Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଷ ଶେଷ ସମୀକ୍ଷା ୨୦୨୪: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ
ଆଜିର ଖବର

ବର୍ଷ ଶେଷ ସମୀକ୍ଷା ୨୦୨୪: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

December 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ସରକାର ୨୪ ଅକ୍ଟୋବର ୨୦୨୪ରେ ‘ଇ-ଶ୍ରମ’ ଆରମ୍ଭ କରିଥିଲେ। ଏହା ଦ୍ବାରା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ୧୨ଟି ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ସ୍କିମର ଲାଭ ପାଇପାରୁଛନ୍ତି।  ଇତିମଧ୍ୟରେ ଇ-ଶ୍ରମ ପଂଜୀକରଣ ସଂଖ୍ୟା ୩୦ କୋଟି ଟପିଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଅଧୀନରେ ୩୯୨୧ କୋଟି ଟଙ୍କା ମୂଲ୍ୟର ୨୮ଟି ପ୍ରମୁଖ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ। ଚଳିତ ବର୍ଷ ଇଏସଆଇସି ଦେଶରେ ଆଉ ୧୦ଟି ଇଏସଆଇସି ମେଡିକାଲ କଲେଜ୍ ପ୍ରତିଷ୍ଠା ଲାଗି ନୀତିଗତ ମଂଜୁରୀ ପ୍ରଦାନ କରିଛି। ସରକାରୀ ଚାକିରି ହେଉ ବା ଘରୋଇ, ସବୁ ପ୍ରକାରର କ୍ୟାରିୟର ସଂପର୍କିତ ସୂଚନା ପାଇଁ ଏକକ ପ୍ଲାଟଫର୍ମ ପାଲଟିଛି ଜାତୀୟ କ୍ୟାରିୟର ସେବା ବା ଏନସିଏସ। ୧ ଜାନୁଆରିରୁ ୧୫ ଡିସେମ୍ବର ୨୦୨୪ ସୁଦ୍ଧା ଏନସିଏସ ପୋର୍ଟାଲରେ ପ୍ରାୟ ୧,୮୯,୩୩,୨୧୯ଟି ନିଯୁକ୍ତି ସଂପର୍କିତ ସୂଚନା ପ୍ରକାଶ କରାଯାଇଥିଲା। ଏହାକୁ ମିଶାଇ ଆରମ୍ଭ ହେବାପରଠାରୁ ଏନସିଏସ ପୋର୍ଟାଲରେ ମୋଟ ପ୍ରାୟ ୩.୮୯ କୋଟି ନିଯୁକ୍ତି ପ୍ରକାଶିତ ହୋଇଛି।
ରାଜ୍ୟଗୁଡ଼ିକର ବିଓସିଡବ୍ଲ୍ୟୁ କଲ୍ୟାଣ ବୋର୍ଡରୁ ପ୍ରାପ୍ତ ତଥ୍ୟର ସଂକଳନ ଏବଂ ବିଶ୍ଳେଷଣ ପାଇଁ ୨୧ ଅଗଷ୍ଟ ୨୦୨୪ରେ କେନ୍ଦ୍ରୀୟ ଡାଟା ପରିଚାଳନା ବ୍ୟବସ୍ଥା ଲାଗି କୋଠା ଏବଂ ଅନ୍ୟ ନିର୍ମାଣ ଶ୍ରମିକ ଏମଆଇଏସ ପୋର୍ଟାଲ ଆରମ୍ଭ କରାଯାଇଥିଲା।

ଅନ୍ୟପକ୍ଷରେ ଉଠାଣ ପ୍ରକ୍ରିୟାକୁ ସରଳ କରିବାକୁ ଇପିଏଫଓ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏସବୁ ମଧ୍ୟରେ ରହିଛି ସିପିପିଏସ ଓ ଅଟୋ କ୍ଲେମ ସେଟଲମେଣ୍ଟ ପାଇଁ ବର୍ଦ୍ଧିତ ସୀମା। ଆହୁରିମଧ୍ୟ, ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏକ କେନ୍ଦ୍ରୀୟ ପେନସନ ପ୍ରଦାନ ବ୍ୟବସ୍ଥାକୁ ମଂଜୁରୀ ଦେଇଛି। ଏହା ଫଳରେ ଇପିଏଫ ପେନସନଧାରୀମାନେ ଜାନୁଆରି ୨୦୨୫ରୁ ସାରା ଭାରତର ଯେକୌଣସି ବ୍ୟାଙ୍କର ଯେକୌଣସି ଶାଖାରୁ ପେନସନ ଉଠାଇପାରିବେ।

ଶ୍ରମ ଆଇନ ଅଧିନସ୍ଥ ୪ଟି ଆଇନକୁ ପରସ୍ପରର ଅନୁକୂଳ କରିବାକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଉଦ୍ୟମ କରୁଛି। ପରିସରରେ ନିୟମ ପ୍ରଣୟନକୁ ସୁବିଧାଜନକ କରିବାକୁ ୨୦୨୪ର ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ୬ଟି ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଗିଗ୍ ଏବଂ ପ୍ଲାଟଫର୍ମ କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଫ୍ରେମୱାର୍କର ବିକାଶ ଦିଗରେ କାର୍ଯ୍ୟ କରୁଛି।
ଏବର୍ଷ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶିତ ସାମାଜିକ ସୁରକ୍ଷା ରିପୋର୍ଟ ୨୦୨୪-୨୬ରେ ଭାରତର ପ୍ରସଂଶା କରି କୁହାଯାଇଛି ଯେ ଭାରତ ସାମାଜିକ ସୁରକ୍ଷା କଭରେଜକୁ ଦ୍ବିଗୁଣିତ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଟାର୍ଗେଟେଡ୍ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଇନଗତ ବାଧ୍ୟତାମୂଳକ ସାମାଜିକ ସହାୟତା ଯୋଜନା ମଧ୍ୟରୁ ଅନ୍ୟତମ ଯାହାକି ପ୍ରାୟ ୮୦୦ ନିୟୁତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରୁଛି।

ଅନ୍ୟପକ୍ଷରେ, ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା, ଅନୁଷ୍ଠାନୀକରଣକୁ ପ୍ରେତ୍ସାହନ ଦେବା ଏବଂ ନିଯୁକ୍ତି ଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ବଜେଟ ୨୦୨୪-୨୫ରେ ଇଏଲଆଇ ସ୍କିମ ଘୋଷଣା କରାଯାଇଥିଲା।

ଇଏସଆଇସି ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.