
ଭୁବନେଶ୍ୱର: ବରିଷ୍ଠ ଆଇଏସ ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ଏସସି ଏସଟି ବିଭାଗରୁ ତାଙ୍କୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ସେ ୩ ଟି ପ୍ରମୁଖ ବିଭାଗର ସଚିବ ଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ଥିଲେ।
ବର୍ତ୍ତମାନ ତାଙ୍କୁ ଓଏସଡି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଜିଏ ବିଭାଗରେ ଓଏସଡି ଭାବରେ ନିଯୁକ୍ତି ପାଇଛନ୍ତି। ତାଙ୍କ ସ୍ଥାନରେ କେନ୍ଦ୍ରରୁ ଫେରିଥିବା ସଂଜୀବ ମିଶ୍ର ନିଯୁକ୍ତ ହେଲେ।
ଉଲେଖା ଯୋଗ୍ୟ ଯେ, ମର୍ସିଡିଜ କାରରୁ ଦଶ ଲକ୍ଷ ଲାଞ୍ଚ ଟଙ୍କା ମିଳିବା ଘଟଣାର ସିବିଆଇ ତନାଘନା କରିବା ପରେ ଜଣେ ଆଇଏଏସଙ୍କୁ ହାଜର ହେବା ପାଇଁ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୋଟିସ ଜାରୀ କରାଯାଇଥିଲା।
Tags: ବରିଷ୍ଠ ଆଇଏସ, ବିଷ୍ଣୁପଦ ସେଠୀ