ଅଡୁଆରେ ପ୍ରମିଳା ମଲ୍ଲିକ: ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ର କାର୍ଯ୍ୟାନୁଷ୍ଠାନ

Published: Dec 18, 2024, 11:53 am IST

ଭୁବନେଶ୍ଵର: ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି। ବର୍ତ୍ତମାନ ପ୍ରମିଳାଙ୍କ ଘରେ ଇଡି ଚଢାଉ କରିଛି। ସମ୍ବଲପୁରରେ ୩ ଟି ସ୍ଥାନ ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଇଡି ଚଢାଉ କରିଛି। ବିଶ୍ଵ ଏନଜିଓ ଉପରେ ଇଡି ଚଢାଉ ଜାରି ରଖିଛି। ପ୍ରମିଳା ମଲ୍ଲିକ ବିଶ୍ଵ ଏନଜିଓ ର ଫାଉଣ୍ଡର ଅଟନ୍ତି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ମଧ୍ୟ ଇଡି ରେଡ କରୁଛି।

Related posts