Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»WPL 2025 ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମହିଳା ଟିମକୁ ସ୍ୱାଗତ କଲେ ନୀତା ଅମ୍ବାନୀ
ଆଜିର ଖବର

WPL 2025 ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମହିଳା ଟିମକୁ ସ୍ୱାଗତ କଲେ ନୀତା ଅମ୍ବାନୀ

December 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡବ୍ଲୁପିଏଲ ୨୦୨୫ ପାଇଁ ନୂତନ ମହିଳା ଟିମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ନୀତା ଏମ ଅମ୍ବାନୀ। ରବିବାର ବେଙ୍ଗାଲୁରୁରେ ନିଲାମ ପରେ ନୀତା ଅମ୍ବାନୀ କହିଛନ୍ତି, “ଆଜି ଆମେ ଗଠନ କରିଥିବା ଦଳକୁ ନେଇ ଆମେ ସମସ୍ତେ ବହୁତ ଖୁସି ଏବଂ ସନ୍ତୁଷ୍ଟ। କମଳିନୀ, ନାଦିନ ଡି କ୍ଲାର୍କ, ସଂସ୍କୃତି ଗୁପ୍ତା ଏବଂ ଅକ୍ଷିତା ମାହେଶ୍ୱରୀ ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ଏକ ଅଂଶ ହୋଇଥିବାରୁ ମୁଁ ଗର୍ବିତ। ”

ମୁମ୍ବାଇ ଇଣ୍ଡିଆନ୍ସରେ ଅନ୍ତର୍ଭୁକ୍ତ ହୋଇଥିବା ଚାରିଜଣ ନୂତନ ଖେଳାଳିଙ୍କ ମଧ୍ୟରେ ତାମିଲନାଡୁର ୧୬ ବର୍ଷୀୟା କମଳିନୀ ୧୯ ବର୍ଷରୁ କମ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ନାଦିନ ଡି କ୍ଲାର୍କ, ମଧ୍ୟପ୍ରଦେଶର ଅଲରାଉଣ୍ଡର ସଂସ୍କୃତି ଗୁପ୍ତା ଏବଂ ରାଜସ୍ଥାନର ଦ୍ରୁତ ବୋଲର ଅକ୍ଷିତା ମାହେଶ୍ୱରୀଙ୍କୁ ସାମିଲ କରାଯାଇଛି।

ନୀତା ଅମ୍ବାନୀ ଏହି ଚାରିଜଣ ନୂତନ ଖେଳାଳିଙ୍କୁ ସ୍ୱାଗତ କରି ଏକ ବାର୍ତ୍ତାରେ କହିଛନ୍ତି, “ଆମେ ଆପଣଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ହାର୍ଦ୍ଦିକ ସ୍ୱାଗତ କରୁଛୁ। ମୁମ୍ବାଇ ଇଣ୍ଡିଆନ୍ସ ସର୍ବଦା ଯୁବ ପ୍ରତିଭା ଚିହ୍ନଟ ଏବଂ ବିକାଶ କରିବାକୁ ପ୍ରଚେଷ୍ଟା କରିଆସୁଛି। ଗତ ବର୍ଷ ଆମେ ନିଲାମରେ ସଜାନାଙ୍କୁ ଚୟନ କରିଥିଲୁ। ସେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବା ଆମ ପାଇଁ ବାସ୍ତବରେ ଅଦ୍ଭୁତ।”

ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଜି କମଳିନୀଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କମଳିନୀଙ୍କୁ ସାମିଲ କରି ଶ୍ରୀମତୀ ଅମ୍ବାନୀ କହିଛନ୍ତି, “ଚଳିତ ବର୍ଷ ଆମେ ୧୬ ବର୍ଷ ବୟସ୍କା କମଳିନୀଙ୍କୁ ନେଇ ବେଶ ଉତ୍ସାହିତ ରହିଛୁ। ବିଗତ କିଛି ସମୟ ଧରି ଆମେ ତାଙ୍କ ଖେଳ ଉପରେ ଦୃଷ୍ଟି ରଖିଥିଲୁ ଏବଂ ସେ ଏକ ବେଶ ଉତ୍ସାହଜନକ ନୂତନ ପ୍ରତିଭା।”

ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.