Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଜଳବାୟୁ ପରିବର୍ତ୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ
ଆଜିର ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

December 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
soa university
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

ଭୁବନେଶ୍ୱର: ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଜାତୀୟ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଭବିଷ୍ୟତ ନିମନ୍ତେ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବେ।

‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ଶୀର୍ଷକ ଏହି ଏକ ଦିବସୀୟ ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତରେ ଏହାକୁ ନେଇ ଯେଉଁ ସମସ୍ୟା ସୃ୍‌ଷ୍ଟି ହେବାକୁ ଯାଉଛି ସେ ବିଷୟରେ ଆଲୋଚନା କରାଯିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଏଭର ଗ୍ରୀନ୍ ଫୋରମ୍‌ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି ଯେ ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟୁ, ପରିବେଶ ଉପରେ ଜଳବାୟୁ ପରିବର୍ତନର ପ୍ରଭାବ, ଖାଦ୍ୟ ସୁରକ୍ଷା, ଜଳ ସମ୍ପଦ, ଶକ୍ତି ଓ ଏହାର ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି, ପୁନେର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍‌, ଇନ୍‌ଟରନ୍ୟାସ୍‌ନାଲ୍ ସୋସାଇଟି ଫର୍ ଏଗ୍ରିକଲ୍‌ଚରାଲ୍ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ମିଜୋରାମ୍‌ର ମୁଖ୍ୟ ବନ୍ୟ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ସୋଆର ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ଡିଷ୍ଟିଙ୍ଗଉଇସଡ ପ୍ରଫେସର ଡକ୍ଟର ଉମା ଚରଣ ମହାନ୍ତି, ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜିଓ ଫିଜିକ୍ସର ପ୍ରଫେସର ରାଜୀବ ଭାଟିଆ, ସିସିଏସ୍‌ଏର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଭିଜିଟିଂ ପ୍ରଫେସର ଡକ୍ଟର ନିହାର ରଞ୍ଜନ ଦାସ, ଆଇସିଏଆର୍ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଏବଂ ମେରାଇନ୍ ଡିଭିଜନ୍‌, ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ଷ୍ଟେଟ୍ ଲିଡ ୍‌- ଓଡ଼ିଶା ଶ୍ରୀମତି ସାଧ୍ୱୀ ସିନ୍ଦୁରା ନିଜର ବକ୍ତବ୍ୟ ରଖିବେ।

ଜଳବାୟୁ ପରିବର୍ତ୍ତନ ଜାତୀୟ ସମ୍ମିଳନୀ ଡିସେମ୍ବର ୮ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026
Latest News

ବିଜେପିରେ ସାମିଲ ହେଲେ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ ବିଜେଡି ନେତା ଓ କର୍ମୀ

February 14, 2026

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

February 14, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.