ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁୱେତର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍-ୟାହୟାଙ୍କୁ ସ୍ୱାଗତ କରିଛନ୍ତି।
ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“କୁୱେତର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍-ୟାହୟାଙ୍କୁ ସ୍ୱାଗତ କରି ଅତ୍ୟନ୍ତ ପ୍ରସନ୍ନ। ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ କୁୱେତି ନେତୃତ୍ୱଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମର ତଥା ଅଞ୍ଚଳର ଲୋକଙ୍କ ମଙ୍ଗଳ ପାଇଁ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ତଥା ଐତିହାସିକ ବନ୍ଧୁତ୍ୱକୁ ଆଗେଇନେବା ପାଇଁ ଭାରତ ପ୍ରତିବଦ୍ଧ।”