
ଭୁବନେଶ୍ଵର: ଗତକାଲି ସୋମବାର ପୁରୀ ଜିଲ୍ଲା ବଳଙ୍ଗା ଥାନାର ନବ ନିର୍ମିତ ଅତ୍ୟାଧୁନିକ ଥାନା ଗୃହ ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଏହି ଥାନା ବ୍ୟତୀତ ଜିଲ୍ଲାର ଅନ୍ୟ ଦୁଇ ପ୍ରମୁଖ ଥାନା ଡେଲାଙ୍ଗ ଓ ଅସ୍ତରଙ୍ଗ କୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ତେବେ ବଳଙ୍ଗା ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ଅନୁଯାୟୀ ଏହି ନୂତନ ଥାନା ଗୃହ ଉଦ୍ଘାଟିତ ହୋଇଥିବା ବେଳେ ଅଂଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ବଳଙ୍ଗା ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସମେତ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମିନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅତ୍ୟାଧୁନିକ ଥାନାରେ ସିସିଟିଭି ବ୍ୟବସ୍ଥା ସହ ଅଭ୍ୟର୍ଥନା କକ୍ଷ,ଅପେକ୍ଷା ଗୃହ ରହିଥିବା ବେଳେ ଥାନା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ କରାଯାଇଛି।
ତେବେ ଥାନାକୁ ଆସୁଥିବା ସାଧାରଣ ଲୋକେ ଯେମିତି ନ୍ୟାୟ ପାଇବାରୁ ବଞ୍ଚିତ ନ ହେବେ ସେଥିପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ ପୁଲିସ ବିଭାଗକୁ ପରାମର୍ଶ ଦେଇଥିଲେ।