Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତା
ଆଜିର ଖବର

ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତା

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୃହମନ୍ତ୍ରୀ
ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ପ୍ରଣୟନ ହୋଇଥିବା ତିନି ନୂଆ ଫୌଜଦାରୀ ଆଇନକୁ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହ ଯୋଡାଯିବା ନେଇ ନୂଆଦିଲ୍ଲୀରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଥିଲେ। ସାରା ଦେଶରେ ସିସିଟିଏନଏସ ୨.୦, ଏନଏଏପଆଇଏସ, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସକୁ ଆଇସିଜେଏସ ସହ ମିଶ୍ରଣ ନେଇ ଏହି ବୈଠକ ବସିଥିଲା। କେନ୍ଦ୍ର ଗୃହ ସଚିବ, ଏନସିଆରବି ନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ, ଏନସିଆରବି, ଏନଆଇସିର ବହୁ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ଆଇସିଜେଏସ ୨.୦ରେ ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏନସିଆରବିକୁ ତାଗିଦ କରିଥିଲେ । ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ଫୌଜଦାରୀ ମାମଲା ରୁଜୁ ହେବାଠାରୁ ଫଇସଲା ହେବା ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ମେସେଜ ଆଲର୍ଟ ଦେବା ନେଇ ଯାନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ଯାଏ ଆଲର୍ଟ ମେସେଜ ଦେବାକୁ ମନ୍ତ୍ରୀ କହିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ଓ ଏନସିଆରବି ପକ୍ଷରୁ ଏକ ଟିମ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ବୁଲି ଏନେଇ ଅଧିକରୁ ଅଧିକ ଯାନ୍ତ୍ରିକ ବିଦ୍ୟାର ସହଯୋଗ ନେବାକୁ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରି କ୍ରାଇମ ଓ କ୍ରିମିନାଲ ଟ୍ରାକିଂ ନେଟବର୍କ ଆଣ୍ଡ ସିଷ୍ଟମ୍ସ (ସିସିଟିଏନଏସ) ଓ ଇଂଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ (ଆଇସିଜେଏସ)ର ଅଗ୍ରଗତି ନେଇ ସେ ବରାବର ସମ୍ପର୍କରେ ରହିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଅଜଣା ମୃତଦେହ ଓ ଅଜଣା ବ୍ୟକ୍ତିଙ୍କ ଲାଗି ଖାସକରି ବାୟୋ ମେଟ୍ରିକ ଯାନ୍ତ୍ରିକ ବିଦ୍ୟା ବ୍ୟବହାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଲାଗି ଏନସିଆରବି ପକ୍ଷରୁ ଏକ ଡାଟାବେସ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି। ନୂଆ ଫୌଜଦାରୀ ଆଇନ ଓ ନେସନାଲ ଅଟୋମେଟେଡ ଫିଙ୍ଗରପ୍ରିଂଟ ଆଡେଂଟିଫିକେସନ ସିଷ୍ଟମ (ଏନଏଏଫଆଇଏସ)ରେ ଯାନ୍ତ୍ରିକ ବିଦ୍ୟାର ପ୍ରୟୋଗ ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଏନସିଆରବିକୁ ପ୍ରଶଂସା କରିଛନ୍ତି।

ଏନସିଆରବି କେନ୍ଦ୍ର ଗୃହମନ୍ତ୍ରୀ ଫୌଜଦାରୀ ଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Latest News

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.