ନୂଆଦିଲ୍ଲୀ: ଶେଷରେ ଗିରଫ ହୋଇଛନ୍ତି ପୁଷ୍ପା-2 ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ସେ ହାଇଦ୍ରାବାଦର ଏକ ସିନେମା ହଲକୁ ବିନା ସୂଚନାରେ ପ୍ରବେଶ କରିଥିଲେ। ଫଳରେ ତାଙ୍କୁ ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଛନ୍ତି।
ଫଳରେ ପୋଲିସ ଏକ ମାମଲା ଋଜୁ କରି ତାହାର ତଦନ୍ତ କରିଥିଲା। ଏଥିସହିତ ସଂଧ୍ୟା ସିନେମା ହଲ ମାଲିକ ଏବଂ କର୍ମଚାରୀଙ୍କ ନାମରେ ମଧ୍ୟ ମାମଲା ଋଜୁ ହୋଇଛି। ପୋଲିସର ସୂଚନା ଅନୁସାରେ ଅଲ୍ଲୀ ଅର୍ଜ୍ଜୁନଙ୍କ ବିରୋଧରେ ବିଏନଏସ 105 ଧାରା ଲାଗୁ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ଉପସ୍ଥାପିତ କରାଯିବ। ଯଦି ଜାମିନୀ ନ ମିଳେ ତେବେ ସେ ଜେଲ ଯିବା ନିଶ୍ଚିତ ବୋଲି ଜଣାପଡିଛି।