Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଙ୍କେତିକ ଭାଷା ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସାଙ୍କେତିକ ଭାଷା ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

December 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ସହାୟକ ହେବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା (ଆଇଏସଏଲ) ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ୨୪ ଘଣ୍ଟିଆ ଚ୍ୟାନେଲ ନମ୍ବର -୩୧ର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ପିଲାମାନଙ୍କ ଶିକ୍ଷାକୁ ବିଶେଷ ପ୍ରାଥମିକତା ଦେଇଛି। ଏହି ପଦକ୍ଷେପ ବହୁ ସର୍ବସ୍ପର୍ଶୀ ଓ ସମାବେଶୀ ଶିକ୍ଷା ବ୍ୟବସ୍ଥାରେ  ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଭାରତୀୟ ସାଙ୍କେତିକ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ ; ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ବିକଳ୍ପ ରୂପ ତଥା ସାଙ୍କେତିକ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ଶ୍ରବଣହୀନ ଜନସଂଖ୍ୟାକୁ ସମର୍ଥନ କରିବା ପାଇଁ ଅଧିକରୁ ଅଧିକ ଲୋକ ଭାରତୀୟ ସାଙ୍କେତିକ ଭାଷା  ଶିଖିବାର ପରିକଳ୍ପନା କରି ଏହାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ବିକଶିତ କରିବା ଦରକାର । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ସହାୟକ ହେବ।

ଯୋଗାଯୋଗକୁ ସୁଗମ କରିବା ପାଇଁ ଶ୍ରୀ ପ୍ରଧାନ ଶୁଭାରମ୍ଭ ହୋଇଥିବା ଚ୍ୟାନେଲ ୩୧କୁ ଏକ ସେତୁ ବୋଲି ଅଭିହିତ କରିବା ସହ ଏହାକୁ  ଲୋକପ୍ରିୟ କରିବା ଏବଂ ଭାରତୀୟ ସଂକେତିକ ଭାଷା ପାଇଁ ବିଶ୍ୱର ପ୍ରବେଶ ଦ୍ୱାର ଭାବରେ ସମଗ୍ର ଭାରତରେ ଏହାର ଉପଲବ୍ଧି ସୁନିଶ୍ଚିତ କରିବାକୁ ସେ ଷ୍ଟେକହୋଲଡରମାନଙ୍କୁ ନିବେଦନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ପଦକ୍ଷେପ ସାମ୍ବିଧାନିକ ଅଧିକାର ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ଶିକ୍ଷା ଏବଂ ସମ୍ବଳର ସମାନ ଉପଲବ୍ଧତାକୁ ସୁନିଶ୍ଚିତ କରିବ । ଭାରତୀୟ ସାଙ୍କେତିକ ଭାଷା ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବା, ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତକୁ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ନେବାର କ୍ଷମତା ରଖିଛି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି । ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ। ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି। ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷାଭିତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ ଇ-ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇଂରାଜୀ, ହିନ୍ଦୀ ପରି ଆଇଏସଏଲ ବା ଏହି ସାଙ୍କେତିକ ଭାଷାକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଏହି ଡିଟିଏଚ ଚ୍ୟାନେଲ ପ୍ରମୁଖ ଭୂମିକା ନିଭାଇବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ ପିଏମ ଇ-ବିଦ୍ୟା ଡିଟିଏଚ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.