Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ ହେଲେ 101 କର୍ମଚାରୀ ଏବଂ ଅଧିକାରୀ
ଆଜିର ଖବର

“ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ ହେଲେ 101 କର୍ମଚାରୀ ଏବଂ ଅଧିକାରୀ

December 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ 101 ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ 69 ତମ “ଆତି ବିଶିଷ୍ଟ ରେଳ ସେବା ପୁରଷ୍କlର 2024” ରେ ସମ୍ମାନିତ କରିଛି। ଏହି ପୁରଷ୍କlର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଭି ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ।

ଚଳିତ ବର୍ଷର ବିଷୟବସ୍ତୁ ‘ ମେ ହୁନ୍ ଭାରତୀୟ ରେଳ’ ଭାରତୀୟ ରେଳ କର୍ମଚାରୀଙ୍କ ଅଦମ୍ୟ ସ୍ପୃହା ଏବଂ ଉତ୍ସର୍ଗୀକୃତତାକୁ ଆଲୋକିତ କରିଛି। ବ୍ୟକ୍ତିଗତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବ ତଟ ରେଳପଥ ର ଏନ ହରିପ୍ରିୟା, ମୁଖ୍ୟ ବାଣିଜ୍ୟ ନିରୀକ୍ଷକ, ପ୍ରୋଟୋକଲ୍ ଅଧିକାରୀ ପ୍ରଦୀପ କୁମାର ଝା ଏବଂ ଟେକ୍ନିସିଆନ-୨ ସୁପ୍ରଭତ୍ ମିତ୍ର, ସେମାନଙ୍କର ଆଦର୍ଶ ସେବା ତଥା ଉତ୍କର୍ଷତା ଓ ପ୍ରତିବଦ୍ଧତା ପାଇଁ ସମ୍ମାନିତ ହୋଇଥିଲେ।

ବ୍ୟକ୍ତିଗତ ପୁରଷ୍କlର ସହିତ, ଭାରତୀୟ ରେଳବାଇର ଦକ୍ଷତା, ନିରାପତ୍ତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ସର୍ବୋତ୍ତମ ପ୍ରଦର୍ଶନକାରୀ ରେଳ ଜୋନ୍ ଗୁଡିକୁ 22 ଟି ଶିଲ୍ଡ ପ୍ରଦାନ କରାଯାଇଥିଲା । ଯେଉଁଥିରେ, ପୂର୍ଵ ତଟ ରେଳପଥକୁ ଶ୍ରେଷ୍ଠ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଶିଲ୍ଡର ଯୁକ୍ତ ବିଜେତା ଭାବେ ସମ୍ମାନିତ କରାଯାଇଥିଲା।

ଏହି ପୁରଷ୍କାର ବିତରଣ ସମାରୋହ, ଭାରତୀୟ ରେଳପଥକୁ ଅଧିକ ଦକ୍ଷ, ନିରାପଦ ଏବଂ ଯାତ୍ରୀ ଅନୁକୁଳ ସଂଗଠନ କରିବା ଦିଗରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସ୍ୱୀକାର କରିବା ତଥା ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ।

ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ଭାରତ ମଣ୍ଡପମ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

January 9, 2026

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026
Latest News

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

January 9, 2026

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.