Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ: ବିରୁଦ୍ଧରେ ଥିଲା ଅନେକ ଅଭିଯୋଗ
ଆଜିର ଖବର

ଶେଷରେ ବଦଳିଲେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ: ବିରୁଦ୍ଧରେ ଥିଲା ଅନେକ ଅଭିଯୋଗ

January 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବହୁ ଅଭିଯୋଗ ପରେ ଶେଷରେ ବଦଳିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା। ଶ୍ରୀମତୀ ଜେନାଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ବେଆଇନ ଭାବେ ରାତିଅଧିଆ ପ୍ରକଳ୍ପ ନିର୍ମାଣ, ପରିବେଶ ଓ ଜଙ୍ଗଲ ବିଭାଗ ଆଇନକୁ ବେଖାତିର, ଜଳସେଚନ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅବମାନନା, ସୂଚନା ଅଧିକାର ଆଇନକୁ ନ ମାନି ତଥ୍ୟ ନ ଦେବା ଆଦି ଏକାଧିକ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି। ଏପରିକି ରାଜ୍ୟ ସୂଚନା କମିଶନଙ୍କ ନିକଟରେ ତାଙ୍କ ବିରୁଦ୍ଧରେ ଏକାଧିକ ଅପିଲ ମଧ୍ୟ ବିଚାରଧୀନ ରହିଛି।

ଅନୁରୂପ ଭାବେ ଏକ ୱାର୍ଡରେ ବିନା ଡ୍ରେନେଜ ନିର୍ମାଣରେ ବେଆଇନ ଭାବେ ସଡ଼କ ନିର୍ମାଣ ହୋଇଥିବାରୁ ତାହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ଅଦ୍ୟାବଧି ଅଦାଲତ ଅବମାନନା ମାମଲା ମଧ୍ୟ ଜାରି ରହିଛି। ଏପରି ଏକାଧିକ ମାମଲାରେ ଛନ୍ଦି ହୋଇପଡ଼ିଥିଲେ ଶ୍ରୀମତୀ ଜେନା।  ଏବଂ ଏ ନେଇ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ ବାଣପୁର ଏନଏସି ଜନସାଧାରଣ।

ଶେଷରେ ଆଜି ତାଙ୍କ ବଦଳି ପିପିଲି ଏନଏସି କୁ ହୋଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁରୂପ ଭାବେ ବିଗତ ଦେଢ଼ ବର୍ଷ ମଧ୍ୟରେ ବାଣପୁର ଏନଏସି ରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।

ତେବେ ଏ ନେଇ ବାଣପୁର ଏନଏସି ବିଜେପି ନେତା ତଥା ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଙ୍କୁ ପଚାରିବାରୁ ସେ ଶ୍ରୀମତୀ ଜେନାଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପୂର୍ବ ସରକାରଙ୍କ ଅମଳରେ ଏକାଧିକ ଦୁର୍ନୀତି ତାଙ୍କରି ଜାଣତରେ ହୋଇଥିବା କହିଛନ୍ତି ଶ୍ରୀ ମିଶ୍ର।

ତେବେ ଏ ନେଇ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନିକଟରେ ଅଭିଯୋଗ କରିଥିଲେ ଏନଏସି ନେତା ଶ୍ରୀ ମିଶ୍ର। ଏନଏସି ରେ ଯାହା ଦୁର୍ନୀତି ହୋଇଛି ତାହାର ତଦନ୍ତ ଖୁବଶୀଘ୍ର ହେବ ବୋଲି କହିବା ସହ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ନେତା ଶ୍ରୀ ମିଶ୍ର।

କାଦମ୍ବିନୀ ଜେନା ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Latest News

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.