ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବରିଷ୍ଠ କ୍ରିକେଟର ରବିଚନ୍ଦ୍ରନ୍ ଅଶ୍ୱିନ୍ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଦ ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ପରେ ଅଶ୍ୱିନ୍ ଏହି ଘୋଷଣା କରିଛନ୍ତି।
ଅଶ୍ୱିନଙ୍କ ଏପର୍ଯ୍ୟନ୍ତ ଭଲ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ଟେଷ୍ଟ ସହିତ ଏକଦିବସୀୟ କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରିଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।