Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷୀରରେ ହେଉଛି ଅପମିଶ୍ରଣ: ୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର
ଆଜିର ଖବର

କ୍ଷୀରରେ ହେଉଛି ଅପମିଶ୍ରଣ: ୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର

December 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି? ହୁସିଆର, କ୍ଷୀରରେ ହେଉଛି ଅପମିଶ୍ରଣ। ଏକ ଲିଟଲ କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର। ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍। ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି। କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି ପଶୁର କ୍ଷୀର ନୁହେଁ, ଏକଥା ପ୍ରାମାଣିତ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ପାଉଡର ମିଶାଇ ସେଥିରୁ ପ୍ରସ୍ତୁତ କରାଯାଉଛି ପନିର। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। ଏପରି ଅପମିଶ୍ରଣ କରି ଅନେକ ଘରୋଇ କଂପାନୀ କ୍ଷୀର, ଦହି, ପନିର ଆଦି ଦୁଗ୍ଧ ଜାତୀୟ ପଦାର୍ଥ ବଜାରରେ ବିକ୍ରି କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏହି ଫଟୋକୁ ଦେଖିଲେ ସହଜରେ ଜାଣି ପାରିବେ ଯେ ଖାଲି ପାଣିରେ କେମିକାଲ ଓ ଏକପାରୀ ଶାକାରିନି ମିଶ୍ରଣରେ ପ୍ରସ୍ତୁତ ହେଉଛି କ୍ଷୀର।

ଓମ୍‌ଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ସମବାୟ ସଂସ୍ଥା। ଓଡିଆ ଅସ୍ମିତା ସହିତ ଓମ୍‌ଫେଡ୍ ଜଡିତ। କାରଣ ଏଥିରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଭାଗ୍ୟ ଓ ଭବିଷ୍ୟତ ନିହିତ ରହିଛି। ଅପରପକ୍ଷେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେବା ପରେ ଏଥିରେ କୌଣସି ଅପମିଶ୍ରଣ ହେବାର ସୁଯୋଗ ନାହିଁ। ଓମ୍‌ଫେଡ୍ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁଗ୍ଧର ପ୍ରକ୍ରିୟାକରଣ କରୁଛି। ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ଗୁଆଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଛି।

ରାଜ୍ୟ ସରକାର ତଥା ଓମ୍‌ଫେଡ୍ ସଦାସର୍ବଦା ଦୁଗ୍ଧ ଜାତ ଉତ୍ପାଦର ଶୁଦ୍ଧତା, ସ୍ୱଚ୍ଛତା ଓ ଗୁଣବତା ଉପରେ ଗୁରୁତ୍ୱାରୋପ କରିଆସୁଛି। ଓମ୍‌ଫେଡ୍ ଦ୍ୱରା ପ୍ରସ୍ତୁତ ସମସ୍ତ ଉତ୍ପାଦ ଉତମ ଗୁଣମାନର ଏବଂ ସ୍ୱାସ୍ଥ୍ୟକର ଏଥିରେ କୌଣସି ସଂଦେହ ନାହିଁ।
ଓମ୍‌ଫେଡ୍ ଉତ୍ପାଦର ଗୁଣାତ୍ମକମାନରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ଏଣୁ ଖାଉଟିମାନେ ଓମ୍‌ଫେଡ୍ ଉତ୍ପାଦ ନିସଂଦେହରେ ନେବା ପାଇଁ ପରାମର୍ଶ ଦେଇଛନ୍ତି ପରିଚାଳନା ନିର୍ଦେଶକ।

milk omfed ଓମ୍‌ଫେଡ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.