
ନୂଆଦିଲ୍ଲୀ: ପଞ୍ଜାବୀ କଳାକାର ଦିଲଜିତ୍ ଦୋସାଞ୍ଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ ଦିଲଜିତ୍ଙ୍କୁ ବହୁମୁଖୀ ଏବଂ ପରମ୍ପରା ସହ ପ୍ରତିଭା ମିଶ୍ରିତ ଜଣେ କଳାକାର ବୋଲି କହିବା ସହ ତାଙ୍କର ପ୍ରଶଂସା କରିଥିଲେ।
ଏକ୍ସରେ ଦିଲଜିତ୍ ଦୋସାଞ୍ଜଙ୍କର ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
“ଦିଲଜିତ୍ ଦୋସାଞ୍ଜଙ୍କ ସହ ଏକ ଭଲ ଆଲୋଚନା ହେଲା!
ସେ ପ୍ରକୃତରେ ଜଣେ ବହୁମୁଖୀ, ପ୍ରତିଭା ଏବଂ ପରମ୍ପରାର ମିଶ୍ରଣ। ଆମେ ସଙ୍ଗୀତ, ସଂସ୍କୃତି ଏବଂ ଅନ୍ୟାନ ବିଭିନ୍ନ ବିଷୟ ଉପରେ ମତ ବିନିମୟ କଲୁ। ”