Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧ୍ୟାତ୍ମିକ ଉନ୍ନତି ବିନା ଭୌତିକ ପ୍ରଗତିର ଆବଶ୍ୟକ‌ତା ନାହିଁ: ଗଜପତି ଦିବ୍ୟସିଂହ ଦେବ
ଆଜିର ଖବର

ଆଧ୍ୟାତ୍ମିକ ଉନ୍ନତି ବିନା ଭୌତିକ ପ୍ରଗତିର ଆବଶ୍ୟକ‌ତା ନାହିଁ: ଗଜପତି ଦିବ୍ୟସିଂହ ଦେବ

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ହିଲ୍‌ପାଟଣା ସଂସ୍କୃତିଭବନରେ ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ସୋମବାର ସଂଧ୍ୟ ରେ ଉଦ୍‌ଘାଟିତ ହୋଇଯାଇଛି। ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଭୌତିକ ବିଦ୍ୟା ଶିକ୍ଷାପଦ୍ଧତିରେ ନୈତିକ ମୂଲ୍ୟବୋଧର କ୍ଷୟକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ ଭାରତୀୟ ବୈଦିକ ଶିକ୍ଷା ଗବେଷଣାତ୍ମକ ପ୍ରୟୋଗକୁ ଆବାହନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ବିଶ୍ଵର ପ୍ରଗତି ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେଭଳି ଆଧ୍ୟାତ୍ମିକ ଜ୍ଞାନର ଉନ୍ନତି ହେବା ଆବଶ୍ୟକ ଆଧ୍ୟାତ୍ମିକ ଉନ୍ନତି ବିନା ଭୌତିକ ପ୍ରଗତିର ଆବଶ୍ୟକତା ନାହିଁ। ସେହିପରି ସରକାରଙ୍କ ଦ୍ବାରା ଯେଭଳି ବିକାଶମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି ସେସବୁ ଭୌତିକ ପ୍ରଗତି ହୋଇଥିବା ବେଳେ ସତ୍‌ସଙ୍ଗ ଓ ଗୀତା ଜ୍ଞାନଯଜ୍ଞରୁ ଯାହା ମିଳେ ତାହା ଆଧ୍ୟାତ୍ମିକ ଜ୍ଞାନା ବ୍ୟକ୍ତିଗତ ଜୀବନ ପାଇଁ ଗୀତାଜ୍ଞାନ ଭଳି ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି। ଗୀତାଜ୍ଞାନ ଠାରୁ କୌଣସି ବଡ଼ ଗ୍ରନ୍ଥ ନାହିଁ ଗୀତାଜ୍ଞାନକୁ ବାସ୍ତବରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୁରୀ ଗଜପତି ଦିବ୍ୟସିଂହ ଦେବ ମତବ୍ୟକ୍ତ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ରାଜ୍ୟ ତଥା ଜାତୀୟସ୍ତରୀୟ ଶିକ୍ଷା ପଦ୍ଧତିରେ ମୌଳିକତାର ଅଭିବୃଦ୍ଧି ଓ ଦେଶାତ୍ମବୋଧକତାର ପରିସ୍ଫୁଟନ ତଥା ଆଧ୍ୟାତ୍ମିକ ବିଦ୍ୟାର ପ୍ରସାରଣ ନିମନ୍ତେ ସଂକଳ୍ପବଦ୍ଧ ରହିଥିବା ଦର୍ଶାଇ ଏଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଚିନ୍ମୟ ମିସନ୍ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରୀୟ ମୁଖ୍ୟ ବିଶ୍ୱଶାନ୍ତି ପୁରସ୍କାର ବିଜେତା ପୂଜ୍ୟ ସ୍ବାମୀ ଅଭେଦାନନ୍ଦଜୀ ତୁଳସୀ ରାମାୟଣ ଉଦ୍ଧୃତ ଭକ୍ତିର ୯ଟି ଅଦ୍ଭୁତ ରହସ୍ୟ ଓ ଆଦିଶଙ୍କରକୃତ ଦଶ ଶ୍ଲୋକ ଉପରେ ପ୍ରକାଶ କରିଥିଲେ।

ଚିନ୍ମୟ ମିସନ୍ ପକ୍ଷରୁ ୬୧ଟି ଶିକ୍ଷାନୁଷ୍ଠାନର ୨୫, ୧୬୭ ଶିଶୁ ଏକସ୍ଥାନରେ ଭାଗବତ ଗୀତା ପାଠ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଥିବାରୁ ସମସ୍ତ ବିଦ୍ୟାଳୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। .

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026
Latest News

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.