Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ
ଆଜିର ଖବର

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

December 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାବର୍ତ୍ତନ ଦିବସ ଛାତ୍ରଛାତ୍ରୀଙ୍କ ଆଶାଜନକ ଭବିଷ୍ୟତର ମାର୍ଗ ଖୋଲିଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ବର୍ତ୍ତମାନ ଏକ ଭିନ୍ନ ପରିବେଶରେ ପ୍ରବେଶ କରୁଛନ୍ତି ଯେଉଁଥିରେ ସେମାନେ ବାସ୍ତବ ବୈଶ୍ବିକ ପରିସ୍ଥିତିରେ ସେମାନଙ୍କ ଜ୍ଞାନ ଓ ଦକ୍ଷତାର କଠୋର ପରୀକ୍ଷାର ସମ୍ମୁଖୀନ ହେବେ। ସେମାନେ ହାସଲ କରିଥିବା ଜ୍ଞାନ ଓ କୌଶଳର ସର୍ବୋତ୍ତମ ପ୍ରୟୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବେ ବୋଲି ଆଶା କରାଯାଏ। ଅଭିନବ ଚିନ୍ତାଧାରା ଓ ଉତ୍ସର୍ଗୀକୃତ କାର୍ଯ୍ୟ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଜାତୀୟ ଲକ୍ଷ୍ୟରେ ଯୋଗଦାନ କରିବାକୁ ସେ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ। ବର୍ତ୍ତମାନ ଆମେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟ ରପ୍ତାନି କରୁଛୁ। ଆମ କୃଷି ବୈଜ୍ଞାନିକମାନଙ୍କ ମାର୍ଗଦର୍ଶନ ଏବଂ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ରାଷ୍ଟ୍ରପତି କହିଥିଲେ ଯେ, କୃଷି ଓ କୃଷକଙ୍କ ବିକାଶ ବିନା ଦେଶର ସାମଗ୍ରିକ ବିକାଶ ସମ୍ଭବ ନୁହେଁ। କୃଷି, ମତ୍ସ୍ୟ ଉତ୍ପାଦନ ଏବଂ ପଶୁସମ୍ପଦର ବିକାଶ ଦ୍ୱାରା ଆମର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସେ କହିଥିଲେ ଯେ ଆଜି କୃଷି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ, ମୁଣ୍ଡପିଛା ଚାଷ ଜମି ଆକାର ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣ ଭଳି ନୂତନ ଆହ୍ୱାନର ସମ୍ମୁଖୀନ ହେଉଛି। ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମ ବୈଜ୍ଞାନିକମାନଙ୍କୁ ଠିକ୍ ସମୟରେ ପ୍ରଯୁକ୍ତିବିଦ୍ୟା ବିକଶିତ ଏବଂ ପ୍ରସାର କରିବାକୁ ପଡିବ। ଆମକୁ ପରିବେଶ ସୁରକ୍ଷା, ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା, ଜଳ ଓ ମୃତ୍ତିକା ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ଉନ୍ନତ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପଡିବ।

ରାଷ୍ଟ୍ରପତି କହିଥିଲେ ଯେ, ତାପମାତ୍ରା ଏବଂ ଗ୍ରୀନହାଉସ୍ ଗ୍ୟାସ ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି। ଏଭଳି ସମସ୍ତ ସମସ୍ୟାର ମୁକାବିଲା କରିବା ପାଇଁ କୃଷି ବୈଜ୍ଞାନିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ କୃଷି କ୍ଷେତ୍ର ପାଇଁ ଏକ ନୂତନ ଆହ୍ୱାନ ଭାବେ ଉଭା ହୋଇଛି। ମାଟି, ପାଣି ଓ ପରିବେଶ ଉପରେ ଏହାର ଖରାପ ପ୍ରଭାବ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଯୁବ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ବାହାର କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଦ୍ରୌପଦୀ ମୁର୍ମୁ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026
Latest News

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.