Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଆର୍ଥିକ ପରିଦୃଶ୍ୟରେ ପରିବର୍ତ୍ତନ ଆଣୁଛି ଏମଏସଏମଇ ବିପ୍ଳବ
ଆଜିର ଖବର

ଭାରତର ଆର୍ଥିକ ପରିଦୃଶ୍ୟରେ ପରିବର୍ତ୍ତନ ଆଣୁଛି ଏମଏସଏମଇ ବିପ୍ଳବ

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦେଶରେ ଏମଏସଏମଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଦେଶର ଏମଏସଏମଇ କ୍ଷେତ୍ରରେ ଏକ ବିପ୍ଳବ ଆସିପାରିଛି, ଯଦ୍ଦ୍ୱାରା ଭାରତର ଆର୍ଥିକ ପରିଦୃଶ୍ୟରେ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ରପ୍ତାନି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହା ୨୦୨୦-୨୧ରେ ୩.୯୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୧୨.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିଶ୍ୱ ବାଣିଜ୍ୟକୁ ସୁଦୃଢ଼ କରିବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି।

ମୋଟ ରପ୍ତାନୀକାରୀ ଏମଏସଏମଇ ସଂଖ୍ୟା ମଧ୍ୟ ୨୦୨୦-୨୧ରେ ୫୨,୮୪୯ ରୁ ୨୦୨୪-୨୫ରେ ୧,୭୩,୩୫୦କୁ  ବୃଦ୍ଧି ପାଇଛି। ଏମଏସଏମଇଗୁଡ଼ିକ ଏକ ଉଲ୍ଲେଖନୀୟ ଅଭିବୃଦ୍ଧି ଧାରା ପ୍ରଦର୍ଶନ କରିଛନ୍ତି। ଏହି କ୍ଷେତ୍ର ୨୦୨୩-୨୪ରେ ରପ୍ତତାନିରେ ୪୫.୭୩% ଯୋଗଦାନ କରିଥିବା ବେଳେ ମଇ ୨୦୨୪ ସୁଦ୍ଧା ଏହି ଉଦ୍ୟୋଗଗୁଡ଼ିକର ଯୋଗଦାନ  ୪୫.୭୯%କୁ ବୃଦ୍ଧି ପାଇଛି। ଭାରତର ବାଣିଜ୍ୟ ପ୍ରଦର୍ଶନ ଉପରେ ଏମଏସଏମଇ ଉଦ୍ୟୋଗର ବର୍ଦ୍ଧିତ ପ୍ରଭାବକୁ ଦର୍ଶାଉଛି।

ଭାରତରେ ଏମଏସଏମଇ କ୍ଷେତ୍ର କ୍ରମାଗତ ଭାବରେ ଉଲ୍ଲେଖନୀୟ ସ୍ଥିରତା ଏବଂ ଅନୁକୂଳ ଆର୍ଥିକ ସ୍ଥିତିର ପ୍ରଦର୍ଶନ କରିଛି, ଯାହା ଅନେକ ବର୍ଷ ଧରି ଦେଶର ଜିଡିପିରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ୨୦୧୭-୧୮ରେ ଭାରତର ଜିଡିପିରେ ଏମଏସଏମଇ ଦ୍ୱାରା ମୋଟ ମୂଲ୍ୟ ବୃଦ୍ଧି (ଜିଭିଏ) ପରିମାଣ ୨୯.୭% ଥିବା ବେଳେ ୨୦୨୨-୨୩ରେ ଏହା ୩୦.୧% କୁ ବୃଦ୍ଧି ପାଇଛି। କୋଭିଡ୍-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆହ୍ୱାନ ସ୍ଥିତିରେ ମଧ୍ୟ ୨୦୨୦-୨୧ରେ ଏହି କ୍ଷେତ୍ରର ଅବଦାନ ୨୭.୩% ରହିଥିଲା, ଯାହା ୨୦୨୧-୨୨ରେ ୨୯.୬% କୁ ବୃଦ୍ଧି ପାଇଥିଲା। ଏହି ପରିସଂଖ୍ୟାନ ଆର୍ଥିକ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଆଗେଇ ନେବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରେ, ଯାହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହାର ସ୍ଥାୟୀ ଶକ୍ତି ଏବଂ ଗୁରୁତ୍ୱକୁ ପ୍ରତିଫଳିତ କରେ।

ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ବିକଶିତ ହୋଇ ମଧ୍ୟମ ଉଦ୍ୟୋଗରେ ପରିଣତ ହେବା ଏମଏସଏମଇ କ୍ଷେତ୍ରର ବିକାଶକୁ ପ୍ରଦର୍ଶିତ କରୁଛି। ୧ ଜୁଲାଇ ୨୦୨୦ରୁ ୨୪ ଜୁଲାଇ ୨୦୨୪ ମଧ୍ୟରେ ବହୁ ସଂଖ୍ୟକ ଉଦ୍ୟୋଗ ମଧ୍ୟମ ଉଦ୍ୟୋଗକୁ ଉନ୍ନୀତ ହୋଇଛନ୍ତି। ୨୦୨୦-୨୧ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୭୧୪ଟି ଲଘୁ ଉଦ୍ୟୋଗ  ଓ ୩୭୦୧ଟି କ୍ଷୁଦ୍ର ଉଦ୍ୟୋଗକୁ ମଧ୍ୟମ ଉଦ୍ୟୋଗ ଭାବେ ଉନ୍ନୀତ ହୋଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିବା ବେଳେ ୨,୩୭୨ଟି କ୍ଷୁଦ୍ର ଉଦ୍ୟୋଗ ଓ ୧୭,୭୪୫ଟି କ୍ଷୁଦ୍ର ଉଦ୍ୟୋଗ ମଧ୍ୟମ ଉଦ୍ୟୋଗ ରୂପେ ବିକଶିତ ହୋଇଛନ୍ତି। ଏହି ଅଗ୍ରଗତି ଭାରତରେ ଏମଏସଏମଇ କ୍ଷେତ୍ରର ଦୃଢ଼ ଅଭିବୃଦ୍ଧି ଏବଂ ଗତିଶୀଳତାକୁ ପ୍ରତିଫଳିତ କରେ।

ଏମଏସଏମଇ କ୍ଷେତ୍ର ଭାରତର ଆର୍ଥିକ ପରିଦୃଶ୍ୟର ଆଧାର। ନିଯୁକ୍ତି ସୃଷ୍ଟି, ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଆର୍ଥିକ ବିକାଶରେ ଏହି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।  ସ୍ଥିରତା, ନବସୃଜନ ଏବଂ ଅନୁକୂଳତା ମାଧ୍ୟମରେ ଏମଏସଏମଇଗୁଡିକ କ୍ରମାଗତ ଭାବରେ ଦେଶର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିଛନ୍ତି ଏବଂ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିଛନ୍ତି। ଭାରତ ନିଜକୁ ଏକ ବିଶ୍ୱ ଆର୍ଥିକ ମହାଶକ୍ତି ଭାବରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରୁଥିବା ବେଳେ ଏମଏସଏମଇ କ୍ଷେତ୍ର  ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ରପ୍ତାନି ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ସହିତ ନିଶ୍ଚିତ ଭାବରେ ଏଥିରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି।

ନରେନ୍ଦ୍ର ମୋଦୀ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.