
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କନୌଜରେ ବସ୍ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ପିଏମ୍ଏନ୍ଆର୍ଏଫ୍ରୁ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଉତ୍ତର ପ୍ରଦେଶର କନୌଜରେ ବସ୍ ଦୁର୍ଘଟଣାରେ ହୋଇଥିବା ଜୀବନ ହାନୀ ଯୋଗୁଁ ଦୁଃଖିତ। ଏହି ଘଟଣାରେ ନିଜର ପିୟଜନମାନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରୁଛି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ପିଏମ୍ଏନ୍ଆର୍ଏଫ୍ରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଦିଆଯିବ।