Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆଜିର ଖବର

ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା। ତାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ସେ। ତାସହ ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ, ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ। ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ସଂଶ୍ଳିଷ୍ଟ ରହି ସେମାଙ୍କର ଭୂମିକାକୁ ସଠିକ୍ ଭାବରେ ନିଭାଉଛନ୍ତି। ଯାହାର ଖୁବ୍ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ସାଂସଦ।

ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ 12 ଏକରରୁ ଅଧିକ ଜମି ପ୍ରଦାନ କରିଛି। ତେବେ ଆଉ ଆବଶ୍ୟକ ଥିବା 1 ଏକର 23 ଡିସିମିଲ ଜମି ପାଇଁ ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ। ତାହା ମଧ୍ୟ ମିଷିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ଏହାବାଦ୍ ରେଳ ଷ୍ଟେସନକୁ ସଂଯୋଗକରିବା ଲାଗି ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି। ତେବେ ବିଡିଏ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଠା କରିବେ ବୋଲି କହିଛନ୍ତି ଅପରାଜିତା।

2023 ମସିହା ମାର୍ଚ୍ଚ ମାସରୁ ଆରମ୍ୟ ହୋଇଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ। ଯେଉଁଥିଲାଗି 418 କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ବର୍ତ୍ତମାନ ସୁଦ୍ଧା 200 କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ସରିଲାଣି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଅପରାଜିତା।

ଭୁବନେଶ୍ୱର ରେଳ ଷ୍ଟେସନ ବର୍ତ୍ତମାନ ଦୈନିକ 70ରୁ 80 ହଜାର ଲୋକଙ୍କୁ ସେବା ଯୋଗାଉଛି। ଆଗକୁ ଏହାର କ୍ଷମତା 1 ଲକ୍ଷ 44 ହଜାରକୁ ବୃଦ୍ଧି ପାଇବ। ବିଭିନ୍ନ ପ୍ରକାରର ଫୁଡ୍ କୋର୍ଟ, ସପିଂ ମଲ୍, ଦୋକାନ ବଜାର ସ୍ଥାପନ ଦ୍ୱାରା ଯାତ୍ରୀମାନେ ଏଠାରେ ଅତ୍ୟାଧୁନିକ ସେବାମାନ ପାଇପାରିବେ। ତାସହ ରେଳ ଷ୍ଟେସନର କାନ୍ଥସବୁ ଓଡ଼ିଶାର ଉନ୍ନତ କଳା ସଂସ୍କୃତିକୁ ବଖାଣିବ। ଆଗକୁ ମଧ୍ୟ ମଝିରେ ମଝିରେ ଏମିତି ସମୀକ୍ଷା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ରେଳ ଷ୍ଟେସନ ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

January 9, 2026

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026
Latest News

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

January 9, 2026

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.