Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲକାନଗିରି ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ
ଆଜିର ଖବର

ମାଲକାନଗିରି ପୋଲିସ ଦ୍ୱାରା ମହିଳା ମାଓବାଦୀ ଗିରଫ

November 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ.ଭି-୭୯ ଥାନା ଅନ୍ତର୍ଗତ କୁର୍ତ୍ତି ଜଙ୍ଗଲରୁ ପୋଲିସ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି। ଗିରଫ ମାଓବାଦୀର ନାମ ଅନ୍ତି ମାଡ଼ବି ଓରଫ ଲାକେ ଓ ତାର ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ପୁଲହାର ଗ୍ରାମ ବୋଲି ଜଣାପଡ଼ିଛି।

କୁର୍ତ୍ତି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବା ଖବର ପାଇ ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୂମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଜଣେ ମହିଳା ସନ୍ଦେହଜନକ ଭାବେ ଜଙ୍ଗଲରେ ବୁଲୁ ଥିବା ଦେଖି ଯବାନମାନେ ଅଟକ ରଖି ପଚରାଉଚରା କରିବା ପରେ ସେ ଜଣେ ମାଓବାଦୀ ବୋଲି ଜଣାପଡିଥିଲା।

ଗିରଫ ମହିଳା ମାଓବାଦୀ ଜଣକ ଗତ ୨୦୧୭ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ବର୍ତମାନ ସେ ମାଓନେତା ଉଦୟର ସୁରକ୍ଷା ଦଳରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା ଓ ଏକ ଏସ.ଏଲ.ଆର ବନ୍ଧୁକ ଧରୁଥିଲା। ତା ନାମରେ ଓଡିଶା ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ସେ ଗତ ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲାର ତୁଳସୀ ଓ ଦଲଦଲି ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟ ଘଟଣା ସହ ଛତିଶଗଡ଼ରେ ୫ ଟି ଗୁଳି ବିନିମୟ ଘଟଣା ଓ ଆନ୍ଧ୍ରପ୍ରଦେଶରେ ୨ ଟି ଗୁଳି ବିନିମୟ ଘଟଣା ସମେତ ମୋଟ ୯ ଟି ଘଟଣାରେ ସଂପୃକ୍ତ ଥିବା ଦକ୍ଷିଣା ପଶ୍ଚିମାଞ୍ଚଳ ଡି. ଆଇ. ଜି ନିତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏଥିରେ ଅତିରିକ୍ତ ଏସ. ପି ତପନ ନାରାୟଣ ରଥ, ଅତିରିକ୍ତ ଏସ.ପି ( ଗୋଇନ୍ଦା) ଡ.ରାଜ କିଶୋର ଦାସ, ଏସ. ଡି. ପି.ଓ ସଚିନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ମହିଳା ମାଓବାଦୀ ମାଲକାନଗିରି ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ଆସୁଛି ବାତ୍ୟା ଶକ୍ତି, ପାଣିପାଗ ବିଭାଗ କରାଇଲା ସତର୍କ, ଜାଣନ୍ତୁ କେଉଁଠି ହେବ, କେବେ ହେବ

October 3, 2025

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025
Latest News

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025

ଆସୁଛି ବାତ୍ୟା ଶକ୍ତି, ପାଣିପାଗ ବିଭାଗ କରାଇଲା ସତର୍କ, ଜାଣନ୍ତୁ କେଉଁଠି ହେବ, କେବେ ହେବ

October 3, 2025

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.