Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଆଜିର ଖବର

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରୀ

December 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ସମ୍ମମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ସମ୍ମମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ, ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି। ତେଣୁ ସମ୍ମମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ, ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ ଜଣ ରେଡିଓଗ୍ରାଫରଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କ୍ରିୟା କରିବା ଲକ୍ଷ୍ୟରେ ଆସନ୍ତା ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକତ୍ର କରି ସାଢେ ତିନି କୋଟି ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଜନସାଧାରଣ ଦେଶର ୨୭,୦୦୦ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ କହିଥିଲେ।

ସେହିପରି ସରଭାଇକାଲ୍ କ୍ୟାନସ୍‌ର ଆଗୁଆ ନିରାକରଣ ପରିପ୍ରେକ୍ଷୀରେ କିଶୋରୀ ମାନଙ୍କ ଟୀକାକରଣ ନିମନ୍ତେ ରାଜ୍ୟ ସରକାର ଏକ ବଡ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଥିଲେ।

ସ୍କୁଲ ଓ କଲେଜ ମାନଙ୍କରେ ଏହି ଟୀକା ପ୍ରଦାନ ନେଇ ସରକାରଙ୍କ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ମମରେ ଆୟୋଜିତ ଏହି ଜାତୀୟ କର୍ମଶାଳାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ। ପ୍ରଥମ ଥର ପାଇଁ ସମ୍ମମ୍‌ରେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିକୁ ନେଇ ଏଭଳି ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଫେସର ନାୟକ କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେ୍‌ତପଦ୍ମା ଦାଶ କହିଥିଲେ ଯେ, ଇଂଟରଭେନସନାଲ୍ ରେଡିଓଲୋଜି ଚିକିତ୍ସା କ୍ଷେତ୍ରରେ ସମ୍ମମ୍ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ କି ଏହି ଚିିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଛି।

ଏହି ଚିକିତ୍ସା ଫଳରେ ଜଟିଳ ଅସ୍ତ୍ରୋପଚାର ଗୁଡିକ ମିନିମାଲ ଇନ୍‌ଭେସିଭ୍ ଅର୍ଥାତ୍ ବିନା କଟା ଛଟାରେ ସମ୍ଭବ ହୋଇପାରିବ। ସମ୍ମମ୍‌ରେ ପ୍ରଥମ ଥର ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ଡକ୍ଟର ଦାଶ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏସ୍‌ଭିଆଇଆର୍‌ର ସମ୍ପାଦକ ଡାକ୍ତର ଅଜିତ କୁମାର ଯାଦବ, ଓଆର୍‌ଆଇଏର ସଭାପତି ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚିବ ଡାକ୍ତର ସତ୍ୟ ସୁନ୍ଦର୍ ଗଜେନ୍ଦ୍ର ମହାପାତ୍ର, ସମ୍ମମ୍ ଆଇଆରକନ୍‌-୨୦୨୪ ର ଆୟୋଜକ ଅଧ୍ୟକ୍ଷ ଡାକ୍ତର ରଞ୍ଜନ କୁମାର ସାହୁ ଓ ଆୟୋଜକ ସମ୍ପାଦକ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

ଆୟୁଷ୍ମାନ ଭାରତ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମୁକେଶ ମହାଲିଙ୍ଗ ସମ୍‌ ହସ୍ପିଟାଲ ସମ୍ମମ୍ ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026
Latest News

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.