Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଭାରତୀୟ ଦିବସ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା: ପୁରୀ ଉପରେ ସ୍ୱତନ୍ତ୍ର ଧ୍ୟାନ
ଆଜିର ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା: ପୁରୀ ଉପରେ ସ୍ୱତନ୍ତ୍ର ଧ୍ୟାନ

December 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପୁରୀ: ଆଗାମୀ ଜାନୁଆରୀ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜନ ହେବାକୁ ଯାଉଅଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସତ୍ତ୍ୱେ ସଂଖ୍ୟାଧିକ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଅଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସେମାନଙ୍କ ସ୍ବାଗତ ସହ ଏକ ସୁଖଦ ଅନୁଭୂତି ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଅଛି। ଏନେଇ ଆଜି ପୂର୍ବାହ୍ନରେ ପୁରୀ ସର୍କିଟ ହାଉସ ଠାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।

ଆସୁଥିବା ସମସ୍ତ ପ୍ରବାସୀ ଭାରତୀୟ ଅତିଥି ମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ବାଗତ ସହ ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣର ବ୍ୟବସ୍ଥା କରାଯାଇ ଥିବା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ରାମଚଣ୍ଡୀ, ଚନ୍ଦ୍ରଭାଗା, ରଘୁରାଜପୁର ଓ ସାତପଡ଼ା ପ୍ରଭୃତି ଅଞ୍ଚଳ ପରିଦର୍ଶନ ନେଇ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। ସେମାନଙ୍କ ଭ୍ରମଣ ସମୟରେ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସ୍ବଛତା ଇତ୍ୟାଦି ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକୀୟ ରାସ୍ତା ମରାମତି ସହ ରଙ୍ଗ ଦେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିବା, ସହର, ସମୁଦ୍ର କୂଳ ଇତ୍ୟାଦିକୁ ସୌନ୍ଦର୍ଯ୍ୟ କରଣ କରିବା ନେଇ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଛନ୍ତି।

ପ୍ରବାସୀ ଭାରତୀୟଙ୍କ ସହଯୋଗ ପାଇଁ ଓଟିଡିସି ପକ୍ଷରୁ ସହାୟତା କେନ୍ଦ୍ର ସହ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ପୁରୀ ବେଳାଭୂମିରେ ସ୍ୱତନ୍ତ୍ର ବିଚ ଫେଷ୍ଟିଭାଲ ଆୟୋଜନ କରାଯାଉଛି। ଏଥି ସହ ପଲ୍ଲିଶ୍ରୀ ମେଳା,ଫୁଡ ଫେଷ୍ଟିଭାଲକୁ ମଧ୍ୟ ସାମିଲ କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରାଯିବା ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ଜିଲ୍ଲାପାଳ,ଏସ୍ପି ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ପୁରୀ ପ୍ରବାସୀ ଭାରତୀୟ ଦିବସ ପ୍ରଭାତୀ ପରିଡା ପ୍ରସ୍ତୁତି ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.