Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଅନେକ ସମାଜସେବା କାର୍ଯ୍ୟ କରି ସାଉଣ୍ଟୁଛି ପ୍ରଶଂସା
ଆଞ୍ଚଳିକ

ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଅନେକ ସମାଜସେବା କାର୍ଯ୍ୟ କରି ସାଉଣ୍ଟୁଛି ପ୍ରଶଂସା

August 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ବର୍ତ୍ତମାନ ଦୃତଗତିରେ ଜଳବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ବିଶ୍ଵ ଏବେ ବିପଦ ଆଡକୁ ଗତି କରୁଛି। ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଳକାରଖାନା, ଯାନବାହାନ ବୃଦ୍ଧି ଯୋଗୁଁ ଜଳାବାୟୁ ପ୍ରଦ୍ୟୁଷଣ ହେବାରେ ଲାଗିଛି। ସେଥିପାଇଁ ପରିବେଶବିତମାନେ ବାରମ୍ବାର ସତର୍କ କରୁଛନ୍ତି। ଅନେକ ରାଷ୍ଟ୍ର ପରିବେଶକୁ ରକ୍ଷା କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

ତେବେ ପରିବେଶକୁ ରକ୍ଷା କରିବା ପାଇଁ ପୁରୀ ଜିଲ୍ଲା ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡିଛି। ମହାବୀର ସେନା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବୃକ୍ଷରୋପଣ କରାଯାଇ ପରିବେଶକୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଉକ୍ତ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ସଂଗଠନ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାହୁପଡା (କଣାସ, ପୁରୀ), ନୂଆ ଜଗନ୍ନାଥ ସଡକର ସିଦ୍ଧେଶ୍ଵର ମନ୍ଦିର ନିକଟରୁ ମଇନ୍ଦିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୨.୫ କି. ମି.,  କବରେଶ୍ୱର ମନ୍ଦିର (ସିରିଆପଡା), ନୃସିଂହ ମନ୍ଦିର (ବାଲିପଡା) ରେ ବୃକ୍ଷରୋପଣ କରାଯାଇଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଦୁଷ୍ମନ୍ତ ମଙ୍ଗରାଜ, ଉପସଭାପତି ଅମ୍ଲାନ ଦାସ, ସମ୍ପାଦକ ଯୋଗେଶ ସାମନ୍ତସିଂହାର, ଉପଦେଷ୍ଟା ସୁଶାନ୍ତ ମାର୍ଥୀ, ତ୍ରିଲୋଚନ ବେହେରା, ହେମନ୍ତ ବଡ଼ଜେନା, ତପସ୍ୱିନୀ ମହାରଥା ଏବଂ ସମାଜ ସେବୀ ମହାବୀର ସେନାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେମାନଙ୍କ ସହିତ ସାହୁପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ବଲ୍ଳଭ ଗଢ, କମ୍ପାଉଣ୍ଡର ପ୍ରମୋଦ ମହାରଣା ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନଙ୍କ ସହ ସାମିଲ ଥିଲେ।

ତେବେ ସ୍ଥାନୀୟ ଅଞ୍ଚଳରେ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଉକ୍ତ ସଂଗଠନ ନିୟୋଜିତ ଅଛି। ଗତ କିଛି ଦିନ ତଳେ କଣାସ ସାହୁପଡା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସଂଗଠନ ମାଗଣାରେ ଖାତା ଯୋଗାଇଦେଇଛି।

ସେହିଭଳି କଣାସର ବୀରକେସପୁର ଗ୍ରାମର କର୍କଟ ରୋଗରେ ପୀଡିତ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ ସଂଗଠନ ପକ୍ଷରୁ ଦୀର୍ଘ ୩ ବର୍ଷ ହେଲା ବିଭିନ୍ନ ପ୍ରକାର ସହାୟତା ଯୋଗାଇଦିଆଯାଉଛି। ବୀରକେସପୁରର ଉଚ୍ଛବ ସ୍ଵାଇଁଙ୍କ ପୁତ୍ର ସତ୍ୟନାରାୟଣ ସ୍ଵାଇଁ (୬) ବିଗତ ୩ ବର୍ଷ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛି। ଶିଶୁଟିର ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କ୍ରମାଗତ ଭାବେ ଏଭଳି ଅନେକ ସାମାଜିକ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ମହାବୀର ସେନାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

ପୁରୀ ଜିଲ୍ଲା ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.