Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦,୦୦୦ ନବଗଠିତ ଏମ-ପ୍ୟାକ୍ସ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତିର ଉଦଘାଟନ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ
ଆଜିର ଖବର

୧୦,୦୦୦ ନବଗଠିତ ଏମ-ପ୍ୟାକ୍ସ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତିର ଉଦଘାଟନ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ

December 26, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ୧୦,୦୦୦ ନବଗଠିତ ବହୁମୁଖୀ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ), ଦୁଗ୍ଧ ଏବଂ ମତ୍ସ୍ୟ ଉତ୍ପାଦନ ସମବାୟ ସମିତିର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କୃଷ୍ଣପାଲ ଏବଂ ଶ୍ରୀମୁରଲୀଧର ମୋହୋଲ ଏବଂ ସମବାୟ ମନ୍ତ୍ରଣାଳୟର ସଚିବଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅମିତ ଶାହ ଦେଶର ଦୁଇ ମହାପୁରୁଷ ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀ ଭାରତର ସ୍ୱାଧୀନତା ସଂଗ୍ରାମ ନାୟକମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି ଏବଂ ସେ ଦେଶର ସ୍ୱାଧୀନତା, ଭାରତୀୟତା, ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଚେତନା ଜାଗ୍ରତ କରିବା ପାଇଁ ଆଜୀବନ କାର୍ଯ୍ୟ କରିଥିଲେ। ଶ୍ରୀ ଶାହ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଦେଶର ସଂସଦରେ ୫ ଦଶନ୍ଧି ଧରି ଭାରତ ଏବଂ ଏହାର ସଂସ୍କୃତି ପାଇଁ ସ୍ୱର ହୋଇ ସଂସଦକୁ ମାର୍ଗଦର୍ଶନ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବରେ ଅଟଳଜୀ ଅନେକ ନୂଆ ପ୍ରୟାସ ଆରମ୍ଭ କରିଥିଲେ, ଯେଉଁ କାରଣରୁ ଭାରତ ଆଜି ଶୀର୍ଷ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ଅଟଳଜୀ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ କରିବା ଏବଂ କାର୍ଗିଲ ଯୁଦ୍ଧ ସମୟରେ ଦେଶର ଭୂମି ପାଇଁ ଲଢ଼ିବାର ସିଦ୍ଧାନ୍ତ ପ୍ରତିଷ୍ଠା କରିଥିଲେ। ଅଟଳଜୀ ଦେଶର ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଥିଲେ ବୋଲି ସେ କହିଛନ୍ତି। ଅଟଳଜୀ ହିଁ ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ଆରମ୍ଭ କରିଥିଲେ ଏବଂ ଦେଶର ସବୁ ଗାଁକୁ ରାଜ୍ୟ ରାଜପଥ ସହ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଶୁଭାରମ୍ଭ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜୀଙ୍କ ଶ୍ରାଦ୍ଧବାର୍ଷିକୀ, ଯିଏକି ଆମ ବେଦ, ଉପନିଷଦ ଏବଂ ପ୍ରାଚୀନ ସାହିତ୍ୟର ବିଦ୍ୱାନ ଥିଲେ ଏବଂ ସମ୍ବିଧାନ ପ୍ରଣୟନରେ ମଧ୍ୟ ତାଙ୍କର ବହୁତ ବଡ଼ ଅବଦାନ ଥିଲା ।

ଅଟଳଜୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଆଜି ୧୦,୦୦୦ ନୂତନ ବହୁମୁଖୀ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ), ଦୁଗ୍ଧ ଓ ମତ୍ସ୍ୟ ଉତ୍ପାଦନ ସମବାୟ ସମିତି ଉଦଘାଟିତ ହୋଇଛି ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏହା କେବଳ ଏକ ସଂଯୋଗ ନୁହେଁ କାରଣ ସମ୍ବିଧାନର ୯୭ତମ ସଂଶୋଧନ ଅଟଳଜୀଙ୍କ ସମୟରେ ହୋଇଥିଲା ଏବଂ ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ସମବାୟ ସମିତିଗୁଡ଼ିକୁ ଅଟଳଜୀ ପୁଣିଥରେ ଗୁରୁତ୍ୱ ଦେଇଥିଲେ।

ଅମିତ ଶାହ କହିଥିଲେ ଯେ, ୧୯ ସେପ୍ଟେମ୍ବର ୨୦୨୪ରେ ଆମେ ଏହି ସ୍ଥାନରେ ଏକ ଏସଓପି ପ୍ରସ୍ତୁତ କରିଥିଲୁ ଏବଂ ଏହାର ୮୬ ଦିନ ମଧ୍ୟରେ ଆମେ ୧୦ ହଜାର ପ୍ୟାକ୍ସ ପଞ୍ଜୀକରଣ କାର୍ଯ୍ୟ ଶେଷ କରିଛୁ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରିଥିଲେ, ସେତେବେଳେ ସେ ‘ସହକାର ସେ ସମୃଦ୍ଧି’ (ସମବାୟରୁ ସମୃଦ୍ଧି) ପାଇଁ ଆହ୍ୱାନ ଦେଇଥିଲେ। ପ୍ରତି ପଞ୍ଚାୟତରେ ସମବାୟ ସମିତି ରହିବା ସହ ସେଠାରେ କୌଣସି ନା କୌଣସି ରୂପରେ କାର୍ଯ୍ୟ କଲେ ହିଁ ‘ସହକାର ସେ ସମୃଦ୍ଧି’ ସମ୍ଭବ ବୋଲି ଶ୍ରୀ ଶାହ କହିଥିଲେ। ପ୍ରାଥମିକ ସମବାୟ ସମିତି ଆମ ଦେଶର ତ୍ରିସ୍ତରୀୟ ସମବାୟ ଢାଞ୍ଚାକୁ ସର୍ବାଧିକ ଶକ୍ତି ଦେଇପାରିବ, ସେଥିପାଇଁ ମୋଦୀ ସରକାର ୨ ଲକ୍ଷ ନୂଆ ପ୍ୟାକ୍ସ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ, ୧୦,୦୦୦ ପ୍ରାଥମିକ ସମବାୟ ସମିତି ପଞ୍ଜୀକରଣରେ ନାବାର୍ଡ, ଏନଡିଡିବି ଏବଂ ଏନଏଫଡିବି ବହୁତ ବଡ ଭୂମିକା ଗ୍ରହଣ କରିଛନ୍ତି । ସେ କହିଥିଲେ ଯେ, ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା ହେବା ପରେ ସମସ୍ତ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରିବା ପାଇଁ ସବୁଠାରୁ ବଡ଼ କାମ କରାଯାଇଥିଲା। କମ୍ପ୍ୟୁଟରୀକରଣ ଆଧାରରେ ପ୍ୟାକ୍ସଗୁଡ଼ିକୁ ୩୨ ପ୍ରକାର ନୂଆ କାର୍ଯ୍ୟକଳାପ ସହିତ ଯୋଡ଼ିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ‘‘ଆମେ ପ୍ୟାକ୍ସକୁ ବହୁମୁଖୀ କରିଥିଲୁ ଏବଂ ଏହାକୁ ଭଣ୍ଡାର, ଖତ, ଗ୍ୟାସ, ସାର ଏବଂ ଜଳ ବିତରଣ କାମ ସହିତ ଯୋଡ଼ିଥିଲୁ । ପ୍ରଶିକ୍ଷିତ ମାନବସମ୍ବଳ ଅଭାବ ରହିଲେ ଆମେ ଏସବୁ କରିପାରିବୁ ନାହିଁ ବୋଲି ଶ୍ରୀ ଶାହ କହିଛନ୍ତି। ଏଥିପାଇଁ ଆଜି ଏଠାରେ ଏକ ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ କରାଯାଇଛି, ଯାହା ପ୍ୟାକ୍ସର ସଦସ୍ୟ ଓ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦେବା ପାଇଁ କାର୍ଯ୍ୟ କରିବ। ଏହି ପ୍ରଶିକ୍ଷଣ ମଡ୍ୟୁଲ୍ ଗୁଡ଼ିକ ପ୍ରତ୍ୟେକ ଜିଲ୍ଲା ସମବାୟ ରେଜିଷ୍ଟ୍ରାରଙ୍କ ଦାୟିତ୍ୱ ହେବା ଉଚିତ ଏବଂ ପ୍ୟାକ୍ସର ସଚିବ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ଉତ୍ତମ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ଉଚିତ ବୋଲି ସେ କହିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଆଜି ଏଠାରେ ୧୦ଟି ସମବାୟ ସମିତିକୁ ରୂପେ କିଷାନ କ୍ରେଡିଟ୍‌ କାର୍ଡ, ମାଇକ୍ରୋ ଏଟିଏମ ବିତରଣ କରାଯାଇଛି। ସେ କହିଛନ୍ତି ଯେ ଏହି ଅଭିଯାନ ଅଧୀନରେ ଆଗାମୀ ଦିନରେ ପ୍ରତ୍ୟେକ ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସଂସ୍ଥାକୁ ମାଇକ୍ରୋ ଏଟିଏମ ଦିଆଯିବ। ମାଇକ୍ରୋ ଏଟିଏମ୍ ଏବଂ ରୂପେ କିଷାନ କ୍ରେଡିଟ୍ କାର୍ଡ ପ୍ରତ୍ୟେକ ଚାଷୀଙ୍କୁ କମ୍ ମୂଲ୍ୟରେ ଋଣ ଦେବା ପାଇଁ ସହାୟକ ହେବ। ଶ୍ରୀ ଶାହ କହିଥିଲେ ଯେ, ମୋଦୀ ସରକାରଙ୍କ ଦ୍ୱାରା ପ୍ୟାକ୍ସଗୁଡ଼ିକର ସମ୍ପ୍ରସାରଣ ପାଇଁ ସେଗୁଡ଼ିକର କାର୍ଯ୍ୟକାରିତା, ପ୍ରାସଙ୍ଗିକତା, ସାଧନଯୋଗ୍ୟତା ଏବଂ ସକ୍ରିୟତା ପ୍ରତି ଧ୍ୟାନ ଦିଆଯାଇଛି। ପ୍ୟାକ୍ସରେ ୩୨ଟି କାର୍ଯ୍ୟ ଯୋଡ଼ି ଏହାକୁ ଦୃଶ୍ୟମାନ ଓ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସେ କହିଥିଲେ। ଗାଁରେ ଥିବା ଜନ ସେବା କେନ୍ଦ୍ର (ସିଏସସି) ଯେତେବେଳେ ପ୍ୟାକ୍ସରେ ପରିଣତ ହୁଏ, ସେତେବେଳେ ଗାଁର ପ୍ରତ୍ୟେକ ନାଗରିକଙ୍କୁ କୌଣସି ନା କୌଣସି ରୂପରେ ପ୍ୟାକ୍ସ ଅଧୀନକୁ ଆସିବାକୁ ପଡ଼େ, ତେଣୁ ଆମେ ଏହାର ପ୍ରାସଙ୍ଗିକତା ମଧ୍ୟ ବୃଦ୍ଧି କରିଛୁ । ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ପ୍ୟାକ୍ସ ଗ୍ୟାସ ବିତରଣ, ପଣ୍ୟ ଭଣ୍ଡାରଣ, ପେଟ୍ରୋଲ ବଣ୍ଟନ ଇତ୍ୟାଦି କାର୍ଯ୍ୟ କରେ, ସେତେବେଳେ ସେଗୁଡ଼ିକର ସକ୍ରିୟତା ଆପେ ଆପେ ବୃଦ୍ଧି ପାଇଥାଏ ଏବଂ ବହୁମୁଖୀ ହୋଇଥିବା କାରଣରୁ ପ୍ୟାକ୍ସର ଜୀବନକାଳ ମଧ୍ୟ ଲମ୍ବା ହେବାର ସମ୍ଭାବନା ରହିଛି । ସେ କହିଥିଲେ, ଏହା ଏକ ବହୁମୁଖୀ କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ କୃଷକ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଏକ ଦୃଢ଼ ପ୍ରୟାସ କରାଯିବ।

ଅମିତ ଶାହ କହିଥିଲେ ଯେ କମ୍ପ୍ୟୁଟରୀକରଣ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପ୍ୟାକ୍ସରେ ସ୍ୱଚ୍ଛତା ଆଣିବା ସହିତ ତୃଣମୂଳ ସ୍ତରରେ ସମବାୟ ବ୍ୟବସ୍ଥା ସମ୍ପ୍ରସାରଣ କରିବ ଏବଂ ମହିଳା ଓ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ସେ କହିଥିଲେ ଯେ ପ୍ୟାକ୍ସ କୃଷି ସମ୍ପଦର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବ । ତିନୋଟି ନୂଆ ଜାତୀୟ ସ୍ତରର ସମବାୟ ସଂସ୍ଥା ମାଧ୍ୟମରେ ପ୍ୟାକ୍ସ ଜୈବିକ ଉତ୍ପାଦ, ବିହନ ଓ ରପ୍ତାନି ସହିତ କୃଷକମାନଙ୍କ ସମୃଦ୍ଧିର ବାଟ ଖୋଲିବ । ଏହା ସାମାଜିକ ଏବଂ ଆର୍ଥିକ ସମାନତା ଆଣିବ କାରଣ ନୂଆ ମଡେଲ ଉପନିୟମ ମହିଳା, ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିଛି, ଯାହା ସାମାଜିକ ସୌହାର୍ଦ୍ଦ୍ୟ ମଧ୍ୟ ବୃଦ୍ଧି କରିବ ବୋଲି ସେ କହିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ମୋଦୀ ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ନୂଆ ପ୍ୟାକ୍ସ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପାଞ୍ଚ ବର୍ଷ ପୂର୍ବରୁ ହିଁ ଏହି ଲକ୍ଷ୍ୟ ହାସଲ କରାଯିବ ବୋଲି ଶ୍ରୀ ଶାହ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାବାର୍ଡ ୨୨,୭୫୦ ପ୍ୟାକ୍ସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୭,୨୫୦ ପ୍ୟାକ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏନଡିଡିବି ୫୬,୫୦୦ ନୂଆ ସମିତି ଗଠନ କରିବ ଏବଂ ୪୬,୫୦୦ ବର୍ତ୍ତମାନର ସମିତିକୁ ସୁଦୃଢ଼ କରିବ ବୋଲି ସେ ସୂଚନା ଦେଇଥିଲେ । ଏନ୍ଏଫଡିବି ୬,୦୦୦ ନୂତନ ମତ୍ସ୍ୟ ସମବାୟ ସମିତି ଗଠନ କରିବ ଏବଂ ୫,୫୦୦ ବର୍ତ୍ତମାନର ମତ୍ସ୍ୟ ସମବାୟ ସମିତିକୁ ସଶକ୍ତ କରିବ। ଏହାବ୍ୟତୀତ ରାଜ୍ୟଗୁଡ଼ିକର ସମବାୟ ବିଭାଗ ୨୫୦୦୦ ପ୍ୟାକ୍ ତିଆରି କରିବେ। ଶ୍ରୀ ଶାହ କହିଥିଲେ ଯେ ନୂଆ ମଡେଲ ଉପନିୟମ ସହିତ ବର୍ତ୍ତମାନ ସୁଦ୍ଧା ୧୧,୬୯୫ ଟି ନୂତନ ପ୍ରାଥମିକ ସମବାୟ ସମିତି ପଞ୍ଜୀକୃତ ହୋଇଛି, ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ୨ ଲକ୍ଷ ନୂଆ ପ୍ୟାକ୍ସ ତିଆରି ହେବା ପରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ପରୱାର୍ଡ ଏବଂ ବ୍ୟାକୱାର୍ଡ ସଂଯୋଗ ମାଧ୍ୟମରେ ବିଶ୍ୱ ବଜାରକୁ ପହଞ୍ଚାଇବା ବହୁତ ସହଜ ହେବ ବୋଲି ସେ କହିଥିଲେ।

ଅମିତ ଶାହ ଏମ-ପ୍ୟାକ୍ସ କେନ୍ଦ୍ର ସମବାୟ ମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025
Latest News

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.