Categories
ଆଜିର ଖବର ରାଜ୍ୟ ଖବର

ୟୁସିସିଆଇ ଲେଡିଜ ଫୋରମ୍ ପକ୍ଷରୁ କମ୍ବଳ ବଣ୍ଟନ

ଭୁବନେଶ୍ୱର: ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଛି। ଏହି ଅବସରରେ ଲେଡିଜ ଫୋରମର ସଦସ୍ୟାମାନେ ଗ୍ରାମର ଲୋକମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା, ସମ୍ପାଦକ ଅର୍ଚ୍ଚନା ମଲ୍ଲ ଓ ବରିଷ୍ଠ ସଦସ୍ୟା ନମିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

“ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳପୁରରେ ହୋଇଥିବା ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଫଳରେ ଅନେକ ଲୋକ ଉପକୃତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମାଜର ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ କରିବୁ”, କହିଛନ୍ତି ୟୁସିସିଆଇ ଲେଡିଜ ଫୋରମର ସଭାପତି ପ୍ରଣତୀ ପରିଡ଼ା।

ଏହି ଅବସରରେ ଗ୍ରାମର ମହିଳାମାନଙ୍କ ସହିତ ମିଶି ଲେଡିଜ ଫୋରମର ସଦସ୍ୟାମାନେ ଅର୍ପଣ ରଥରେ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ପୁରୀରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା। ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

ସାତପଡ଼ା: ଦ୍ୱାରକାଧିଶ ଓ ସପ୍ତଋଷି ବିଗ୍ରହ ପ୍ରତିଷ୍ଠା

ସାତପଡ଼ା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ ସିପିନାସୀ ଠାରେ ଦ୍ୱାରିକାଧିଶ ଓ ସପ୍ତଋଷି ବିଗ୍ରହ ସ୍ଥାପନା କରାଯାଇଛି। ପ୍ରଥମ ଦିନ ଅଙ୍କୁରାରୋପଣ, ଧ୍ୟାନିଧିବାସ, ହୋଇଥିବା ବେଳେ ଦ୍ୱିତୀୟ ଦିନ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, ତୃତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା ଓ ବିଗ୍ରହ ନଗର ପରିକ୍ରମା ହୋଇଥିବା ବେଳେ ଶେଷ ଦିନରେ ବିଗ୍ରହ ପ୍ରତିଷ୍ଠା, ପୂର୍ଣ୍ଣାହୁତି ହୋଇଛି। ତ୍ରିଦିବସୀୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କର୍ତ୍ତାକର୍ତ୍ତୀ ଭାବେ ଜଳନ୍ଧର ଜାଲି ଓ ଅନିତା ଜାଲି ପୂଜା କାର୍ଯ୍ୟ କରିଥିଲେ। ମୁଖ୍ୟ ବ୍ରାହ୍ମଣ ଆର୍ତ୍ତବନ୍ଧୁ ମିଶ୍ରଙ୍କ ସମେତ ୫ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା। ଏଥିରେ ଗ୍ରାମର ରମେଶ କରଣ, ନିରଞ୍ଜନ ଜାଲି, ପ୍ରକାଶ ସାହୁ, ଦେବେନ୍ଦ୍ର ଜାଲି, ସୁରଥ କରଣ, ସନାତନ ନାଏକ, ପବିତ୍ର ଦାସ, ଶ୍ରୀବତ୍ସ ନାଏକଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ମାଳିକା ବର୍ଣ୍ଣିତ ଦେବଭୂମି ଦ୍ୱାରିକାରେ ପ୍ରାୟ ଶତାଧିକ ମହାଋଷି ନିଷିଦ୍ଧ ରାତ୍ରିରେ ମହାପ୍ରଭୁ ଜଗନ୍ନାଥ, ଦ୍ୱାରିକା ଅଧିପତି ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଦର୍ଶନରେ ଆସିଥିବା ଉଲ୍ଲେଖ ଅଛି।

୧୬୧୧ ମସିହାରେ ଶ୍ରୀମନ୍ଦିର ମାଦଳା ମାଳାରୁ ବର୍ଣ୍ଣିତ ଓଡ଼ିଶା ଶାସନର ମହାପ୍ରତାପ ମହାପରାକ୍ରମୀ ସୁବେଦାର କଲ୍ୟାଣ ମଲ୍ଲ ପ୍ରଥମ ଆକ୍ରମଣ ବିଚକ୍ଷଣତା ଭାବେ ଅଚାନକ ଦୃଷ୍ଟିପାତ କଲା ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିର ସେବକଙ୍କ ଦ୍ୱାର ବିଗ୍ରହମାନଙ୍କୁ ଦୋବନ୍ଧା ଘାଟରେ ଋପ ଦ୍ୱାରା ଚିଲିକାର ଗମ୍ଭାରିଟୁଆ ପୋଢ଼ାଡ଼ି ଦେଇ ମଏଁଷା ନାସିରେ ପହଞ୍ଚିଥିଲେ।

ସେଠାରେ ଚକା ପଥର ଥିବାରୁ ନାମଟି ତା’ର ଚକାନାସି ନାମରେ ନାମିତ କରାଯାଇଛି। ମଏଁଷା ଗ୍ରାମର ସର୍ବେଶ୍ୱର ମନ୍ଦିରରେ ୯ ଦିନ ଯାତ୍ରାରେ ରହିଥିଲେ ବୋଲି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ବର୍ଗ ସୂଚନା ଦେଇଛନ୍ତି।

ଶେଷଦିନରେ ସ୍ଥାନୀୟ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପୂର୍ଣ୍ଣାହୁତିରେ ସାମିଲ ହେବା ସହ ନବ ବିଗ୍ରହଙ୍କ ଆଶିଷ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଭାରତୀୟ ନୌସେନା

ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରବଳ ବର୍ଷା ହେତୁ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାରଙ୍କ ସହ ସହଯୋଗର ହାତ ମିଳାଇଛି ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।

ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇଭିଂ ଏବଂ ବନ୍ୟା ସହାୟତା ଦଳ, ଏକ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଅଭିଜ୍ଞ ସହାୟକ କର୍ମଚାରୀଙ୍କୁ ଭାରତୀୟ ନୌସେନା ପକ୍ଷରୁ ନିୟୋଜିତ କରାଯାଇଛି। ବନ୍ୟାରେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏକ କମ୍ୟୁନିଟି ରୋଷେଇ ଘର ମଧ୍ୟ ଖୋଲିବାକୁ ଭାରତୀୟ ନୌସେନା ପକ୍ଷରୁ ଯୋଜନା କରାଯାଉଛି। ଉକ୍ତ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଆଗେଇ ଆସିଥିବାର ଦେଖାଯାଇଛି।

ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆବଶ୍ୟକୀୟ ଯାନ ଏବଂ ଡଙ୍ଗା ସହିତ ୪୦ ଜଣ ନୌସେନା କର୍ମଚାରୀଙ୍କୁ ନେଇ ଗଠିତ ଏହି ଟିମ୍ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ ସହାୟତା ମିଶନ ରେ କାର୍ଯ୍ୟରତ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ 33 କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧ ଲକ୍ଷ ୬୫ ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03 କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା ।

ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।

ଚାଷମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

Categories
ଆଞ୍ଚଳିକ

ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଅନେକ ସମାଜସେବା କାର୍ଯ୍ୟ କରି ସାଉଣ୍ଟୁଛି ପ୍ରଶଂସା

ପୁରୀ: ବର୍ତ୍ତମାନ ଦୃତଗତିରେ ଜଳବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ବିଶ୍ଵ ଏବେ ବିପଦ ଆଡକୁ ଗତି କରୁଛି। ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଳକାରଖାନା, ଯାନବାହାନ ବୃଦ୍ଧି ଯୋଗୁଁ ଜଳାବାୟୁ ପ୍ରଦ୍ୟୁଷଣ ହେବାରେ ଲାଗିଛି। ସେଥିପାଇଁ ପରିବେଶବିତମାନେ ବାରମ୍ବାର ସତର୍କ କରୁଛନ୍ତି। ଅନେକ ରାଷ୍ଟ୍ର ପରିବେଶକୁ ରକ୍ଷା କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

ତେବେ ପରିବେଶକୁ ରକ୍ଷା କରିବା ପାଇଁ ପୁରୀ ଜିଲ୍ଲା ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡିଛି। ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବୃକ୍ଷରୋପଣ କରାଯାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ସଂଗଠନ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାହୁପଡା (କଣାସ, ପୁରୀ), ନୂଆ ଜଗନ୍ନାଥ ସଡକର ସିଦ୍ଧେଶ୍ଵର ମନ୍ଦିର ନିକଟରୁ ମଇନ୍ଦିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୨.୫ କି. ମି.,  କବରେଶ୍ୱର ମନ୍ଦିର (ସିରିଆପଡା), ନୃସିଂହ ମନ୍ଦିର (ବାଲିପଡା) ରେ ବୃକ୍ଷରୋପଣ କରାଯାଇଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଦୁଷ୍ମନ୍ତ ମଙ୍ଗରାଜ, ଉପସଭାପତି ଅମ୍ଲାନ ଦାସ, ସମ୍ପାଦକ ଯୋଗେଶ ସାମନ୍ତସିଂହାର, ଉପଦେଷ୍ଟା ସୁଶାନ୍ତ ମାର୍ଥୀ, ତ୍ରିଲୋଚନ ବେହେରା, ହେମନ୍ତ ବଡ଼ଜେନା, ତପସ୍ୱିନୀ ମହାରଥା ଏବଂ ସମାଜ ସେବୀ ମହାବୀର ସେନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେମାନଙ୍କ ସହିତ ସାହୁପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ବଲ୍ଳଭ ଗଢ, କମ୍ପାଉଣ୍ଡର ପ୍ରମୋଦ ମହାରଣା ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନଙ୍କ ସହ ସାମିଲ ଥିଲେ।

ତେବେ ସ୍ଥାନୀୟ ଅଞ୍ଚଳରେ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଉକ୍ତ ସଂଗଠନ ନିୟୋଜିତ ଅଛି। ଗତ କିଛି ଦିନ ତଳେ କଣାସ ସାହୁପଡା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସଂଗଠନ ମାଗଣାରେ ଖାତା ଯୋଗାଇଦେଇଛି।

ସେହିଭଳି କଣାସର ବୀରକେସପୁର ଗ୍ରାମର କର୍କଟ ରୋଗରେ ପୀଡିତ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ ସଂଗଠନ ପକ୍ଷରୁ ଦୀର୍ଘ ୩ ବର୍ଷ ହେଲା ବିଭିନ୍ନ ପ୍ରକାର ସହାୟତା ଯୋଗାଇଦିଆଯାଉଛି। ବୀରକେସପୁରର ଉଚ୍ଛବ ସ୍ଵାଇଁଙ୍କ ପୁତ୍ର ସତ୍ୟନାରାୟଣ ସ୍ଵାଇଁ (୬) ବିଗତ ୩ ବର୍ଷ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛି। ଶିଶୁଟିର ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କ୍ରମାଗତ ଭାବେ ଏଭଳି ଅନେକ ସାମାଜିକ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ମହାବୀର ସେନାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାହାର ଜିଲ୍ଲା ପୋଲିସ୍‌ଙ୍କୁ ପୁରୀ ମନା

ଭୁବନେଶ୍ବର : ବାହାର ଜିଲ୍ଲା ପୋଲିସ୍‌ଙ୍କୁ ପୁରୀ ଯିବାକୁ ବାରଣ କରାଯାଇଛି । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶାନୁସାରେ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜିତ ହୋଇଥିବାବେଳେ ନବଦିନାତ୍ମକ ଯାତ୍ରା ପାଇଁ ମଧ୍ୟ ବେଶ୍‌ କଡାକଡି ନିୟମ ପ୍ରଣୟନ କରାଯାଇଛି। ଶ୍ରୀଜୀଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ନୂଆ ଏସ୍‌ଓପି ଜାରି କରିଛନ୍ତି । ଅଫିସ୍‌ କାମ ବାହାନାରେ ବାହାର ଜିଲ୍ଲାର ପୋଲିସ୍‌ କର୍ମଚାରୀ ଯାଇପାରିବେନି । ଆବଶ୍ୟକ ହେଲେ ପୋଲିସ୍‌ ମୁଖ୍ୟାଳୟରୁ ଅନୁମତି ନେବାକୁ ପଡିବ । ପୁରୀ ଜିଲ୍ଲା ପୋଲିସ୍‌ ଅଧୀନରେ କାମ କରୁନଥିଲେ ଯିବା ମନା । ଜୁଲାଇ 4 ତାରିଖ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନିୟମ କଡାକଡି ରହିବ ବୋଲି ସୂଚନା ରହିଛି ।