Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱୀପ ଉନ୍ନୟନ ଏଜେନ୍ସିର ସପ୍ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ
ଆଜିର ଖବର

ଦ୍ୱୀପ ଉନ୍ନୟନ ଏଜେନ୍ସିର ସପ୍ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ

January 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦ୍ୱୀପ ଉନ୍ନୟନ ଏଜେନ୍ସିର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ ଆଡମିରାଲ (ଅବସରପ୍ରାପ୍ତ) ଡିକେ ଯୋଶୀ, ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଗୃହ ମନ୍ତ୍ରଣାଳୟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ଏବଂ ଲାକ୍ଷାଦ୍ୱୀପ ପ୍ରଶାସନ ଡିଜିଟାଲ ଯୋଗାଯୋଗ ଓ ବିମାନ ଯୋଗାଯୋଗରେ ସଂପ୍ରସାରଣ ଏବଂ ବନ୍ଦର ବିକାଶ ସମେତ ଉଭୟ ଦ୍ୱୀପରେ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ସୌର ଏବଂ ପବନ ଶକ୍ତିର ବହୁଳ ବ୍ୟବହାର ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ସୌର ପ୍ୟାନେଲ ଏବଂ ପବନକଳ ମାଧ୍ୟମରେ ଶତ ପ୍ରତିଶତ ଅକ୍ଷୟ ଶକ୍ତି ହାସଲ କରିବାକୁ ଲକ୍ଷ୍ୟ ହାସଲ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଉଭୟ ଦ୍ୱୀପରେ ‘ପିଏମ୍ ସୂର୍ଯ୍ୟ ଘର’ ଯୋଜନା ଅଧିନରେ ସମସ୍ତ ଘରେ ସୌର ଶକ୍ତି ପ୍ୟାନେଲ୍ ସ୍ଥାପନ କରିବାକୁ ଶ୍ରୀ ଶାହା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ଅମିତ ଶାହା କହିଥିଲେ ଯେ ଏହି ଦ୍ୱୀପପୁଞ୍ଜ ଗୁଡ଼ିକ ଦିଲ୍ଲୀଠାରୁ ବହୁତ ଦୂରରେ ଥାଇପାରେ କିନ୍ତୁ ଏହା ଆମ ହୃଦୟର ନିକଟତର, ସେଗୁଡ଼ିକର ଭିତ୍ତିଭୂମିର ବିକାଶ ଏବଂ ପର୍ଯ୍ୟଟନ ସୁବିଧା ବୃଦ୍ଧି କରିବା ସରକାରଙ୍କ ପ୍ରାଥମିକତା । ମୋଦୀ ସରକାର ଏହି ଦ୍ୱୀପପୁଞ୍ଜର ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷିତ ରଖି ଏଠାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ସେ କହିଛନ୍ତି ଯେ ଉଭୟ ଦ୍ୱୀପରେ ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ଏକ ସାମଗ୍ରିକ ଦୃଷ୍ଟିକୋଣ ସହିତ ନିଆଯିବା ଉଚିତ୍। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହିତ ଜଡିତ ପ୍ରକଳ୍ପଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟକୁ ଗୃହମନ୍ତ୍ରୀ କହିଛନ୍ତି। ସମସ୍ତ ବକେୟା ପ୍ରସଙ୍ଗ ଓ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ଅମିତ ଶାହା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଲାକ୍ଷାଦ୍ୱୀପ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026

ହୋଟେଲରେ ହଠାତ୍ ଗୁଳିମାଡ଼ : ୫ ମୃତ

October 26, 2026

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର! ନିର୍ଯାତନା କଲେ ଜେଲ୍, ସମ୍ପତ୍ତି ହଡ଼ପ କଲେ କଠୋର ଦଣ୍ଡ

October 26, 2026

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

October 26, 2026
Latest News

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026

ହୋଟେଲରେ ହଠାତ୍ ଗୁଳିମାଡ଼ : ୫ ମୃତ

October 26, 2026

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର! ନିର୍ଯାତନା କଲେ ଜେଲ୍, ସମ୍ପତ୍ତି ହଡ଼ପ କଲେ କଠୋର ଦଣ୍ଡ

October 26, 2026

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.