
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହୁୟୁତୀ ସରକାର ଗଠନ ପରେ ବର୍ତ୍ତମାନ ମନ୍ତ୍ରଣାଳୟ ବଣ୍ଟନ ନେଇ ଏକ ସମସ୍ୟା ଦେଖାଦେଇଛି। ଗୃହ ମନ୍ତ୍ରଣାଳୟକୁ ନେଇ ମହାୟୁତୀରେ ସଂଘର୍ଷ ଆରମ୍ଭ ହୋଇଛି। ଏହି ବିଭାଗ ପାଇଁ ମେଣ୍ଟ ସହଯୋଗୀ ଶିବସେନା ଏବଂ ଏନସିପି ମୁହାଁମୁହିଁ ହୋଇଛନ୍ତି।
ସରକାର ଗଠନର କିଛି ସମୟ ପରେ ସିନ୍ଦେ ଦଳର ନେତା ଗୁଲାବରାଓ ପାଟିଲ ଘୋଷଣା କରିଥିଲେ ଯେ, ତାଙ୍କ ଦଳ କେବଳ ଉପ ମୁଖ୍ୟମନ୍ତ୍ରୀ ପଦବୀ ପାଇନାହିଁ, ବରଂ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ପରି ବଡ ବିଭାଗର ମଧ୍ୟ ଆବଶ୍ୟକତା ରହିଛି। ଅଦ୍ୟାବଧି ଏହି ମନ୍ତ୍ରଣାଳୟ ଦେବେନ୍ଦ୍ର ଫଡନାଭିସଙ୍କ ପାଖରେ ଥିଲା, ଯାହାକୁ ଅଜିତ ପାୱାର ଗୋଷ୍ଠୀ ମଧ୍ୟ ଦାବି କରୁଛି। ଏଭଳି ପରିସ୍ଥିତିରେ ଅଜିତ ଗୋଷ୍ଠୀର ନେତା ଗୁଲାବରାଓଙ୍କୁ ଟାର୍ଗେଟ କରିଛନ୍ତି।
ଏନସିପି ନେତା ତଥା ବିଧାୟକ ଅମୋଲ ମିଟକିରୀ କହିଛନ୍ତି ଯେ, ଗୁଲାବରାଓଓ ପାଟିଲ ଭାବିଛିନ୍ତି କହିବା ଉଚିତ। ଅଜିତ ପାୱାର ରାଜ୍ୟକୁ ଯାହା ଦେଇଛନ୍ତି ତାହା ପ୍ରଶଂସନୀୟ। ତେଣୁ, ଗୁଲାବରାଓ ‘ଗୁଲାବ’ ପରି ରହିବା ଉଚିତ ଏବଂ ‘ଜୁଲାବରାଓ’ ହେବା ଉଚିତ ନୁହେଁ। ଏଥି ସହିତ, ଏନସିପି ନେତା ଏକନାଥ ସିନ୍ଦେ ନେତାଙ୍କୁ ଚେତାବନୀ ଦେବାବେଳେ କହିଛନ୍ତି ଯେ, ଏପରି କହିଲେ ମନ୍ତ୍ରଣାଳୟ ମିଳିବ ନାହିଁ, ସାବଧାନ ରୁହ।