Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୌଣସି ବାଧାବିଘ୍ନ ବିନା ଶେଷ ହେଲା ଭଦ୍ରକ ରେଳ ଷ୍ଟେସନ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ
ଆଜିର ଖବର

କୌଣସି ବାଧାବିଘ୍ନ ବିନା ଶେଷ ହେଲା ଭଦ୍ରକ ରେଳ ଷ୍ଟେସନ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭଦ୍ରକ୍ ରେଳ ଷ୍ଟେସନରେ ପ୍ରମୁଖ ୟାର୍ଡ଼ ପୁନଃ ନିର୍ମାଣ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିଛି, ଯାହା ଷ୍ଟେସନର ଆଧୁନିକୀକରଣ ପ୍ରୟାସରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏହି କାର୍ଯ୍ୟ, କୌଣସି ବିଳମ୍ବ କିମ୍ବା ଅତିରିକ୍ତ ସମୟ ଆବଶ୍ୟକ ନକରି ସମାପ୍ତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଭାବରେ, ଏହି ପ୍ରକଳ୍ପ କାର୍ଯ୍ୟ ସମୟରେ କୌଣସି ଅତିରିକ୍ତ ଟ୍ରେନ୍ ବାତିଲ୍ ହୋଇନଥିଲା ଏବଂ ସାଧାରଣ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁଯାୟୀ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।

ଭଦ୍ରକ୍ ରେଳ ଷ୍ଟେସନର ପୁନଃନିର୍ମାଣରେ ବିଭିନ୍ନ ପ୍ଲାଟଫର୍ମ ଅପଗ୍ରେଡ୍, ବର୍ଦ୍ଧିତ ଟ୍ରେନ୍ ଚଳାଚଳ ପାଇଁ ଅତିରିକ୍ତ ଲାଇନ ଏବଂ ଭଦ୍ରକ ଏବଂ ରାଣୀତାଲ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟ କାର୍ଯ୍ୟକ୍ଷମ ସମେତ ବିଭିନ୍ନ ପ୍ରମୁଖ ଉନ୍ନତି କାରଣ କାର୍ଯ୍ୟ ସଂଯୋଗ କରାଯାଇଥିଲା। ବର୍ଦ୍ଧିତ ଟ୍ରାଫିକ୍ ପରିଚାଳନା, ଟ୍ରେନ୍ ବିଳମ୍ବକୁ ହ୍ରାସ କରିବା ଏବଂ ସାମଗ୍ରିକ ଷ୍ଟେସନ୍ କାର୍ଯ୍ୟକାରିତାକୁ ଉନ୍ନତ କରିବା ପାଇଁ ଏହି ଉନ୍ନତିଗୁଡିକ ପରିକଳ୍ପନା କରାଯାଇଛି।

ସମାପ୍ତ ହୋଇଥିବା କାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ:

ନୂତନ ପ୍ଲାଟଫର୍ମ ନିର୍ମାଣ: ଅଧିକ ଟ୍ରେନ୍ ରହିବା ଏବଂ ଷ୍ଟେସନରେ ଯାତ୍ରୀ ପ୍ରବାହକୁ ସହଜ କରିବା ପାଇଁ ଏକ ନୂତନ ପ୍ଲାଟଫର୍ମ ସଂଯୋଗ କରାଯାଇଛି।

ସୁଗମ ଚଳାଚଳ ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର କାର୍ଯ୍ୟକ୍ଷମତା ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ କାର୍ଯ୍ୟସୂଚୀକୁ ଉନ୍ନତ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଲାଇନ ସଂଯୋଗ କରାଯାଇଅଛି।

ଭଦ୍ରକ ଏବଂ ରାଣୀତାଲ ମଧ୍ୟରେ ତୃତୀୟ ଲାଇନ: ତୃତୀୟ ଲାଇନର କାର୍ଯ୍ୟକ୍ଷମ ଯୋଗୁଁ ଭଦ୍ରକ ଷ୍ଟେସନକୁ ଆସୁଥିବା ଟ୍ରେନ୍ ମାନଙ୍କର ପରିଚାଳନା ପାଇଁ ଷ୍ଟେସନର କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରାଯାଇଅଛି ଯାହାକି ଆଖପାଖ ଷ୍ଟେସନରେ ଟ୍ରେନ ଗୁଡିକର ନିୟନ୍ତ୍ରଣ ହ୍ରାସ କରିଛି।

ଏହି ପ୍ରକଳ୍ପର ସଫଳ ସମାପ୍ତି ଭାରତୀୟ ରେଳବାଇର ଯାତ୍ରୀମାନଙ୍କ ପାଇଁ ଭିତ୍ତିଭୂମି ତଥା ସେବା ଗୁଣବତ୍ତା ବୃଦ୍ଧି ପାଇଁ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କାର୍ଯ୍ୟବଳକୁ ସଠିକ ସର୍ବୋକୃଷ୍ଟ ପରିଚାଳନା କରି ଏବଂ ପ୍ରଭାବଶାଳୀ ସମନ୍ୱୟ ସୁନିଶ୍ଚିତ କରି, ଯୋଜନା ଅନୁଯାୟୀ ଟ୍ରେନ୍ ସମୟସୀମା ମଧ୍ୟରେ ସୁରୁଖୁରୁରେ ଏହି କାର୍ଯ୍ୟ ସମାପ୍ତ ହୋଇଅଛି ଯାହା ସେବା ଯୋଗାଇବାରେ କୌଣସି ଅତିରିକ୍ତ ଟ୍ରେନ ବାତିଲ୍ କିମ୍ବା ବ୍ୟାଘାତ କରାଯାଇନଥିଲା।

ଏହି ପୁନଃ ନିର୍ମାଣ ପ୍ରକ୍ରିୟା ସମୟରେ ଯାତ୍ରୀମାନଙ୍କୁ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ପୂର୍ବତଟ ରେଳପଥନ କୃତଜ୍ଞତା ଜଣାଉଅଛି ଏବଂ ଭବିଷ୍ୟତରେ ଏହି ଉନ୍ନତିକାରଣ କାର୍ଯ୍ୟ ଟ୍ରେନ ଚଳାଚଳ ପରିଚାଳନା କ୍ଷେତ୍ରରେ ସହାୟକ ହେବ ବୋଲି ନିଶ୍ଚିତ କରୁଛି।

ପୂର୍ବତଟ ରେଳପଥ ଭଦ୍ରକ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.