Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କପୁର ପରିବାର ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଆଜିର ଖବର

କପୁର ପରିବାର ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

December 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାନ ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ଅବସରରେ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭାବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଭାରତୀୟ ଚଳଚ୍ଚିତ୍ରରେ ରାଜ କପୁରଙ୍କ ଅଦ୍ୱିତୀୟ ଯୋଗଦାନ ଏବଂ ଏହାର ଚିରସ୍ଥାୟୀ ଐତିହ୍ୟକୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କପୁର ପରିବାର ସହ ମନଖୋଲା ଆଲୋଚନା କରିଥିଲେ।

ଆଗାମୀ ଶତାବ୍ଦୀ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନିଜର ବହୁମୂଲ୍ୟ ସମୟ କାଢ଼ି ଆଲୋଚନା ପାଇଁ ସୁଯୋଗ ଦେଇଥିବାରୁ ରାଜ କପୁରଙ୍କ କନ୍ୟା ରୀମା କପୁର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁଶ୍ରୀ କପୁର ରାଜ କପୁରଙ୍କ ଚଳଚ୍ଚିତ୍ରର ଏକ ଗୀତର କେଇ ଧାଡ଼ି ଶୁଣାଇବା ସହ କହିଥିଲେ,ସମଗ୍ର ଦେଶ କପୁର ପରିବାରକୁ ଶ୍ରୀ ମୋଦୀ ସାକ୍ଷାତ ଅବସରରେ ଦେଇଥିବା ଭଲ ପାଇବା, ସଦିଚ୍ଛା ଓ ସ୍ନେହର ସାକ୍ଷୀ ରହିବ। ରାଜ କପୁରଙ୍କ ମହାନ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ କପୁର ପରିବାରକୁ ସ୍ୱାଗତ କରିଥିଲେ।

ଶ୍ରୀ ମୋଦୀ କହିଥିଲେ କି, ରାଜ କପୁରଙ୍କ ଶତାବ୍ଦୀ ସମାରୋହ ଉତ୍ସବ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ସ୍ୱର୍ଣ୍ଣିମ ଯାତ୍ରାର ଗାଥାର ପ୍ରତୀକ। ସେ କହିଥିଲେ କି ୧୯୪୭ରେ ‘ନୀଲ କମଲ’ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଆମେ ଏବେ ୨୦୪୭ ମସିହା ଦିଗକୁ ଗତି କରୁଛନ୍ତି ଏବଂ ବିଗତ ଶହେ ବର୍ଷ ମଧ୍ୟରେ ଏହି ଚଳଚ୍ଚିତ୍ରର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୂଟନୀତି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ସଫ୍ଟ ପାୱାର’ ଶବ୍ଦକୁ ଉଦାହରଣ ଭାବେ ନେଇ ଶ୍ରୀ ମୋଦୀ କହିଥିଲେ କି ରାଜ କପୁର ସେ ସମୟରେ ସଫ୍ଟ ପାୱାର ଶବ୍ଦର ସ୍ଥାପନା କରିଥିଲେ, ଯେଉଁ ସମୟରେ କି ଏହି ଶବ୍ଦ ଗଢ଼ା ହୋଇ ନଥିଲା। ସେ କହିଥିଲେ କି ଭାରତର ସେବାରେ ରାଜ କପୁରଙ୍କର ଏହା ଥିଲା ବିରାଟ ଅବଦାନ।

ପ୍ରଧାନମନ୍ତ୍ରୀ କପୁର ପରିବାରଙ୍କୁ ରାଜ କପୁରଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ଯାହାକି ବିଶେଷ କରି ମଧ୍ୟ-ଏସିଆ ଉପରେ କେନ୍ଦ୍ରିତ ହୋଇଥିବ। ଯାହାକି ଏତେ ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ସେ କହିଥିଲେ କି ତାଙ୍କ ଜୀବନ ଉପରେ ରାଜ କପୁରଙ୍କ ପ୍ରଭାବ ପଡ଼ିଥିଲା। ଶ୍ରୀ ମୋଦୀ ପରିବାରକୁ କହିଥିଲେ କି, ମଧ୍ୟ-ଏସିଆରେ ଭାରତୀୟ ଚଳଚ୍ଚିତ୍ର ପାଇଁ ବହୁତ ସମ୍ଭାବନା ରହିଛି ଏବଂ ଏହାର ଫାଇଦା ନେବା ଦିଗରେ କାମ କରିବା ଆବଶ୍ୟକ। ସେ କହିଥିଲେ କି ମଧ୍ୟ-ଏସିଆର ନୂତନ ପିଢ଼ିଙ୍କ ନିକଟରେ ଏହାକୁ ପହଞ୍ଚାଇବାକୁ ପ୍ରଚେଷ୍ଟା କରିବା ଉଚିତ ଏବଂ ପରିବାରକୁ ଏପରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ, ଯାହାକି ସମ୍ପର୍କର ସେତୁ ଭଳି କାମ କରିବ।

ବିଶ୍ୱବ୍ୟାପୀ ମିଳିଥିବା ଭଲ ପାଇବା ଓ ପ୍ରସିଦ୍ଧିକୁ ସ୍ୱୀକାର କରି ରୀମା କପୁର କହିଥିଲେ, ଶ୍ରୀ ରାଜ କପୁରଙ୍କ ‘ସାଂସ୍କୃତିକ ରାଜଦୂତ’ କୁହାଯାଇପାରେ। ପ୍ରଧାନମନ୍ତ୍ରୀ ‘ବୈଶ୍ୱିକ ରାଜଦୂତ’ ହୋଇପାରିଥିବାରୁ ସେ ତାହାକୁ ପ୍ରଶଂସା କରି କହିଥିଲେ, କପୁର ପରିବାର ପ୍ରଧାନମନ୍ତ୍ରୀଙ୍କ ଏହି ପରିଚିତି ପାଇଁ ଗର୍ବ ଅନୁଭବ କରୁଛନ୍ତି। ଶ୍ରୀ ମୋଦୀ ଜୋର୍ ଦେଇ କହିଥିଲେ କି ଆଜି ଦେଶର ସମ୍ମାନ ଆଜି ଶୀର୍ଷରେ ପହଞ୍ଚିପାରିଛି। ବିଶ୍ୱବ୍ୟାପୀ ଆଲୋଚନା ହେଉଥିବା ଯୋଗକୁ ଏହାର ଉଦାହରଣ ଭାବେ ସେ ବର୍ଣ୍ଣନା କରିଥିଲେ। ସେ ଏହା ମଧ୍ୟ କହିଥିଲେ କି ବିଶ୍ୱ ନେତୃତ୍ୱଙ୍କୁ ସାକ୍ଷାତ କରିବା ଅବସରରେ ସେ ଯୋଗ ଏବଂ ଏହାର ଗୁରୁତ୍ୱ ବାବଦରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ କି ଗବେଷଣା ଏକ ମଜାଦାର ପ୍ରକ୍ରିୟା ଏବଂ ଏହା ଶିକ୍ଷା କରିବାର ପ୍ରକ୍ରିୟାରୁ ଆନନ୍ଦ ପାଇବାର ସୁବିଧା ମିଳିଥାଏ। ରାଜ କପୁରଙ୍କ ଉପରେ ଗବେଷଣା କରିବା ପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିବାରୁ ସେ ରାଜ କପୁରଙ୍କ ଅଣନାତି ଅର୍ମନ ଜୈନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାଦ୍ୱାରା ତାଙ୍କୁ ତାଙ୍କ ବୁଢ଼ା ବାପାଙ୍କ ଜୀବନଯାତ୍ରାରେ ବଂଚିବାର ସୁଯୋଗ ମିଳିପାରିଛି ବୋଲି ସେ କହିଥିଲେ।

ଚଳଚ୍ଚିତ୍ରର ଶକ୍ତିକୁ ମନେ ପକାଇବାକୁ ଯାଇ ଶ୍ରୀ ମୋଦୀ ତତ୍କାଳୀନ ଜନସଂଘ ପାର୍ଟି ଦିଲ୍ଲୀରେ ଏକ ନିର୍ବାଚନ ହାରିଥିବାର ଘଟଣାକୁ ଅବତାରଣା କରିଥିଲେ। ସେତେବେଳେ ନେତାମାନେ ରାଜ କପୁରଙ୍କ ଏକ ଚଳଚ୍ଚିତ୍ର ‘ଫିର୍ ସୁବହ ହୋଗୀ’ ଦେଖିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ କି ଦଳ ଏବେ ପୁନର୍ବାର ସୁବହ (ସକାଳ) ଦେଖିଛି। ଶ୍ରୀ ମୋଦୀ ଆଉ ଏକ ଘଟଣା ମନେ ପକାଇ କହିଥିଲେ କି ଯେତେବେଳେ ସେ ଚୀନ୍‌ରେ ବାଜୁଥିବା ଏକ ରେକର୍ଡିଂ ସେ ଣୁଷି କପୁରଙ୍କୁ ପଠାଇଥିଲେ ଏବଂ ସେ ବହୁତ ଖୁସି ହୋଇଥିଲେ।

କପୁର ପରିବାର ୨୦୨୪ ଡିସେମ୍ବର ୧୩, ୧୪ ଓ ୧୫ ତାରିଖରେ ରାଜ କପୁରଙ୍କ ଉପରେ ଏକ ରେଟ୍ରୋସ୍ପେକ୍ଟିଭ୍ ସୋ (ପୂର୍ବପ୍ରଭାବୀ) ଆୟୋଜନ କରୁଥିବା ଶ୍ରୀ ରଣବୀର କପୁର ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ସେ ଭାରତ ସରକାର, ଏନଏଫଡିସି ଏବଂ ଏନଏଫଏଆଇକୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି କି, ପରିବାର ପକ୍ଷରୁ ୧୦ଟି ଚଳଚ୍ଚିତ୍ର ଦିଆଯାଇଛି ଏବଂ ସେଗୁଡ଼ିକର ଅଡ଼ିଓ ଓ ଭିଜୁଆଲକୁ ପୁନଃସ୍ଥାପିତ କରାଯାଇଛି। ଏଗୁଡ଼ିକୁ ସମଗ୍ର ଦେଶରେ ୪୦ଟି ସହରରେ ପ୍ରାୟ ୧୬୦ଟି ସିନେମା ହଲରେ ପ୍ରଦର୍ଶନ କରାଯିବ। ସେ କହିଛନ୍ତି କି ଏହାର ପ୍ରିମିୟର ସୋ ଡିସେମ୍ବର ୧୩ ତାରିଖରେ ମୁମ୍ବାଇରେ ଆୟୋଜନ କରାଯିବ ଏବଂ ଏଥିପାଇଁ ସମଗ୍ର ଚଳଚ୍ଚିତ୍ର ଉଦ୍ୟୋଗକୁ ନିମନ୍ତ୍ରଣ କରାଯାଇଛି।

ନରେନ୍ଦ୍ର ମୋଦୀ ଭାରତୀୟ ଚଳଚ୍ଚିତ୍ର ରାଜ କପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.