Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆକୁ ବଡ଼ ଝଟକା!: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦଳରୁ ବାଦ ପଡିଲେ ଏହି ମୁଖ୍ୟ ବୋଲର
ଆଜିର ଖବର

ଅଷ୍ଟ୍ରେଲିଆକୁ ବଡ଼ ଝଟକା!: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦଳରୁ ବାଦ ପଡିଲେ ଏହି ମୁଖ୍ୟ ବୋଲର

November 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ୍ ଟେଷ୍ଟ ଖେଳାଯିବ। ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ୍ ହେବ। ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଅଷ୍ଟ୍ରେଲିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି ଯେ, ଦ୍ରୁତ ବୋଲର ଜୋଶ ହେଜଲଉଡ୍ ଆଡିଲେଡରେ ଖେଳାଯିବାକୁ ଥିବା ଦିବାରାତ୍ରୀ ଟେଷ୍ଟ ଖେଳିବେ ନାହିଁ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହେଜଲଉଡଙ୍କ ବାମ ଗୋଡରେ ଆଘାତ ଲାଗିଛି, ଏହି କାରଣରୁ ସେ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଭାରତ ବିପକ୍ଷ ପିଙ୍କ ବଲ ଟେଷ୍ଟରୁ ବାଦ ପଡିଛନ୍ତି। ଡେବ୍ୟୁ ପରେ ଏହା ପ୍ରଥମ ଥର ହେବ ଯେ, ହେଜଲଉଡ୍ ଘରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ ହରାଇବେ। ହେଜଲଉଡଙ୍କ ଆଘାତ ଯୋଗୁଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ଆକ୍ରମଣ ଦୁର୍ବଳ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।

ଜୋଶ ହେଜଲଉଡଙ୍କ ସ୍ଥାନରେ କ୍ରିକେଟ୍ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଦଳରେ ଦୁଇଟି ନୂତନ ଦ୍ରୁତ ବୋଲରଙ୍କୁ ଅନ୍ତର୍ଭୁକ୍ତ କରିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ କଙ୍ଗାରୁ ଦଳରେ ଦୁଇ ଜଣ ଅନଭିଜ୍ଞ ବୋଲର ସିନ ଆବଟ୍ଟ ଏବଂ ବ୍ରେଣ୍ଡନ୍ ଡୋଗେଟ୍ ଙ୍କୁ ସାମିଲ କରାଯାଇଛି। ଉଭୟ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିନାହାଁନ୍ତି। ତେବେ ଆବଟ୍ଟ ଜଣେ ନୂତନ ଖେଳାଳି ନୁହଁନ୍ତି, ସେ ଅଷ୍ଟ୍ରେଲିଆ ପାଇଁ ୨୬ ଟି ODI ଏବଂ ୨୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

IND Vs AUS 2nd Test India Vs Australia Josh Hazlewood Josh Hazlewood Injury Josh Hazlewood News
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା

July 24, 2025

ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

July 24, 2025

ବିହାରରୁ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି?:ଏହି ନେତାଙ୍କୁ ଭେଟିଲେ ଜେପି ନଡ୍ଡା, ଜୋର ଧରିଲା ଚର୍ଚ୍ଚା

July 24, 2025

ଡିଡି ଫ୍ରି ଡିସ୍ ରେ ଉପଲବ୍ଧ 92 ଘରୋଇ ଏବଂ 50 ଡିଡି ଚ୍ୟାନେଲ

July 24, 2025
Latest News

ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା

July 24, 2025

ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

July 24, 2025

ବିହାରରୁ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି?:ଏହି ନେତାଙ୍କୁ ଭେଟିଲେ ଜେପି ନଡ୍ଡା, ଜୋର ଧରିଲା ଚର୍ଚ୍ଚା

July 24, 2025

ଡିଡି ଫ୍ରି ଡିସ୍ ରେ ଉପଲବ୍ଧ 92 ଘରୋଇ ଏବଂ 50 ଡିଡି ଚ୍ୟାନେଲ

July 24, 2025

ଆଜି ଜୁଲାଇ ୨୪ ତାରିଖ ଗୁରୁବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.