Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ 
ଆଜିର ଖବର

ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ 

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ସମୁଦ୍ରରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମୁକ୍ତ କରିବା ତଥା ମହୋଦଧିରେ ସୁରକ୍ଷିତ ସ୍ନାନ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ପୁରୀରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ମହୋଦଧି ଦିବସ। ସ୍ଵର୍ଣ୍ଣାଭ ବେଳାଭୂମିରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ଉତ୍ସବରେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାମୁଦ୍ରିକ ଜଳ କ୍ରୀଡାକୁ ନେଇ ରୋମାଞ୍ଚକର ଅନୁଭୂତି ପାଇଥିବା ଲକ୍ଷ କରାଯାଇଅଛି।

ପ୍ରାୟ ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିବା ଲକ୍ଷ୍ୟ କରାଯାଇଅଛି। ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ଅନ୍ତର୍ଜାତୀୟ ମହୋଦଧି ଦିବସ ପ୍ରଥମ ଥର ପାଇଁ ବେଳାଭୂମିରେ ଆୟୋଜିତ କରାଯାଇଛି। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛି ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ ମାଧ୍ୟମରେ ସମୁଦ୍ରରେ ହେଉଥିବା ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା।

ପୁରୀରେ ବିଚ୍ ସ୍ପୋର୍ଟର୍ସ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ମଧ୍ୟ ଅନୁଷ୍ଠିତ ହୋଇଅଛି। ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେଉଥିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଅଛି। ଏଣୁ ଅନୁଷ୍ଠାନ ବେଲ୍ ଦ୍ଵାରା ଆରମ୍ଭ କରାଯାଇଥିବା ମହୋଦଧି ଉତ୍ସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ।

କାର୍ଯ୍ୟକ୍ରମ ଦ୍ୱାରା ଓଡିଶାର ସମୁଦ୍ର ଉପକୂଳ ସୁରକ୍ଷା ଓ ସୌନ୍ଦ୍ରଯ୍ୟ ସହ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଭିନ୍ନ ଭିନ୍ନ ୧୦ଟି ଦେଶରୁ ପ୍ରତିଯୋଗୀ ମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି l ତେବେ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି l

ପୁରୀ ମହୋଦଧି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.