Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ରେଳ ଷ୍ଟେସନ: ଯାତ୍ରୀ ସୁବିଧା ଏବଂ ନିରାପତ୍ତାର ଏକ ନୂତନ ଯୁଗ
ଆଜିର ଖବର

କଟକ ରେଳ ଷ୍ଟେସନ: ଯାତ୍ରୀ ସୁବିଧା ଏବଂ ନିରାପତ୍ତାର ଏକ ନୂତନ ଯୁଗ

December 6, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁରହିଥିବା କଟକ ରେଳ ଷ୍ଟେସନ ପୁନଃନିର୍ମାଣର ଏକ ଅଂଶ ଭାବରେ କଟକ ରେଳ ଷ୍ଟେସନକୁ ଏକ ଆଧୁନିକ ପରିବହନ ହବ୍ ସହ ଏକ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରାଯିବ ପାଇଁ ଯୋଜନା କରାଯାଇଅଛି। 303 କୋଟି ଟଙ୍କା ବିନିଯୋଗ ସହିତ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପଟି ଯାତ୍ରୀମାନଙ୍କ ଅଭିଜ୍ଞତାକୁ ବୃଦ୍ଧିକରଇବା ଏବଂ ସମଗ୍ର ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି।

14.63 କୋଟି ଟଙ୍କା ମୂଲ୍ୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ୱ (ଜାତୀୟ ରାଜପଥ ପାର୍ଶ୍ୱ) ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ ଯାହା ଯାତ୍ରୀଙ୍କ ସୁବିଧା ଏବଂ ନିରାପତ୍ତାକୁ ଯଥେଷ୍ଟ ଉନ୍ନତ କରିବ। ଏହି ବିକାଶ ଷ୍ଟେସନ୍ ମଧ୍ୟକୁ ଚଳପ୍ରଚଳ କାର୍ଯ୍ୟକୁ ଶୃଙ୍ଖଳିତ କରିବ ଏବଂ ଏହି ଅଞ୍ଚଳରେ ଉନ୍ନତ ସୁବିଧା ତଥା ସଂଯୋଗ ପାଇଁ ଦୀର୍ଘ ଦିନର ଚାହିଦା ପୂରଣ କରି ଯାତ୍ରୀଙ୍କ ଚଳାଚଳକୁ ସୁଗମ କରିବ ବୋଲି ଆଶା କରାଯାଉଛି।

ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ମୁଖ୍ୟ ବୈଶିଷ୍ଟ୍ୟ:

* ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ: 21,270 ବର୍ଗଫୁଟ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଏବଂ ମନୋରମ ପରିବେଶ ପ୍ରଦାନ କରିବ।

* ଆଧୁନିକ ସୁବିଧା: ଷ୍ଟେସନ ବିଲଡିଂରେ ଆଧୁନିକ ସୁବିଧା ଯେପରିକି ଫୁଡ (ଖାଦ୍ୟ) କୋର୍ଟ (2,100 ବର୍ଗଫୁଟ), ଆଧୁନିକ ଶୌଚାଳୟ (ଦିବ୍ୟାଙ୍ଗଜନ୍ ଉପଲବ୍ଧ ଅନ୍ତର୍ଭୂକ୍ତ), ଟିକେଟ୍ କାଉଣ୍ଟର, ପ୍ରତୀକ୍ଷା କ୍ଷେତ୍ର, ଏସ୍କାଲେଟର୍, ଲିଫ୍ଟ ଏବଂ ଅନ୍ୟାନ୍ୟ ସୁବିଧା ରହିଛି।

* ଉପଲବ୍ଧତା : ଷ୍ଟେସନରେ ସୁଗମ୍ୟ ଯାତାୟାତ ଅନୁକୂଳ ଏସ୍କାଲେଟର ଏବଂ ଲିଫ୍ଟ ସହିତ ବର୍ଦ୍ଧିତ ଯାତ୍ରୀ ଉପଲବ୍ଧତା ବୈଶିଷ୍ଟ୍ୟ ରହିଛି ଯାହାକି ଦିବ୍ୟାଙ୍ଗଜନଙ୍କ ସମେତ ସମସ୍ତ ଯାତ୍ରୀଙ୍କ ଯାତାୟାତର ସୁନିଶ୍ଚିତତା କରିବ।

* ଉନ୍ନତ ସୁବିଧା: ଏକ ବିସ୍ତୃତ ପ୍ରଶସ୍ତ ଅଞ୍ଚଳ, ପର୍ଯ୍ୟାପ୍ତ ପାର୍କିଂ ଏବଂ ପିକଅପ୍ / ଡ୍ରପ୍ ଅଫ୍ ସୁବିଧା ସହିତ କଟକ ଏବଂ ଏହାର ଆଖପାଖ ଜିଲ୍ଲାର ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ଠାରେ ଅଧିକ ସୁଗମ ପ୍ରଦାନ କରିବ।

* ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ: ଏହି ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି କେନ୍ଦ୍ର (PMBJK), ଏଟିଏମ୍ କିଓସ୍କ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ଏବଂ NABARD ଦ୍ୱାରା ପରିଚାଳିତ ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ (OSOP) ଟ୍ରଲି ସମର୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ପ୍ରଦର୍ଶିତ ଓ ବିକ୍ରି ହେବ।

କେବଳ କଟକ ସହର ନୁହେଁ, ଏହି ପ୍ରବେଶ ପଥ ମଧ୍ୟ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବଡ଼ମ୍ବା, ନରସିଂହପୁର ଏବଂ ନିଆଳି ଭଳି ଦୂରଦୂରାନ୍ତ ସ୍ଥାନର ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ଷ୍ଟେସନ ଭବନକୁ ପରିକଳ୍ପନା କରାଯାଇଛି। ନିରାପତ୍ତା, ସୁବିଧା, ଏବଂ ଆରାମ ଉପରେ ଧ୍ୟାନ ଦେଇ, ଷ୍ଟେସନ ଭବନ ଯାତ୍ରୀମାନଙ୍କୁ ଅସୁବିଧାମୁକ୍ତ ସୁବିଧା ଯୋଗାଇବା ସହ ଷ୍ଟେସନରେ ପାରମ୍ପାରିକ ଭାବରେ ସମ୍ମୁଖୀନ ହେଉଥିବା ସମୟ ସାପେକ୍ଷ ପ୍ରବେଶ ପ୍ରକ୍ରିୟାକୁ ସହଜ କରିବ।

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 7 ଡିସେମ୍ବର 2024 (ଶନିବାର) ଦିନ ସନ୍ଧ୍ୟା 5 ଘଟିକା ସମୟରେ କଟକ ରେଳ ଷ୍ଟେସନରେ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କଟକର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ବୈଷ୍ଣବଙ୍କ ଏହି ଗସ୍ତରେ ଭାରତର ପୂର୍ବାଞ୍ଚଳରେ ସେବା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଭିତ୍ତିଭୂମିରେ ଉନ୍ନତି ତଥା ନାଗରିକଙ୍କ ପାଇଁ ଯାତ୍ରା ସହଜ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି।

ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ପ୍ରମୁଖ ବିଶେଷତା :

* ଏହି ଅଞ୍ଚଳର ଦୀର୍ଘ ଦିନର ଚାହିଦା ପୂରଣ ହୋଇ କଟକ ଏବଂ ନିକଟବର୍ତ୍ତୀ ଜିଲ୍ଲାର ଲୋକଙ୍କ ସୁବିଧା ଉପଲବ୍ଧତାକୁ ସୁଦୃଢ଼ କରିବ।

* କଟକ ରେଳ ଷ୍ଟେସନ ଦେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସଂଯୋଗୀକରଣ।

* ଏକ ଅପେକ୍ଷା କ୍ଷେତ୍ର, ଖାଦ୍ୟ କୋର୍ଟ ଏବଂ ଉନ୍ନତ ସୌଚାଳୟ ପରି ଆଧୁନିକ ସୁବିଧା ସହିତ ଯାତ୍ରୀଙ୍କ ଅଭିଜ୍ଞତା ଉପଲବ୍ଧ କରାଇବ।

* ଯାତ୍ରୀମାନଙ୍କ ପାଇଁ ସୁଗମ ପ୍ରବେଶ, ନିରାପଦ, ସମୟ ସାପେକ୍ଷ ଏବଂ ଅଧିକ ଦକ୍ଷ ଯାତ୍ରା ସୁନିଶ୍ଚିତ କରିବା।

ଏହି ବିକାଶ ସହିତ କଟକ ରେଳ ଷ୍ଟେସନ ପୂର୍ବାଞ୍ଚଳ କ୍ଷେତ୍ରରେ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ହେବାକୁ ପ୍ରସ୍ତୁତ ହୋଇଛି, ଯାହା କେବଳ ଯାତ୍ରୀଙ୍କୁ ନୁହେଁ ବରଂ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧି କରି ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

ଅମୃତ ଷ୍ଟେସନ୍ ଯୋଜନା କଟକ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025
Latest News

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.