Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟର ଶୋକ ପ୍ରକାଶ
ଆଜିର ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟର ଶୋକ ପ୍ରକାଶ

December 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଂକଳ୍ପ ପାରିତ ହୋଇଛି। ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା କ୍ୟାବିନେଟ୍।

ଏଥିସହିତ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।

ଏହି ଶୋକ ପାଳନ ସମୟରେ ସାରା ଭାରତରେ ଜାତୀୟ ପତାକାକୁ ଅଧନମିତ କରାଯିବ।

ଆସନ୍ତା ୭ ଦିନ ଅର୍ଥାତ୍‌ ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବିଦେଶରେ ଥିବା ଭାରତୀୟ ଦୂତାବାସ/ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ଉଡ଼ୁଥିବା ଜାତୀୟ ପତାକାକୁ ମଧ୍ୟ ଅଧନମିତ କରାଯିବ।

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଡକ୍ଟର ମନମୋହନ ସିଂହଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ଦିନ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଅଧା ଦିନ ଛୁଟି ଘୋଷଣା କରାଯିବ।

କ୍ୟାବିନେଟ ସଂକଳ୍ପର ବିବରଣୀ ନିମ୍ନରେ ଦିଆଗଲା:-

୨୬ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦୁଃଖଦ ବିୟୋଗରେ କେନ୍ଦ୍ର କ୍ୟାବିନେଟ୍ ଗଭୀର ଦୁଃଖ ପ୍ରକାଶ କରିଛି।

୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡକ୍ଟର ସିଂହଙ୍କର ଶିକ୍ଷାଗତ ଜୀବନ ଚମତ୍କାର ଥିଲା। ସେ ୧୯୫୪ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୫୭ ମସିହାରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ସମ୍ମାନ ସହିତ ଅର୍ଥନୀତିରେ ଟ୍ରାଇପୋଜ୍‌ ହାସଲ କରିଥିଲେ। ୧୯୬୨ ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ତାଙ୍କୁ ଡି.ଫିଲ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଡକ୍ଟର ସିଂହ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେହି ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରାଧ୍ୟାପକ ହୋଇଥିଲେ। ୧୯୬୯ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅନ୍ତର୍ଜାତୀୟ ବାଣିଜ୍ୟ ବିଷୟର ପ୍ରାଧ୍ୟାପକ ହୋଇଥିଲେ। ମନମୋହନ ସିଂହ ୧୯୭୧ରେ ତତ୍କାଳୀନ ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟରେ ଆର୍ଥିକ ପରାମର୍ଶଦାତା ହୋଇଥିଲେ। ସେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା (୧୯୭୨-୭୬), ଆର୍ଥିକ ବ୍ୟାପାର ବିଭାଗର ସଚିବ (ନଭେମ୍ବର ୧୯୭୬ରୁ ଏପ୍ରିଲ ୧୯୮୦), ଯୋଜନା ଆୟୋଗର ସଦସ୍ୟ ସଚିବ (ଏପ୍ରିଲ ୧୯୮୦ରୁ ସେପ୍ଟେମ୍ବର ୧୯୮୨) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର (ସେପ୍ଟେମ୍ବର ୧୯୮୨ରୁ ଜାନୁଆରୀ ୧୯୮୫) ଥିଲେ।

ଡକ୍ଟର ସିଂହଙ୍କୁ ତାଙ୍କ କ୍ୟାରିୟରରେ ପ୍ରଦାନ କରାଯାଇଥିବା ଅନେକ ପୁରସ୍କାର ଏବଂ ସମ୍ମାନ ମଧ୍ୟରୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ (୧୯୮୭), ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର (୧୯୯୫), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀଙ୍କ ପାଇଁ ୟୁରୋ ମନି ଆୱାର୍ଡ (୧୯୯୩), କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର (୧୯୫୬)ଆଦି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଡକ୍ଟର ମନମୋହନ ସିଂହ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଭାରତର ଅର୍ଥମନ୍ତ୍ରୀ ଥିଲେ। ଆର୍ଥିକ ସଂସ୍କାର ପାଇଁ ଏକ ବ୍ୟାପକ ନୀତି ପ୍ରଣୟନ କରିବାରେ ତାଙ୍କର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଡକ୍ଟର ସିଂହ ୨୨ ମଇ, ୨୦୦୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ମଇ ୨୦୦୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ମଇ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ।

ମନମୋହନ ସିଂହ ଆମ ଜାତୀୟ ଜୀବନରେ ନିଜର ଛାପ ଛାଡିଛନ୍ତି। ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ରାଷ୍ଟ୍ରନେତା, ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ଜଣେ ସମ୍ମାନନୀୟ ନେତାଙ୍କୁ ହରାଇଛି।

କ୍ୟାବିନେଟ ଶୋକସନ୍ତପ୍ତ ପରିବାରକୁ ସରକାର ଏବଂ ସମଗ୍ର ଦେଶ ତରଫରୁ ଗଭୀର ସମବେଦନା ଜଣାଉଛି।’’

କେନ୍ଦ୍ର କ୍ୟାବିନେଟ ଡ. ମନମୋହନ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.