ମଧ୍ୟାହ୍ନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ 

Published: Dec 9, 2024, 2:11 pm IST

ଭୁବନେଶ୍ଵର: ଦାରିଙ୍ଗିବାଡି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ, ପ୍ରଥମେ ପେଟ କାଟିବା ସହ ବାନ୍ତି ହୋଇଥିଲା। ୬ ଜଣ ଛାତ୍ର ଛାତ୍ରୀ ଙ୍କ ଦେହ ଗୁରୁତର ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ଅଣ୍ଡା ଖାଇବାକୁ ଦିଆଯାଇଥିଲା।

ତେବେ ଭାତ ବହୁତ ଅମ୍ବିଳା (ଖଟା) ଲାଗୁଥିଲା। ଖାଇବା ପରେ ପିଲାଙ୍କ ପେଟ କାଟିବା ଆରମ୍ଭ କରିଥିଲା। କିଛି ଛାତ୍ର ଛାତ୍ରୀ ଉକ୍ତ ମଧ୍ୟାହ୍ନଭୋଜନ ନଖାଇ ଫିଙ୍ଗି ଦେଇଥିବା ଜଣାପଡିଛି। ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା 6 ଜଣ ଛାତ୍ରଛାତ୍ରୀଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ବେଳେ, ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ,ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ଜଣାପଡିଛି।

Related posts