
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅର୍ନ୍ତଗତ ବେନ୍ଦାଳିଆ ଗ୍ରାମର ଶ୍ରୀୟା ସେଠୀ ନାମ୍ନୀ ଜଣେ ୧୪ ବର୍ଷୀୟା ନାବାଳିକାର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୁଚନା ଅନୁଯାୟୀ ଜଣାପଡିଛି ଯେ, ମୃତ ନାବାଳିକାର ମାଁ କିଛି ବର୍ଷ ପୂର୍ବେ କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଯାହା ଫଳରେ ପିତା ନୀର ସେଠୀ ଅନ୍ୟ ଜଣେ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଏହାର କିଛି ମାସ ପରେ ସାପ କାମୁଡାରେ ନରୀଙ୍କ ଦେହାନ୍ତ ହେଇଯାଇଥିଲା।
ପରବର୍ତ୍ତୀ ସମୟରେ ନରୀଙ୍କ ଦ୍ଵିତୀୟ ପତ୍ନୀ ପ୍ରଥମ ପତ୍ନିଙ୍କ ସାନ ଝିଅକୁ ଖାଇବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ବୋଲି ନାବାଳିକାର ମାମୁଁ ଅଭିଯୋଗ କରିଛନ୍ତି। କିନ୍ତୁ ୮ ମ ଶ୍ରେଣୀ ଛାତ୍ରୀ ଶ୍ରୀୟା ସବୁଦିନ ଭଳି ରୀତିମତ ସ୍କୁଲକୁ ଯାଇ ସନ୍ଧ୍ୟା ବେଳେ ଘରକୁ ଆସିଥିଲା। ଏହାପରେ ପରିବାର ଲୋକେ ଘରକୁ ଆସି ଦେଖିଲେ ଯେ, ନାବାଳିକା ଜଣକ ଘରର ଏକ ପଙ୍ଖାରେ ଝୁଲୁଛି।
ସଙ୍ଗେ ସଙ୍ଗେ ମୃତ ଶ୍ରୀୟାର ମାମୁଁ ମିଥୁନ ସେଠୀ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତ ଛାତ୍ରୀର ସାବତ ମାଁ ଶ୍ରୀୟାକୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଉଛି ବୋଲି ଶ୍ରୀୟାର ମାମୁଁ ଅଭିଯୋଗ କରିଛନ୍ତି।