Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

December 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନାଇଟେଡ ଆରବ ଏମିରେଟ୍ସର ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀ ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ୍ ଜାୟଦ ଅଲ୍ ନହୟାନଙ୍କୁ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହାମାନ୍ୟ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନହୟାନଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ନିୟମିତ ହେଉଥିବା ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ୨୦୨୪ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆବୁଧାବିର ଯୁବରାଜ ମହାମାନ୍ୟ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ, ଯାହାକି ଦ୍ୱିପାକ୍ଷିକ ସମ୍ପର୍କର ପିଢ଼ିଗତ ନିରନ୍ତରତା।

ଦୁଇ ନେତା ରଣନୀତିକ ସହଭାଗିତା ଓ ପ୍ରଯୁକ୍ତି, ଶକ୍ତି ଓ ଜନସମ୍ପର୍କ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଇଣ୍ଡିଆ-ମିଡଲ ଇଷ୍ଟ-ଇଉରୋପ କରିଡର (ଆଇଏମଇଇସି) ଲାଗୁକୁ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ, ଯାହାକି ଆଞ୍ଚଳିକ ଯୋଗାଯୋଗ ଓ ସମୃଦ୍ଧିକୁ ବୃଦ୍ଧି ଦିଗରେ ଐତିହାସିକ ପଦକ୍ଷେପ।

ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ ଜାୟେଦ ଅଲ୍ ନହୟାନ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଉଦବେଗ ପ୍ରକାଶ କରିଥିଲେ । ପଶ୍ଚିମ ଏସିଆ ଓ ବ୍ୟାପକ ଅଞ୍ଚଳରେ ଦୀର୍ଘସ୍ଥାୟୀ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ସମର୍ଥନ ସକାଶେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ୟୁଏଇରେ ଥିବା ବିଶାଳ ଭାରତୀୟ ସମୁଦାୟଙ୍କ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ୟୁଏଇର ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଆଇଏମଇଇସି କରିଡର ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆ ଭାରତ-ୟୁଏଇ ରଣନୀତିକ ସହଭାଗିତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ନୀତି: ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

July 24, 2025

ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା

July 24, 2025

ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

July 24, 2025

ଡିଡି ଫ୍ରି ଡିସ୍ ରେ ଉପଲବ୍ଧ 92 ଘରୋଇ ଏବଂ 50 ଡିଡି ଚ୍ୟାନେଲ

July 24, 2025
Latest News

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ନୀତି: ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

July 24, 2025

ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା

July 24, 2025

ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

July 24, 2025

ବିହାରରୁ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି?:ଏହି ନେତାଙ୍କୁ ଭେଟିଲେ ଜେପି ନଡ୍ଡା, ଜୋର ଧରିଲା ଚର୍ଚ୍ଚା

July 24, 2025

ଡିଡି ଫ୍ରି ଡିସ୍ ରେ ଉପଲବ୍ଧ 92 ଘରୋଇ ଏବଂ 50 ଡିଡି ଚ୍ୟାନେଲ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.