୍କର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରେଳ ବିଭାଗ ପକ୍ଷରୁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ, ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ଅନ୍ତେସ ମିନା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ବ୍ରହ୍ମପୁର ସର୍କଲ ମୋହନ ଚନ୍ଦ୍ର ବେହେରା, ବରିଷ୍ଠ ଅନୁଭାଗ ଯନ୍ତ୍ରୀ ରବୀନ୍ଦ୍ରନାଥ ମହାପାତ୍ର, କନିଷ୍ଠ ବିଦ୍ୟୁତ ଯନ୍ତ୍ରୀ ଗଗନ ଚରଣ ସ୍ୱାଇଁ, ଦୂରସଂଚାର କର୍ମଚାରୀ ଚନ୍ଦ୍ର ଶେଖର ପାତ୍ର, ମୁଖ୍ୟ ଟିକେଟ ନିରୀକ୍ଷକ ରାଜେଶ କୁମାର, ମୁଖ୍ୟ ବାଣିଜ୍ୟ ସୁପରଭାଇଜର ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ସୁପରଭାଇଜର ଏବଂ ଷ୍ଟେସନ ପରାମର୍ଶଦାତା କମିଟି ସଭ୍ୟ ଯଥା ପ୍ରଫୁଲ୍ଲ କୁମାର ମାନସିଂହ,ସୀତାରାମ ଅଗ୍ରୱାଲ, ଡ଼ା ଯୋଗେନ୍ଦ୍ରନାଥ ସେନାପତି,ମୁରଲୀଧର ସାମନ୍ତସିଂହାର ଏବଂ ରବୀନ୍ଦ୍ର ପ୍ରଧାନ ଆଦି ଯୋଗଦେଇଥିଲେ।

ଉକ୍ତ ବୈଠକରେ ବାଲୁଗାଁ ରେଳ ଷ୍ଟେସନର ଉନ୍ନତି ଏବଂ ପାସେଞ୍ଜର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ରେଳ ବିଭାଗ ଅଧିକାରୀମାନଙ୍କୁ ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟମାନେ ଅବଗତ କରାଇଥିଲେ ଏବଂ ସେଗୁଡିକର ଯଥାଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅଧୀନରେ ଆସୁଥିବା ବାଲୁଗାଁ ଏକ ଗୁରୁତ୍ୱପୂର୍ଣ ରେଳ ଷ୍ଟେସନ ହୋଇଥିବା ବେଳେ ଏଠାରେ ପାସେଞ୍ଜର ଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ସବୁ ପ୍ଲାଟଫର୍ମ ରେ କୋଚ ଇଣ୍ଡିକେଟର ବୋର୍ଡ଼ ସ୍ଥାପନ, ସବୁ ପ୍ଲାଟଫର୍ମକୁ ପୂର୍ଣ୍ଣ ସେଡ଼ କରିବା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ସୁବିଧା ନିମନ୍ତେ ଏକ୍ସପ୍ରେସ ଟ୍ରେନ ଗୁଡିକ ୨ ନମ୍ବର ପ୍ଲାଟଫର୍ମ ବଦଳରେ ୧ ନମ୍ବର ପ୍ଲାଟଫର୍ମ ରେ ରହିବା, ଷ୍ଟେସନ ପରିସରରେ ସିସିଟିଭି ଲଗାଇବା, ଫୁଡ ପ୍ଲାଜା ଖୋଲିବା, ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ନିୟମିତ କରିବା, ଜିଆରପି ବିଟ ହାଉସକୁ ଫାଣ୍ଡିରେ ପରିଣତ କରିବା, ଆଉ ଏକ ପାଦ ଚଲା ବ୍ରିଜ ନିର୍ମାଣ, ପ୍ଲାଟଫର୍ମରେ ଲିଫ୍ଟ ସ୍ଥାପନ, ପାର୍ସଲ ବୁକିଙ୍ଗ ବ୍ୟବସ୍ଥା, ଗରିବ ରଥ ସମେତ ଏକାଧିକ ଦ୍ରୁତଗାମୀ ଟ୍ରେନ ରହଣି ଏବଂ ଟିକେଟ ନିରୀକ୍ଷକ ମାନେ ଯାତ୍ରୀଙ୍କୁ ଉଚିତ ବ୍ୟବହାର ଦେଖାଇବା ଆଦି ବିଷୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ କମିଟି ସଦସ୍ୟ ମାନେ ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଉକ୍ତ ସମସ୍ୟା ମଧ୍ୟରୁ କିଛି ସମସ୍ୟା ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଏବଂ ଅନ୍ୟ କିଛି ସୁବିଧା ପ୍ରଦାନ ଦିଗରେ ପୁର୍ବରୁ କାର୍ଯ୍ୟ ଜାରି ରହିଥିବା ଅଧିକାରୀ ମାନେ କହିଥିଲେ l ସେହିପରି ଭାବେ ଅନ୍ୟ ଗୁରୁତ୍ୱପୂର୍ଣ ବିଷୟ ଗୁଡିକୁ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି କମିଟି ଅଧ୍ୟକ୍ଷ ତଥା ଷ୍ଟେସନ ମାଷ୍ଟର ଶ୍ରୀ ନାୟକ କହିଛନ୍ତି।

ପରାମର୍ଶଦାତା କମିଟି ବୈଠକ ବାଲୁଗାଁ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.