Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଡିଏମସିର ଏକଜାମ୍ ୱାରିଅର୍ସ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଆଜିର ଖବର

ଏନଡିଏମସିର ଏକଜାମ୍ ୱାରିଅର୍ସ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

January 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁସ୍ତକ ଦ୍ୱାରା ଅନୁପ୍ରାଣିତ ହୋଇ ଆୟୋଜିତ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ୍ (ଏନଡିଏମସି) ର ଏକଜାମ୍ ୱାରିଅର୍ସ ଚିତ୍ରକଳା ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକତା, ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ସୃଷ୍ଟି କରିବାରେ ସାହାଯ୍ୟ କରିବା, ଯାହାଦ୍ୱାରା ସେମାନେ ଶାନ୍ତ ଓ ସନ୍ତୁଳିତ ମାନସିକତାରେ ପରୀକ୍ଷା ଦେଇପାରିବେ।

ପୁସ୍ତକର ବାର୍ତ୍ତା ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରାୟ ୪,୦୦୦ ଛାତ୍ରଛାତ୍ରୀ କଳା ମାଧ୍ୟମରେ ସେମାନଙ୍କ ଦୃଷ୍ଟିକୋଣ ପରିପ୍ରକାଶ କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଶିକ୍ଷକମାନେ ସମଗ୍ର କାର୍ଯ୍ୟକ୍ରମରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ବାର୍ତ୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ । ସଫଳ ହେବା ପରିବର୍ତ୍ତେ କର୍ମ କରିବା ଲାଗି ସ୍ୱପ୍ନ ଦେଖିବାକୁ ସେ ତାଙ୍କ ବାର୍ତ୍ତାରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜତିନ୍ ଦାସ (ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ), ଜୟ ପ୍ରକାଶ (ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ), କାଞ୍ଚନ ଚନ୍ଦର, ହର୍ଷବର୍ଦ୍ଧନ, କଲ୍ୟାଣ ଯୋଶୀ, ପ୍ରଦୋଷ ସ୍ୱାଇଁ, ବିଜୟ ଭୋରେ, ରୀନା ସିଂହ, ଅନସ ସୁଲତାନ, ମନୋଜ କୁମାର ମହାନ୍ତି, ନରେନ୍ଦ୍ର ପାଲ୍ ସିଂହ, କାହ୍ନୁ ବେହରା, ଅସିତ କୁମାର ପଟ୍ଟନାୟକ ଏବଂ ଅଙ୍କିତ ଶର୍ମାଙ୍କ ଭଳି ପ୍ରସିଦ୍ଧ କଳାକାରମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ କଳାକୃତି ଏବଂ ଭାବ ବିନିମୟ ଛାତ୍ରଛାତ୍ରୀମାନଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଥିଲା। ଏହା ସେମାନଙ୍କୁ ଆତ୍ମବିଶ୍ୱାସ ଓ ସକାରାତ୍ମକ ମାନସିକତାର ସହ ପରୀକ୍ଷାର ସମ୍ମୁଖୀନ ହେବାକୁ ଅନୁପ୍ରାଣିତ କରିଥିଲା।

ଅଶ୍ୱିନୀ ବୈଷ୍ଣବ ମଧ୍ୟ ବିଦ୍ୟାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ବିଶିଷ୍ଟ କଳାକାରମାନଙ୍କ ସହିତ ଏକ ଚିତ୍ରକଳା ପ୍ରସ୍ତୁତ କରିଥିଲେ। ପରୀକ୍ଷା ସମୟରେ ଚାପ ଏଡ଼ାଇବା ପାଇଁ ବର୍ଷସାରା ନିରନ୍ତର ଅଧ୍ୟୟନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଏନଡିଏମସିର ଅଧ୍ୟକ୍ଷ କେଶବ ଚନ୍ଦ୍ର, ଉପାଧ୍ୟକ୍ଷ କୁଳଜିତ ଚହଲ ଏବଂ ସାଂସଦ ସୁଶ୍ରୀ ବାଁସୁରୀ ସ୍ୱରାଜ ମଧ୍ୟ ଉପସ୍ଥିତ ଥିଲେ।

ଏନଡିଏମସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପରୀକ୍ଷା ମତ ବିନିମୟ ଶ୍ରୀ ଅଶ୍ୱିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ସୋମବାର ବାଲିଯାତ୍ରାରେ ମନ ଜିତିଲା ଲେଜର ଲାଇଟ୍ ଶୋ

November 11, 2025

ପୁରୀ ଜିଲ୍ଲା ସ୍କୁଲରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କଲେ ସାଂସଦ ସମ୍ବିତ ପାତ୍ର

November 11, 2025

ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଡିଜିପି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

November 11, 2025

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ

November 11, 2025
Latest News

ସୋମବାର ବାଲିଯାତ୍ରାରେ ମନ ଜିତିଲା ଲେଜର ଲାଇଟ୍ ଶୋ

November 11, 2025

ପୁରୀ ଜିଲ୍ଲା ସ୍କୁଲରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କଲେ ସାଂସଦ ସମ୍ବିତ ପାତ୍ର

November 11, 2025

ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଡିଜିପି ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

November 11, 2025

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍‌, ଜଣେ ମୃତ ୧୦ ରୁ ଅଧିକ ଆହତ

November 11, 2025

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁବପିଢିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.