Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି
ଆଜିର ଖବର

ରାଇରଙ୍ଗପୁରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

December 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୭ ଡିସେମ୍ବର ୨୦୨୪)ରେ ରାଇରଙ୍ଗପୁରଠାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରୁମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ମାଟିର ଝିଅ ହୋଇଥିବାରୁ ନିଜକୁ ନେଇ ସର୍ବଦା ଗର୍ବିତ। ଅନେକ ଦାୟିତ୍ୱ ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ତାଙ୍କୁ କେବେବି ତାଙ୍କ ଜନ୍ମସ୍ଥାନ ଏବଂ ଏଠାକାର ଲୋକମାନଙ୍କଠାରୁ ଦୂରରେ ରଖି ପାରିନାହିଁ। ବରଂ, ଲୋକଙ୍କ ଭଲ ପାଇବା ତାଙ୍କୁ ସେମାନଙ୍କ ଆଡ଼କୁ ଟାଣି ଆଣିଥାଏ। ସେ କହିଛନ୍ତି ଯେ, ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟରେ ସବୁବେଳେ ମାତୃଭୂମି ରହିଥାଏ। ଏହି ଅଞ୍ଚଳର ଲୋକଙ୍କ ପବିତ୍ର ଏବଂ ଗଭୀର ସ୍ନେହ ସର୍ବଦା ତାଙ୍କ ମନରେ ପ୍ରତିଧ୍ୱନିତ ହୁଏ।

ରେଳ ପ୍ରକଳ୍ପ ଏବଂ ବିମାନବନ୍ଦର ଏହି ଅଞ୍ଚଳରେ ପରିବହନ, ବାଣିଜ୍ୟ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରିବ ବୋଲି ରାଷ୍ଟ୍ରପତି ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା ଅଟ୍ଟାଳିକା ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବ।
ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଦ୍ୱାରା ଓଡ଼ିଶା ଉପକୃତ ହେଉଛି। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ପରିବହନ ସୁବିଧା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସମଗ୍ର ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରାଯାଉଛି।

ରାଷ୍ଟ୍ରପତି କହିଥିଲେ, ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ୨୩ଟି ବିଦ୍ୟାଳୟ ସମେତ ଓଡ଼ିଶାରେ ୧୦୦ରୁ ଅଧିକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବିଷୟରେ ଉଲ୍ଲେଖ କରି ସେ ଖୁସି ପ୍ରକଟ କରିଥିଲେ। ଏହିସବୁ ବିଦ୍ୟାଳୟଗୁଡ଼ିକରୁ ଶିକ୍ଷା ଗ୍ରହଣ କରିବା ପରେ ଆଦିବାସୀ ପିଲାମାନେ ସମାଜ ଏବଂ ଦେଶର ପ୍ରଗତିରେ ଗୁଣାତ୍ମକ ଯୋଗଦାନ ଦେବାରେ ସକ୍ଷମ ହେବେ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଦ୍ରୌପଦୀ ମୁର୍ମୁ ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ରାଇରଙ୍ଗପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026
Latest News

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.