Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ
ଆଜିର ଖବର

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦଙ୍କ ପ୍ରତିନିଧିମଣ୍ଡଳୀ

December 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି। ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର ସମ୍ପ୍ରସାରଣ ଓ ସଂଯୋଗୀକରଣ, ଯାତ୍ରୀ ସୁବିଧା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ବିଜେପି ସାଂସଦମାନଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଦାବି ଗୁଡ଼ିକ ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ଭବନ ନିର୍ମାଣ, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନବୀକରଣ, ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ସହ କଟକ ଚାରବାଟିଆ ଏୟାରଫିଲ୍ଡକୁ ପୂର୍ଣ୍ଣାଙ୍ଗ ବେସାମରିକ ବିମାନବନ୍ଦରରେ ପରିଣତ କରାଯାଉ। ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଓ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପର ନବୀକରଣ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ଉଡାନ ଯୋଜନା’ ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଥିବା ବେଳେ ଏହି ଯୋଜନାରେ  ଢେଙ୍କାନାଳର ବିରାସାଲ, ସମ୍ବଲପୁରର ହୀରାକୁଦ, ଗଞ୍ଜାମର ରଙ୍ଗେଇଲୁଣ୍ଡା, ଜଗତସିଂହପୁରର ପାରାଦୀପ, କଳାହାଣ୍ଡିର ଉତକେଲା, ଯାଜପୁରର କଳିଙ୍ଗନଗର, କେନ୍ଦୁଝରର ରାଇସୁଆଁ, ବରଗଡ଼ ଜିଲ୍ଲାର ପଦମପୁର ଓ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଏବଂ ରାଇରୁଙ୍ଗପୁର ଏୟାରପୋର୍ଟ ସାମିଲ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାଂସଦ ପ୍ରତିନିଧିମଣ୍ଡଳ ଅନୁରୋଧ କରିଛନ୍ତି।

ଏହା ଉପରେ ବିସ୍ତୁତ ସୂଚନା ଦେଇ ବିଜେପି ସାଂସଦଙ୍କ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଛି ଯେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢୁଥିବା ଏୟାର ଟ୍ରାଫିକ ଏବଂ  ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ନୂଆ ଘରୋଇ ଟର୍ମିନାଲ ବିଲଡିଂ-୩ ପାଇଁ ମଞ୍ଜୁର ଦିଆଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ପୂର୍ବ ଭାରତରେ ଏହି ବିମାନବନ୍ଦରର ଚାହିଦା ବୃଦ୍ଧି ପାଇବ ।  ଶିଳ୍ପ ସମୃଦ୍ଧ ସହର ଝାରସୁଗୁଡ଼ାରେ ଯାତ୍ରୀଙ୍କ ଯାତାୟତ ପାଇଁ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଫେଜ୍ -୨ର ନବୀକରଣ କାମ ନିତାନ୍ତ ଜରୁରୀ। ବିମାନ ଚଳାଚଳ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା କଟକର ଚାରବାଟିଆ ଏୟାରଫିଲ୍ଡ ଜନସାଧାରଣଙ୍କ ସ୍ୱାର୍ଥକୁ ପୂରଣ କରିବ । ରାଜ୍ୟର ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଅନୁଗୁଳ ତାଳଚେରର ଖଣିଜ ଅଞ୍ଚଳ, କଳିଙ୍ଗନଗରର ଇସ୍ପାତ କେନ୍ଦ୍ର ଏବଂ ଦେଶର ସର୍ବବୃହତ ବନ୍ଦର ପାରାଦୀପ ନିକଟରେ ରହିଥିବା ବେଳେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ କାମ ଚାଲୁଥିବା କାରଣରୁ ଏହି ପଦକ୍ଷେପ ଓଡ଼ିଶାର ଶିଳ୍ପ ବିକାଶରେ ସହାୟକ ହେବ।

ଶ୍ରୀଜଗନ୍ନାଥ ଧାମ ପୁରୀରେ ରାଜ୍ୟ ସମେତ ଦେଶ ବାହାରୁ ଲକ୍ଷାଧିକ ପର୍ଯ୍ୟଟନ ଓ ତୀର୍ଥଯାତ୍ରୀଙ୍କ ଆଗମନ ହେଉଛି। ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ତୀର୍ଥଯାତ୍ରୀମାନଙ୍କୁ ସିଧାସଳଖ ଏବଂ ନିରନ୍ତର ବିମାନସେବା ମିଳିପାରିବ। ସେହିପରି ଅନ୍ୟାନ୍ୟ ବିମାନବନ୍ଦରର ସମ୍ପ୍ରସାରଣ ଓ ନବୀକରଣ ଦ୍ୱାରା ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ। ରାଜ୍ୟର ଅର୍ଥନୀତି ଆହୁରି ମଜଭୂତ୍ ହେବା ସହ ରୋଜଗାର ସୁଯୋଗ, ପର୍ଯ୍ୟଟନ ଏବଂ ବାଣିଜ୍ୟ ବ୍ୟବସାୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ତିଆରି କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଶା ସାଂସଦ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026
Latest News

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026

ମଣିପୁର ବିଜେପି ବିଧାୟକ ଦଳର ନେତା ହେଲେ ୟୁମନାମ୍ ଖେମଚାନ୍ଦ ସିଂହ

February 4, 2026

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.