Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା
ଆଜିର ଖବର

୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

December 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଅଛି। କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆର ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କୁ କର୍ମଶାଳାକୁ ସ୍ୱାଗତ କରିବା ସହିତ ଏହାର ମୂଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ଆଜିର ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷା ସେମାନଙ୍କର ନୂତନ ଭୂମିକା ବିଷୟରେ ଅବଗତ ହେବା ସହ ବିଦ୍ୟାଳୟର ସୁପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ଯଥା- ପରୀକ୍ଷା ପରିଚାଳନା ପଦ୍ଧତି, ଇ- ଆଡମିଶନ ପ୍ରକ୍ରିୟା , ଆର୍ଥିକ ପରିଚାଳନା, ଶୈକ୍ଷିକ ସମୀକ୍ଷା ,ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, UDISE ଅପଡେଟ୍, APPAR ID ପ୍ରସ୍ତୁତ ଏବଂ SMDC ଗଠନ ଓ ଶୈକ୍ଷିକ ସହାୟତା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସୂଚନା ପାଇଥିଲେ।

ଏହି କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ନନ୍ଦ କହିଛନ୍ତି, ଏହି କର୍ମଶାଳା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଉତ୍ତମ ପରିଚାଳନା ଦିଗଦର୍ଶନ ଦେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ଵଜୀତ ଘୋଷ କର୍ମଶାଳା ସେମାନଙ୍କର ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ସହିତ ପୂର୍ବ ଅପେକ୍ଷା ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ପରୀକ୍ଷା ପରିଚାଳନା ନିମିତ୍ତ ସମସ୍ତ ପ୍ରକ୍ରିୟା ଓ ସୂଚନା ପ୍ରଦାନ କରିଥିଲେ। ଡ. ଉମାକାନ୍ତ ସେଠି (OIC, SAMS ) ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ପ୍ରକ୍ରିୟା ଓ SAMS ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଯୁଗ୍ମ ନିର୍ଦେଶିକା ଶ୍ରୀମତୀ ସସ୍ମିତା ମIଳି ଓ ଉପନିର୍ଦେଶିକା ସୁନନ୍ଦା ମେକାପ ଅତିଥି ଅଧ୍ୟାପକ ନିୟୋଜନ ପ୍ରକ୍ରିୟା, Split -Up -Syllabus ଓ ଏକାଡେମିକ କ୍ୟାଲେଣ୍ଡର ବିଷୟରେ ସୂଚନା ଦେଇଥିଲେ।

ଓସେପା ତରଫରୁ ରମେଶ ଚନ୍ଦ୍ର ନାୟକ ଓ ପ୍ରମୋଦ କୁମାର ନାୟକ ନିର୍ମାଣ କାର୍ଯ୍ୟ, ଅସବାବପତ୍ର କିଣା ଓ ଏଥି ନିମିତ୍ତ ବିଭିନ୍ନ ଅନୁଦାନ ଗୁଡିକର ଆର୍ଥିକ ପରିଚାଳନା ନିୟମାବଳୀ ବିଷୟରେ ଅଧ୍ୟକ୍ଷମାନଙ୍କୁ ଅବଗତ କରାଇଥିଲେ। ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମ ବିଷୟରେ ଡ଼କ୍ଟର ପ୍ରମୋଦ କୁମାର ରାୟ ଓ ASP ଟିମ୍ ଅଧ୍ୟକ୍ଷମାନଙ୍କୁ ସୂଚନା ପ୍ରଦାନ କରିଥିଲେ।  ପରିଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ।

ଭାରପ୍ରାପ୍ତ ଅଧ୍ୟକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.