Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା ନିୟାମକ, ୨୦୨୪ ଏବଂ ‘‘ଦୂରସଞ୍ଚାର ଶୁଳ୍କ ଆଦେଶ, ୨୦୨୪’’ ଜାରି କଲା ଟ୍ରାଇ
ଆଜିର ଖବର

‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା ନିୟାମକ, ୨୦୨୪ ଏବଂ ‘‘ଦୂରସଞ୍ଚାର ଶୁଳ୍କ ଆଦେଶ, ୨୦୨୪’’ ଜାରି କଲା ଟ୍ରାଇ

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟାମକ, ୨୦୨୪ (୨୦୨୪ର ୦୮) (‘‘ନିୟାମକ’’ ଭାବେ ଉଲ୍ଲେଖ କରାଯାଇଛି) ଏବଂ ‘‘ଦୂରସଞ୍ଚାର ଶୁଳ୍କ (ସପ୍ତଦଶ ସଂଶୋଧନ) ଆଦେଶ, ୨୦୨୪’’ (୨୦୨୪ର ୦୨) (‘‘ଟିଟିଓ’’ ଭାବେ ଉଲ୍ଲେଖ କରାଯାଇଛି) ଜାରି କରିଛି।

ନିୟାମକ ଏବଂ ଟିଟିଓର ସମ୍ପୂର୍ଣ୍ଣ ବିବରଣୀ ଟ୍ରାଇର ୱେବସାଇଟ୍‌  www.trai.gov.in. ରେ ଉପଲବ୍ଧ ରହିଛି।

ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା ନିୟାମକ, ୨୦୧୨ (ଟିସିପିଆର)କୁ ସମୀକ୍ଷା କରିବା ଲାଗି ୨୬ ଜୁଲାଇ ୨୦୨୪ରେ ଟ୍ରାଇ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଥିଲା।

ଏହି ପରାମର୍ଶ ପତ୍ରରେ ନିର୍ଦ୍ଦିଷ୍ଟ ଭାବେ ସମ୍ପୃକ୍ତ ଅଂଶୀଦାର ବା ଉପଭୋକ୍ତା ଏବଂ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି)ଗୁଡ଼ିକର ହିତ ପାଇଁ ଶୁଳ୍କ ଉପଲବ୍ଧତାର ବିକଳ୍ପ, ଭାଉଚର୍‌ ଗୁଡ଼ିକର ବୈଧତା, ଭାଉଚର୍‌ ଗୁଡ଼ିକର କଲର୍‌ କୋଡିଂ ଏବଂ ଭାଉଚର୍‌ ଗୁଡ଼ିକର ମୂଲ୍ୟବର୍ଗ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା। ୨୧ ଅକ୍ଟୋବର ୨୦୨୪ରେ ଭିଡିଓ କନଫରେନ୍ସିଂ ଜରିଆରେ ପରାମର୍ଶ ପତ୍ର ଉପରେ ଏକ ଖୋଲା ଆଲୋଚନା ହୋଇଥିଲା।

ନିୟାମକଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ ନିମ୍ନରେ ଦିଆଗଲା:

ସାଧାରଣ ଭାବେ ଉପଭୋକ୍ତାମାନେ ଆବଶ୍ୟକ କରୁଥିବା ସେବା ପାଇଁ ଅର୍ଥ ପଇଠର ବିକଳ୍ପ ପ୍ରଦାନ କରିବା ଏବଂ ନିର୍ଦ୍ଦିଷ୍ଟ ବର୍ଗର ଉପଭୋକ୍ତ ବିଶେଷ କରି ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ଲାଭ ଦେବା ପାଇଁ ଭଏସ୍‌ ଓ ଏସଏମଏସ ପାଇଁ ଅଲଗା ସ୍ୱତନ୍ତ୍ର ଶୁଳ୍କ ଭାଉଚର୍‌ (ଏସଟିଭି)କୁ ବାଧ୍ୟତାମୂଳକ କରାଯାଇଛି

ଉପଭୋକ୍ତାଙ୍କ ସୁବିଧା ପାଇଁ ଏସ୍.ଟି.ଭି. ଏବଂ କମ୍ବୋ ଭାଉଚର୍ (ସି.ଭି.)ର ବୈଧତା ଅବଧିକୁ ବର୍ତ୍ତମାନର ୯୦ ଦିନରୁ ବୃଦ୍ଧି କରି ୩୬୫ ଦିନ କରିଦିଆଯାଇଛି।

ଅନଲାଇନ୍‌ ରିଚାର୍ଜର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି ଭୌତିକ ରୂପରେ ଥିବା ଭାଉଚରଗୁଡ଼ିକର କଲର୍‌ କୋଡିଂକୁ ସମାପ୍ତ କରି ଦିଆଯାଇଛି।

ଟିଟିଓ (୫୦ତମ ସଂଶୋଧନ) ଆଦେଶ ୨୦୧୨ ଜରିଆରେ, କେବଳ ଟପ୍‌ ଅପ୍‌ ଭାଉଚର୍‌ ପାଇଁ ୧୦ ଟଙ୍କା ମୂଲ୍ୟବର୍ଗ ଏବଂ ଏହାର ଗୁଣକ ମୂଲ୍ୟକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଅନ୍ୟପକ୍ଷରେ ୧୦ ଟଙ୍କା ମୂଲ୍ୟର ଅତିକମରେ ଗୋଟିଏ ଟପ୍‌ ଅପ୍‌ ଭାଉଚର୍‌ ବ୍ୟବସ୍ଥାକୁ ବଜାୟ ରଖାଯାଇଛି।

ଟିସିପିଆରରେ କରାଯାଇଥିବା ସଂଶୋଧନ ସହ ମେଳ ଖାଇବା ଲାଗି ଦୂରସଞ୍ଚାର ଶୁଳ୍କ ଆଦେଶ ୧୯୯୯ରେ ଉଲ୍ଲେଖ ଥିବା ଏସଟିଭି ଓ ସିଭିଆରର ପରିଭାଷା ଅନୁଯାୟୀ ଏହି ସଂଶୋଧନ କରାଯାଇଛି।

ବ୍ୟାଖ୍ୟାତ୍ମକ ଜ୍ଞାପନଗୁଡ଼ିକ ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟମାବଳୀ, ୨୦୨୪ ଏବଂ ଦୂରସଞ୍ଚାର ଶୁଳ୍କ (ସପ୍ତଦଶ ସଂଶୋଧନ) ଆଦେଶ, ୨୦୨୪ ସହିତ ସଂଲଗ୍ନ ହୋଇଛି।

୨୦୨୪ ଟ୍ରାଇ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.