Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା 
ଆଜିର ଖବର

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା 

December 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରାପଡା: ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲିର ଆୟୋଜନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଂକର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ ଦାସଙ୍କ ସମେତ ସ୍ୱାମୀ ବିଶ୍ୱ ସ୍ୱରୂପା ଗିରୀ ମହାରାଜ, କଳାବୁଦା ଆଶ୍ରମର ସାଧୁ ବାବା ଗୁଣ୍ଡୁଚୀ ଦାସ ମହାରାଜ, ଛେଦରା ମଠର ମଠାଧିଶ ଯଶବନ୍ତ ଦାସ ଏବଂ ରାଜ ନଗରର ମହିମା ଅଲେଖ ଦାସ ମହାରାଜ ପ୍ରମୂଖ ଯୋଗଦେଇ ବାଂଗଲା ଦେଶରେ ହିନ୍ଦୁ ଲୋକ ମାନଙ୍କୁ ପ୍ରତି କରାଯାଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ବିଶେଷ କରି ହିନ୍ଦୁ ମହିଳା ମାନଙ୍କ ପ୍ରତି ଅତି ଅମାନବିୟ ଓ ଅକଥନୀୟ ଅତ୍ୟାଚାର କରି ହିନ୍ଦୁ ନାରୀ ମାନଙ୍କୁ ଯେଭଳି ଭାବରେ ଅତି ବର୍ବର ଚିତ ଭାବେ ମାଡମାରି ହତ୍ୟା କରାଯିବା, ହିନ୍ଦୁ ଧର୍ମାବଲମ୍ବୀ ମଠ ମନ୍ଦିର ଗୁଡିକୁ ଭାଂଗିରୁଜୁ ନଷ୍ଟ ଭ୍ରଷ୍ଟ କରିବା ସଂଗେ ସଂଗେ ବାଂଗଲା ଦେଶରୁ ଚାଲିଆସି ଭାରତର ବିଭିନ୍ନ କୋଣ ଅନୁକୋଣରେ ଲୁଚିଛପି ରହି ଆତଙ୍କ ବାଦୀ କାର୍ଯ୍ୟ କଳାପରେ ଲିପ୍ତ ରହି ହିନ୍ଦୁ ଲୋକ ମାନଙ୍କୁ ବାରମ୍ବାର ଆକ୍ରମଣ କରି ଭାରତରେ ଦଂଗା ପରିସ୍ଥିତି ଓ ହିଂସାକାଣ୍ଡ ଭଳି ଅତି ଦୟନୀୟ ପରିସ୍ଥିତି ସ୍ରୁଷ୍ଟି କରିବା ଭଳି ବିଭିନ୍ନ ଆତଙ୍କୀ କାର୍ଯ୍ୟ କଳାପମାନ କରୁଥିବା ପ୍ରତିବାଦରେ ହିନ୍ଦୁ ମଠ ମନ୍ଦିରକୁ ତୁରନ୍ତ ସୁରକ୍ଷା ଦେବା, ହିନ୍ଦୁତ୍ୱକୁ ବଜାୟି ରଖିବା ଓ ବିଭିନ୍ନ ହିନ୍ଦୁ ସଂଗଠନ ଗୁଡିକୁ ସୁଦ୍ରୁଢ କରି ହିନ୍ଦୁ ରାଷ୍ଟ୍ରବାଦୀ ଦେଶମାନଙ୍କ ହାତକୁ ଟାଣ କରିବା ନିମନ୍ତେ ଏହି ବିଶାଳ ସମାବେଶର ଆୟୋଜନ କରା ଯାଇଥିଲା।

ହିନ୍ଦୁ ମାନଙ୍କୁ ତୁରନ୍ତ ସୁରକ୍ଷା ଓ ନ୍ୟାୟ ଯୋଗାଇ ଦେବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ କିତା ଦାବିପତ୍ର ମଧ୍ୟ ପ୍ରଦାନ କରା ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ କ୍ରୁର ଓ ନିଷ୍ଠୁର ବାଂଗଲା ଦେଶି ମାନଙ୍କ ବିରୋଧରେ ବିଭିନ୍ନ ନାରା ଦିଆ ଯାଇଥିଲା।

ଏହି କାର୍ଯ୍ୟକ୍ରମର ନେତ୍ରୁତ୍ୱ ନେଇଥିଲେ ବିଭିନ୍ନ ସଂଗଠନର ପ୍ରମୂଖ ବିବେକାନନ୍ଦ ମହାରଣା, ଶଶାଙ୍କ ଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ସାମଲ, ସଂଜୟ ପତ୍ରି, ଉମେଶ ଦାସ, ବିନୋଦ ଦାସ, ରାଜକିଶୋର ନାୟକ, କରୁଣାକର ସାହୁ, ପ୍ରଫୁଲ୍ଲ ଦାସ, ନୀରଞନ ସୁଆର, ସୁନାକର ବେହେରା, ଲୋକନାଥ ଦାସ, ଗୀତାଞ୍ଜଳୀ ସେଠୀ, ପ୍ରଦୀପ ନାୟକ, ପ୍ରଭାତ ରଂଜନ ଦାସ, ୟସପାଲ୍ ସୁତାର, ସୁକାନ୍ତ ସାହୁଙ୍କ ସମେତ ତେଜଶ୍ୱର ପରିଡା ପ୍ରମୂଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ତିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

ବିଶାଳ ଶୋଭାଯାତ୍ରା ରାମ ମନ୍ଦିର ହିନ୍ଦୁ ସୁରକ୍ଷା ମଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

SIR ସମ୍ପର୍କରେ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ: ମମତା ବାନାର୍ଜୀଙ୍କୁ କଲେ ଟାର୍ଗେଟ

January 5, 2026

ବାଂଲାଦେଶରେ IPL ପ୍ରସାରଣ ବନ୍ଦ ହେବା ପରେ BCCI କୁ କେତେ ହେବ କ୍ଷତି?: ଜାଣନ୍ତୁ ଗଣିତ

January 5, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଦ୍ୱିତୀୟ ଯୁବ ODI, ଜାଣନ୍ତୁ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 5, 2026

ଶୀତଦିନେ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

January 5, 2026
Latest News

SIR ସମ୍ପର୍କରେ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ: ମମତା ବାନାର୍ଜୀଙ୍କୁ କଲେ ଟାର୍ଗେଟ

January 5, 2026

ବାଂଲାଦେଶରେ IPL ପ୍ରସାରଣ ବନ୍ଦ ହେବା ପରେ BCCI କୁ କେତେ ହେବ କ୍ଷତି?: ଜାଣନ୍ତୁ ଗଣିତ

January 5, 2026

Electronics Manufacturing Booms: ଇଲେକ୍ଟୋନିକ୍ସ ଉତ୍ପାଦନରେ ଭାରତର ହେଲା ଦ୍ରୁତ ଅଭିବୃଦ୍ଧି

January 5, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଦ୍ୱିତୀୟ ଯୁବ ODI, ଜାଣନ୍ତୁ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

January 5, 2026

ଶୀତଦିନେ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

January 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.