Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ପର୍ଯ୍ୟଟନ ଆଇକନରେ ଓଡିଶାର ଦୁଇଟି ପର୍ଯ୍ୟଟନ ସ୍ଥଳର ନାମ ରଖିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜିର ଖବର

ଭାରତ ପର୍ଯ୍ୟଟନ ଆଇକନରେ ଓଡିଶାର ଦୁଇଟି ପର୍ଯ୍ୟଟନ ସ୍ଥଳର ନାମ ରଖିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ ପର୍ଯ୍ୟଟନ ଆଇକନରେ ଓଡିଶାର ଦୁଇଟି ପର୍ଯ୍ୟଟନ ସ୍ଥଳର ନାମ ରଖିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bhubaneswar: Odisha Chief Minister and Biju Janata Dal (BJD) President Naveen Patnaik signs the file for disbursement of "KALIA" assistance to farmers after taking oath at Secretariat in Bhubaneswar on May 29, 2019. (Photo: IANS)

ସମୀକ୍ଷା ବ୍ୟୁରୋ

ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳ ଭାରତର ଆଇକନ ସ୍ଥଳ ଭାବେ କେନ୍ଦ୍ର ସରକାର ବାଛି ନ ଥିବାରୁ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ନବୀନ ଏହି ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଭାରତର 17ଟି ପର୍ଯ୍ୟଟନ ସ୍ଥଳକୁ ଆଇକନ ସ୍ଥଳ ଭାବେ ଘୋଷଣା କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଏହି 17ଟି ତାଲିକାରେ ଓଡିଶାର କୌଣସି ନାମ ନାହିଁ। ପ୍ରାଚୀନ ଯୁଗରୁ ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ସାରା ବିଶ୍ବରେ ପରିଚିତ। ହେଲେ ଅର୍ଥମନ୍ତ୍ରୀ ଓଡିଶାର କୌଣସି ପର୍ଯ୍ୟଟନ ସ୍ଥଳର ନାମ ସାମିଲ ନ କରିବା ଦୁଃଖଦାୟକ ଘଟଣା। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଓଡିଶାର 5ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳର ନାମ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସେଗୁଡିକ ହେଲା କୋଣାର୍କ ମନ୍ଦିର, ଚିଲିକା ହ୍ରଦ, ଭିତରକନିକା,ଶିମିଳିପାଳ ଅଭୟାରଣ୍ୟ ଏବଂ ଡାଇମଣ୍ଡ ତ୍ରିଭୂଜ ବୈଦ୍ଧ ସର୍କିଟ୍ । ଏହି ପର୍ଯ୍ୟଟନ ସ୍ଥଳର ଗୁରୁତ୍ବ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଏହି ପାଞ୍ଚୋଟି ମଧ୍ୟରୁ ଅନ୍ତତଃ ଦୁଇଟି ପର୍ଯ୍ୟଟନ ସ୍ଥଳର ନାମ ଆଇକନ ତାଲିକାରେ ସାମିଲ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Latest News

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.