Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା କର୍ମଶାଳା
ଆଜିର ଖବର

ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା କର୍ମଶାଳା

December 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀବେ ନିଷ୍ଠୁରତା ପ୍ରତିରୋଧ ନିମନ୍ତେ ସଚେତନତା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଆମ ଚତୁଃପାର୍ଶ୍ବରେ ଥିବା ଜୀବଜନ୍ତୁ, ପଶୁପକ୍ଷୀଙ୍କ ପ୍ରତି ଆମର ଦାୟୀତ୍ବ ରହିଛି। ଆମେ ସେମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ ନ କରି ସେମାନଙ୍କର ରକ୍ଷଣା ବେକ୍ଷଣ କରିବା ସହ ସେମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଉଚିତ। ଏଥିନିମନ୍ତେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ଏକ ସଚେତନତା କର୍ମଶାଳା ରେ ଅଧ୍ୟକ୍ଷତାକରି କହିଥିଲେ।

ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡ଼ଃ ମନୋଜ କୁମାର ସାହୁ କହିଥିଲେ ଯେ, ଗୃହ ପାଳିତ ପଶୁମାନଙ୍କୁ ଠିକ ସମୟରେ ଖାଇବା ପିଇବାକୁ ଦେବା, ରୋଗ ହେଲେ ତାର ଚିକିତ୍ସା କରାଇବା, ଉପଯୁକ୍ତ ଯତ୍ନ ନେବା, ଠିକ ସମୟରେ ଟୀକା କରଣ କରାଇବା, ଦୂର ସ୍ଥାନକୁ ଜୀବଜନ୍ତୁ ମାନଙ୍କୁ ଯାନବାହନରେ ସ୍ଥାନାନ୍ତର କରାଇବାକୁ ଥିଲେ ନିକଟସ୍ଥ ପଶୁ ଚିକିତ୍ସାଳୟରୁ ଅନୁମତି ନେବା, ରାସ୍ତାରେ ପ୍ରତି ୬ଘଣ୍ଟାରେ ଥରେ ସେମାନଙ୍କୁ ଖାଇବା ପିଇବାକୁ ଦେବା ସହ ବିଶ୍ରାମ ନେବା, ଅସୁସ୍ଥ କିମ୍ବା ଦୁର୍ଘଟଣାଗ୍ରସ୍ତ ଗୃହପାଳିତ ପଶୁଙ୍କୁ ଅସହାୟ ଅବସ୍ଥାରେ ଦେଖିଲେ ହେଲ୍ପ ଲାଇନ୍ ନଂ ୧୯୬୨କୁ ଜଣାଇବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଶ୍ରୀ ସାହୁ କହିଥିଲେ।

ରୋଗ ଗ୍ରସ୍ତ ଅସହାୟ ପଶୁ ମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ସହ ଚିକିତ୍ସା ନିମନ୍ତେ ଜନଶକ୍ତି (ମ୍ୟାନ ପାଓ୍ବାର) ମନୋନୟନ କରିବା ହେଉଛି ଏହି ବୈଠକର ମୂଳ ଲକ୍ଷ୍ୟ। ସ୍ବେଚ୍ଛାସେବୀ ସଙ୍ଗଠନ ଗୁଡିକର ଗୋ-ଶାଳା ଥିଲେ ପ୍ରତି ପଶୁ ପିଛା ସରକାର ବାର୍ଷିକ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି।

ବ୍ରହ୍ମପୁର ଠାରେ ସରକାରଙ୍କ ତରଫରୁ ଗୋଟିଏ ଗୋ-ଶାଳା ନିର୍ମାଣ ସହ ଦୁଇ ଜଣ ପ୍ରାଣୀ ଚିକିତ୍ସକ ଓ ଦୁଇ ଜଣ ସହାୟକଙ୍କୁ ନିଯୁକ୍ତି ଦିଆଯିବାକୁ ପ୍ରସ୍ତାବ ରହିଥିବା ବେଳେ ଛତ୍ରପୁର ପାଇଁ ଗୋଟିଏ ଆମ୍ବୁଲାନ୍ସ,, ଗାଈଗୋରୁ ଉଠାଇବା ଯନ୍ତ୍ର ଓ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ।

ବୈଠକରେ ଉପାଧ୍ୟକ୍ଷ ଡି ବିଶ୍ବନାଥ, ବ୍ରହ୍ମପୁର ମ୍ୟୁନିସିପାଲିଟିର ଡେପୁଟି କମିଶନର ଆଶୀର୍ବାଦ ପରିଡା, ଡିସିପିର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ରୋଗ ନିୟନ୍ତ୍ରଣ) ଡଃ ଜଗଦୀଶ ମହାନ୍ତି, ଛତ୍ରପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ର ଉପ ନିର୍ଦ୍ଦେଶକ ଶୁଭ୍ରକାନ୍ତ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀଗଣ, ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

ଗଞ୍ଜାମ ସଚେତନତା କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Latest News

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.