Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସଚିବାଳୟରେ ଚାକିରି ଦେବାକୁ କହି ଠକେଇ: ୯ ନବାବୀ ଠକ ଗିରଫ
ଆଜିର ଖବର

ରାଜ୍ୟ ସଚିବାଳୟରେ ଚାକିରି ଦେବାକୁ କହି ଠକେଇ: ୯ ନବାବୀ ଠକ ଗିରଫ

December 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ମାସ ହେଲା ବିଭିନ୍ନ ପ୍ରକାର ଠକଙ୍କ ପ୍ରଭାବ ବିସ୍ତାର ଯୋଗୁଁ ବହୁତ ନୀରିହ ଲୋକ ସର୍ବସ୍ବାନ୍ତ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଭିନ୍ନ ଠକ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବର୍ତ୍ତମାନ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକିରି କରାଇବା ଲୋଭରେ କିଛି ଚତୁର ଠକ ବହୁ ବେରୋଜଗାର ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକି ମଜା ନେଉଥିବାର ଖବର ମିଳୁଛି। ତେବେ ପୋଲିସ ଠକ ମାନଙ୍କୁ ବିଭିନ୍ନ ସ୍ଥାନରୁ କାବୁ କରି ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୁତ୍ରରୁ ପ୍ରକାଶ ଯେ, ବ୍ରହ୍ମପୁର ସହରର ସନ୍ତୋଷ ସାହୁ ନାମକ ଜଣେ ଯୁବକ ସରକାରୀ ଚାକିରୀ ଅନୁସନ୍ଧାନରେ ଥିବାବେଳେ ଆସ୍କା କାଳଷଣ୍ଢପୁରର ହୃଦୟାନନ୍ଦ ମୁନି ନାମକ ଜଣେ ଯୁବକଙ୍କ ନିକଟରେ ପହଞ୍ଚିଥିଲେ। ସେହି ଯୁବକଙ୍କ ଠାରୁ ହୃଦୟାନନ୍ଦ ମୁନି ରାଜ୍ୟ ସଚିବାଳୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଚାକିରି କରାଇବା ପାଇଁ ୩ ଲକ୍ଷ ଟଙ୍କା ଦାବୀ କରିଥିଲେ।

ସନ୍ତୋଷ ଓ ଆଉ କିଛି ବନ୍ଧୁଙ୍କ ଠାରୁ ବହୁ ପରିମାଣର ଟଙ୍କା ଓ ବାୟଡାଟା ସଂଗ୍ରହ କରି ହୃଦୟାନନ୍ଦକୁ ଦେଇଥିଲା। ହୃଦୟାନନ୍ଦ ସମସ୍ତ ବାୟଡାଟା ତା’ର ଅନ୍ୟ ଜଣେ ବନ୍ଧୁ ଜଗଦୀଶ ବେହେରା ନିକଟକୁ ପଠାଇଥିଲା ଓ କିଛି ଦିନ ପରେ ସମସ୍ତ ଚାକିରି ଆଶାୟୀଙ୍କୁ ରାଜଧାନୀ ନିର୍ମାଣ ସୌଧକୁ ନେଇ ଜଗଦୀଶ ସହିତ ସାକ୍ଷାତ କରାଇଥିଲା।

ଜଗଦୀଶ ନିଜକୁ ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ସମସ୍ତ ଯୁବକ ଠାରୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସଂଗ୍ରହ କରି ମାତ୍ର କିଛି ଦିନ ମଧ୍ୟରେ ନିଯୁକ୍ତି ପତ୍ର ଇମେଲ ଜରିଆରେ ପହଞ୍ଚିବ ବୋଲି କହିଥିଲା। ଆଉ କିଛି ଦିନ ପରେ ସମସ୍ତ ଆଶାୟୀଙ୍କୁ ୯ ତାଲା କୋଠାକୁ ଡ଼ାକି ଶିଶିର ମିଶ୍ର ନାମକ ଜଣେ ଯୁବକ କ୍ୟାମେରା ଆଗରେ ଛିଡା କରାଇ ସମସ୍ତଙ୍କର ବାୟୋମେଟ୍ରିକ୍ ଭେରିଫିକେଶନ୍ ପରୀକ୍ଷା କରି କିଛି ଦିନ ମଧ୍ୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି କହି ଠକ ଶିଶିର ପ୍ରତିଶୃତି ଦେଇ ଘରକୁ ପଠାଇ ଦେଇଥିଲା ଓ ପରେ ସମସ୍ତ ଙ୍କୁ ଚାକିରି ନିଯୁକ୍ତି ପତ୍ର ଇମେଲ ଜରିଆରେ ପଠାଇଥିଲା।

ନିଯୁକ୍ତି ପତ୍ର ପାଇ ଯୁବକ ମାନେ ଚାକିରିରେ ଯୋଗଦେବାପାଇଁ ଯାଇ ଉକ୍ତ ଠକମାନଙ୍କୁ ଫୋନ କରିବା ବେଳେ ସମସ୍ତଙ୍କର ଫୋନ ବନ୍ଦ ଥିଲା। ଯୁବକମାନେ ପରେ ଜାଣିବାକୁ ପାଇଲେ ଯେ, ସେମାନେ ପାଇଥିବା ନିଯୁକ୍ତି ପତ୍ର ଜାଲ୍ ଓ ସମସ୍ତେ ଠକାମୀର ଶୀକାର ହୋଇଥିବା ଜାଣିବା ପରେ ସନ୍ତୋଷ ଓ ସମସ୍ତ ବନ୍ଧୁ ମିଶି ହୃଦୟାନନ୍ଦ ଓ ଜଗଦୀଶକୁ ଟଙ୍କା ଫେରାଇବାକୁ କହିଲେ। କିନ୍ତୁ ଉକ୍ତ ଦୁଇ ଠକ ବେରୋଜଗାରୀ ଯୁବକ ମାନଙ୍କୁ ହତ୍ୟାର ଧମକ ଦେଇ ଘଉଡାଇ ଥିଲେ। ଏପରି କି ଅଭିଯୁକ୍ତ ଜଗଦୀଶ ନିଜର ସୁରକ୍ଷା ପାଇଁ ଦରମା ଦେଇ କିଛି ଅଙ୍ଗରକ୍ଷୀ ନିଯୁକ୍ତି ଦେଇଥିଲା।

ପରିଶେଷରେ ଠକାମୀର ଶୀକାର ଯୁବକମାନେ ବୈଦ୍ୟନାଥପୁର ପୋଲିସର ଆଶ୍ରୟ ନେଇଥିଲେ। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଘଟଣାକୁ ଗୁରୁତ୍ବ ସହ ଅନୁସନ୍ଧାନ କରି ଏହି କାର୍ଯ୍ୟକ୍ରମରେ ଅଭିଯୁକ୍ତ ହୃଦୟାନନ୍ଦ, ଜଗଦୀଶ, ଶିଶିର ସମେତ ସୁର୍ଯ୍ୟକାନ୍ତ ବେହେରା, ସୁନୀଲ ବେହେରା,ସୁମନ୍ତ ପାତ୍ର, ପ୍ରକାଶ ସେଠୀ, ଚୌହାନ ଯେନା ଓ ସନ୍ତୋଷ ନାୟକ ନାମକ ୯ ଜଣ ଚତୁର ଓ ନବାବୀ ଠକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ବହୁ ଜାଲିଆତି କାଗଜପତ୍ର ସହ ଏକ କାର୍ ଜବତ କରିଛନ୍ତି।

ବ୍ରହ୍ମପୁର ଏସ୍ ପି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025
Latest News

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.