ନିଜ ପ୍ରାଣ ବଳି ଦେଇ ଦେଶକୁ ସୁରକ୍ଷା ଦେଇଛନ୍ତି ସିଆରପିଏଫ ଯବାନ: ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

Published: Dec 15, 2024, 4:42 pm IST

ଭୁବନେଶ୍ଵର: ଆତଙ୍କବାଦୀ ମୁକାବିଲା ଏବଂ ମାଓବାଦଵୀଙ୍କ ମୁଳୋତ୍ପାଟନ କରିବାରେ ସିଆରପିଏଫ ଯବାନ ମାନେ ବେଶ ସଫଳତା ହାସଲ କରିଥବା ଦେଖା ଯାଇଛି ବୋଲି କହିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ଭୁବନେଶ୍ୱର ସିଆରପିଏଫ କ୍ୟାମ୍ପସ ପରିସରରେ ଆଜି ଅନୁଷ୍ଠିତ ସିଆରପିଏଫ ଗ୍ରୁପ ସେଣ୍ଟର ର ୫୨ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ଯେ, ସିଆରପିଏଫ ଅଧିକାରୀ ଓ ଯବାନ ମାନେ ଦେଶ ତଥା ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଥା ନିର୍ବାଚନ, ଭିଭିଆଇପି ଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ରେ ନିୟୋଜିତ। ପ୍ରାଣ ବଳି ଦେଇ ଯବାନମାନେ ଆତଙ୍କବାଦୀଙ୍କ ଆକ୍ରମଣରୁ ଦେଶର ପ୍ରଜାତନ୍ତ୍ର ମନ୍ଦିରକୁ ମଧ୍ୟ ସୁରକ୍ଷା ଦେଇଛନ୍ତି। ବହୁ ବିଷମ ପରିସ୍ଥିତିର ମୁକାବିଲା କରିବାରେ ଏମାନେ ସିଦ୍ଧହସ୍ତ ବୋଲି ବାଚସ୍ପତି ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ଵରୁ ବାଚସ୍ପତି ସିଆରପିଏଫ ପରିସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆୟୋଜିତ ସଭା ରେ ସିଆରପିଏଫ, ଓଡିଶା ସେକ୍ଟରରେ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏବଂ ଭୁବନେଶ୍ୱର ସିଆରପିଏଫ ଉପ ମହାନିରୀକ୍ଷକ ଭରତ ଭୂଷଣ ସେଠୀ  ଓ ସମାଜସେବୀ ପୁଖରାଜ ଜୟପାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହିଦଙ୍କ ପତ୍ନୀ ମାନଙ୍କୁ ମୁଖ୍ୟ ଅତିଥି ସୁରମା ପାଢ଼ୀ ସମ୍ବର୍ଦ୍ଧିତ କରିଥିଲେ।

Related posts