Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ପେସା ଆଇନ ଉପରେ ଜାତୀୟ କର୍ମଶାଳା
ଆଜିର ଖବର

ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ପେସା ଆଇନ ଉପରେ ଜାତୀୟ କର୍ମଶାଳା

December 24, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆଜି ରାଞ୍ଚିରେ ପେସା ଆଇନ ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିବ। ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ) ଆଇନ, ୧୯୯୬ (ପେସା ଆକ୍ଟର ବ୍ୟବସ୍ଥାବଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏହି ପେସା କର୍ମଶାଳାରେ ଝାଡ଼ଖଣ୍ଡର ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ଗ୍ରାମୀଣ ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ମୁଖ୍ୟ ବକ୍ତବ୍ୟ ଦେବେ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ଜାତୀୟ କର୍ମଶାଳାକୁ ସମ୍ବୋଧିତ କରିବା ସହ ଅନୁସୂଚିତ ଅଞ୍ଚଳରେ ସ୍ବାୟତ୍ତ ଶାସନକୁ ଆଗକୁ ବଢ଼ାଇବାରେ ପେସାର ଗୁରୁତ୍ୱ ଉପରେ ଆଲୋକପାତ କରିବେ ଏବଂ ଏହି ଆଇନର ପ୍ରଭାବୀ ରୂପାୟନ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ପ୍ରେମ ନାଗର, ଝାଡ଼ଖଣ୍ଡ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ବିନୟ କୁମାର ଚୌବେ ଏବଂ ଝାଡ଼ଖଣ୍ଡର ପଞ୍ଚାୟତିରାଜ ନିର୍ଦ୍ଦେଶକ ଶ୍ରୀମତୀ ନେସା ଓରାଓଁ ମଧ୍ୟ ପେସା କର୍ମଶାଳାରେ ଯୋଗଦାନ କରିବେ ଏବଂ ପେସା ଆଇନର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରିବେ।

ଝାଡ଼ଖଣ୍ଡର ରାଞ୍ଚିଠାରେ ୨୪ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ (ପେସା ଆକ୍ଟ) ସଂପର୍କିତ ଜାତୀୟ କର୍ମଶାଳା ଭାରତର ଜନଜାତି ଅଂଚଳରେ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ୧୯୯୬ ମସିହା ଡିସେମ୍ବର ୨୪ ତାରିଖରେ ଐତିହାସିକ ଆଇନ ପେସା ଆଇନ ପ୍ରଣୟନକୁ ସ୍ମରଣ କରି ଏହି ଜାତୀୟ କର୍ମଶାଳା ଆୟୋଜନ କରାଯାଉଛି। ଏହି ଆଇନ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାଗୁଡ଼ିକୁ ସ୍ବୟଂଶାସନ ଓ ପ୍ରାକୃତିକ ସମ୍ପଦ ପରିଚାଳନା ପାଇଁ କ୍ଷମତା ପ୍ରଦାନ କରିଥିଲା। ଜନଜାତି ସମ୍ପ୍ରଦାୟକୁ ଶୋଷଣରୁ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଆଇନ ଅନୁସୂଚିତ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ଜୀବନ ଏବଂ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚୀତ କରୁଛି।

ସୂଚନାଯୋଗ୍ୟ, ପେସା ଆଇନ ଅନୁଯାୟୀ ଝାଡ଼ଖଣ୍ଡ ନିଜର ପେସା ନିୟମକୁ ଚୂଡ଼ାନ୍ତ ରୂପ ଦେବାର ନିକଟବର୍ତ୍ତୀ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ କର୍ମଶାଳାଟି ଏହି ଆଇନର ଉଦ୍ଦେଶ୍ୟ, ସଫଳତା ଏବଂ ଅନୁସୂଚୀତ ଅଂଚଳର ଲୋକମାନଙ୍କ ଅଧିକାରର ସୁରକ୍ଷା ସହ ସ୍ଥାନୀୟ ଶାସନକୁ ସଶକ୍ତ କରିବା ପ୍ରସଙ୍ଗରେ ଅଂଶୀଦାରମାନଙ୍କ ମଧ୍ୟରେ ଆଲୋଚନାର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ହେବ। ଏହି ଦିନିକିଆ ପେସା କର୍ମଶାଳାଟି ଅର୍ଥପୂର୍ଣ୍ଣ ଆଲୋଚନା ଏବଂ କାର୍ଯ୍ୟକାରୀଯୋଗ୍ୟ ଫଳାଫଳ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଇପସିତ ସମ୍ପ୍ରଦାୟକୁ ଉପକୃତ କରିବ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଅଞ୍ଚଳରେ ଶାସନକୁ ସୁଦୃଢ଼ କରିବାରେ ପେସାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହିତ ପେସାର ବୈଶିଷ୍ଟ୍ୟ ଏବଂ ଏହାର ପ୍ରଭାବକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଗୀତ ମଧ୍ୟ ପରିବେଷଣ ହେବ। ମୁଖ୍ୟ ଅଭିଭାଷଣ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନଜାତି ପରମ୍ପରା ଓ ଶାସନ ପ୍ରଣାଳୀ ଉପରେ ପ୍ୟାନେଲ ଆଲୋଚନାଚକ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ଦର୍ଶାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାଛଡ଼ା ଅଂଶୀଦାରମାନେ ପାରମ୍ପରିକ ଗ୍ରାମସଭା ପ୍ରଦ୍ଧତି ଓ ସ୍ଥାନୀୟ ସ୍ବାୟତ୍ତ ଶାସନକୁ ସଶକ୍ତ କରିବାକୁ ପଞ୍ଚାୟତ ପ୍ରଶାସନ ସହ ଏହାର ଏକୀକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ପେସା ଆଇନର ପ୍ରଭାବୀ ରୂପାୟନ ମାଧ୍ୟମରେ ସହଯୋଗ ବୃଦ୍ଧି, ସଚେତନତା ବୃଦ୍ଧି ଏବଂ ଅନୁସୂଚିତ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ଏକ ସ୍ପଷ୍ଟ ଗତିପଥ ପ୍ରସ୍ତୁତ କରିବା।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ଏବଂ ତେଲେଙ୍ଗାନା ଭଳି ୧୦ଟି ପେସା ରାଜ୍ୟକୁ ନିଜ ନିଜ ଅଞ୍ଚଳରେ ପ୍ରଭାବଶାଳୀ ସଚେତନତା ଏବଂ ଦକ୍ଷତା ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଛି। ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି, ଗ୍ରାମସଭାର ସଦସ୍ୟ ଏବଂ ଜଙ୍ଗଲ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଭଳି ବିଭାଗର ଅଧିକାରୀଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ନିୟୋଜିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ଆଲୋଚନା ଚକ୍ର ମାଧ୍ୟମରେ ପେସା ଆଇନର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିବା ଏବଂ ଅନୁସୂଚିତ ଅଞ୍ଚଳରେ ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ପାଇଁ ଏହାର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା ଉପରେ ଧ୍ୟାନ ଦିଆଯିବ। ପେସା ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା, ଗ୍ରାମସଭାଗୁଡ଼ିକୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାରେ ଓ ଅନୁସୂଚୀତ ଅଂଚଳରେ ସମାବେଶୀ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଏହି ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପୃଷ୍ଠଭୂମି: ଗ୍ରାମସଭା ମାଧ୍ୟମରେ ସ୍ବାୟତ୍ତ ଶାସନକୁ ସୁଦୃଢ କରି ଅନୁସୂଚିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଲକ୍ଷ୍ୟରେ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ (ପେସା) ୨୪ ଡିସେମ୍ବର ୧୯୯୬ରେ ପ୍ରଣୟନ କରାଯାଇଥିଲା। ତେବେ ରାଜ୍ୟ ଭିତ୍ତିକ ନିର୍ଦ୍ଦିଷ୍ଟ ପେସା ନିୟମ ପ୍ରଣୟନରେ ବିଳମ୍ବ, ବ୍ୟାପକ ପ୍ରଶିକ୍ଷଣ ସାମଗ୍ରୀର ଅଭାବ ଏବଂ ସହାୟକ ରାଜ୍ୟ ଆଇନର ଅଭାବ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଆହ୍ବାନର ମୁକାବିଲା ଓ ପେସା ଆଇନର ପ୍ରଭାବୀ କାର୍ଯ୍ୟକାରୀତା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ପେସା ରାଜ୍ୟମାନଙ୍କୁ ୨୪ ଡିସେମ୍ବର ୨୦୨୪ ରେ ଉପଯୁକ୍ତ କାର୍ଯ୍ୟକ୍ରମ, ସମାରୋହ ଆୟୋଜନ ଏବଂ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛି।

ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ପେସା ଆଇନର ଲାଭ ପହଞ୍ଚାଇବା ପାଇଁ ସାମୂହିକ ଓ ମିଳିତ ପ୍ରୟାସକୁ ସୁଦୃଢ଼ କରିବା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଅନୁଯାୟୀ, ଏହି ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ ର ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପେସା ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା, ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଅନୁସୂଚିତ ଅଞ୍ଚଳରେ ଗ୍ରାମ ପଞ୍ଚାୟତଗୁଡ଼ିକର ଉନ୍ନତ ପ୍ରଶସାନ ଏବଂ ଉନ୍ନତ ପରିଚାଳନା ପାଇଁ ଗ୍ରାମସଭାଗୁଡ଼ିକୁ ସଶକ୍ତ କରିବା।

୨୦୨୪ରେ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ଆୟୋଜିତ ପ୍ରମୁଖ କର୍ମଶାଳା/ସମ୍ମିଳନୀ:

ପେସା ଆଇନ ଭାବେ ପରିଚିତ ପଂଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ର ବ୍ୟବସ୍ଥାଗୁଡ଼ିକର ପ୍ରଭାବୀ ରୂପାୟନ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୪ରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜନ କରିଛି। ପ୍ରଥମ ଆଞ୍ଚଳିକ ସମ୍ମିଳନୀ ୧୧-୧୨ ଜାନୁଆରୀ ୨୦୨୪ରେ ମହାରାଷ୍ଟ୍ରର ପୁଣେର ଯଶାଡାଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ ଥିଲେ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲେଙ୍ଗାନା ଆଜି ପେସା ରାଜ୍ୟକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ରାଞ୍ଚିଠାରେ ୨୦୨୪ ମାର୍ଚ୍ଚ ୪-୫ ତାରିଖରେ ଦ୍ବିତୀୟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

୨୬ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ପେସା ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଏବଂ ପ୍ରଶିକ୍ଷଣ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପେସା-ଜିପିଡିପି ପୋର୍ଟାଲ ଏବଂ ସାତଟି ସ୍ୱତନ୍ତ୍ର ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ କରାଯାଇଥିଲା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପେସା ଆଇନ ଉପରେ ଏକ ବ୍ୟାପକ ପ୍ରଶିକ୍ଷଣ ମଡ୍ୟୁଲ୍ ବିକଶିତ କରିଛି। ତୃଣମୂଳ ସ୍ତରରେ ଉନ୍ନତ ପହଂଚିବା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଏହାକୁ ସ୍ଥାନୀୟ ଭାଷା ଏବଂ ଉପଭାଷାରେ ଅନୁବାଦ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

ଜାତୀୟ କର୍ମଶାଳା ଝାଡ଼ଖଣ୍ଡ ପେସା ଆଇନ ରାଞ୍ଚି
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.